ସୁକନ୍ୟା ସମୃଦ୍ଧି ଯୋଜନାରେ ୪୧୬ ଟଙ୍କା ଜମା କରି ପାଆନ୍ତୁ ୬୫ ଲକ୍ଷ ଟଙ୍କାର ଲାଭ, ଏପରି ଉଠାନ୍ତୁ ଫାଇଦା

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା ଡିପୋଜିଟ କରି ଲାଭବାନ ହୋଇପାରିବେ।

ଯଦି ଆପଣ ବି ନିଜ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ସବୁଠୁ ବେଷ୍ଟ ରହିବ। ପାଠ ପଢ଼ାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଚିନ୍ତାକୁ ଦୂର କରିବ ଏହି ସ୍କିମ। ଏହ ି ଖାସ ସ୍କିମରେ ଆପଣଙ୍କ ଝିଅକୁ ୨୧ ବର୍ଷ ପରେ ଲକ୍ଷାଧିକ ଟଙ୍କା ମିଳିବ। ତେବେ ଏଥିରେ ଆପଣଙ୍କୁ ବେଶି କିଛ ି କରିବାକୁ ପଡ଼ିବ ନାହିଁ କେବଳ ପ୍ରତିଦିନ କିଛି ଟଙ୍କା ଡିପୋଜିଟ କରିବାକୁ ହେବ।

ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲମ୍ବା ଅବଧି ସ୍କିମ । ଯେଉଁଥିରେ ଆପଣ ନିବେଶ କରି ଆପଣ ନିଜ ଝିଅ କୁ ପଢ଼ାଇପାରିବେ ଓ ତାର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଏଥିରେ ବେଶି ଟଙ୍କା ଦେବାକ ୁ ହେବ ନାହିଁ। ତେବେ ଏଥିରେ ଟାଇମ ଲିମିଟକୁ ନେଇ ସ୍କିମ ରହିଛି। ୨୧ ବର୍ଷ ପାଇଁ ସ୍କିମ ରେ କିଛି ନିର୍ଦ୍ଦିଷ୍ଟ ଟଙ୍କା ଲିମିଟକୁ ସେଟ କରା ଯାଇଛି। ଏମିତିରେ ଆପଣ ପ୍ରତି ଥର ମାତ୍ର ୪୧୬ ଟଙ୍କା ଡିପୋଜିଟ କଲେ ୨୧ ବର୍ଷ ପରେ ଆପଣଙ୍କୁ ମୋଟ ୬୫ ଲକ୍ଷ ଟଙ୍କା ମିିଳିବ।

sukanya
pc: jandk updates

ତେବେ ଏହିସ୍କିମରେ ଖାସ କଥା ହେଉଛି ଆପଣ ପୁରା ୨୧ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମାକରିବାକୁ ପଡ଼ିବ ନାହିଁ। କେବଳ ଆକାଉଣ୍ଟ ଖୋଲିବାର ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ହେବ। ଏହାପରେ ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଏଥିରେ ଭଲ ସୁଧ ହାର ମିଳିବ। ଏବେ ସରକାର ଏଥିରେ ବାର୍ଷିକ ୭.୬% ହିସାବରେ ସୁଧ ଦେଉଛନ୍ତି। ଏହି ସ୍କିମ ଘରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ। ଯଦି ଯାଆଁଳା କନ୍ୟା ଥାନ୍ତି ତେବେ ୩ ଜଣ ଝିଅଙ୍କ ପାଇଁ ଏହି ସ୍କିମ ଖୋଲିପାରିବେ।

ଏବେ ଜାଣନ୍ତୁ ୪୧୬ ଟଙ୍କା କିପରି ୬୫ ଲକ୍ଷ ଟଙ୍କା ହେବ:
– ଯଦି ଆପଣ ଚଳିତ ବର୍ଷ ମାନେ ୨୦୨୨ ରେ ସ୍କିମ କରୁଛନ୍ତି ଆଉ ଆପଣଙ୍କ ଝିଅର ବୟସ ୧ ବର୍ଷ ତେବେ,
– ପ୍ରତିଦିନ ୪୧୬ ଟଙ୍କା ଜମା କଲେ ମାସକୁ ୧୨,୫୦୦ ଟଙ୍କା ହେବ।
– ଏମିତିରେ ବାର୍ଷିକ ୧୫,୦୦,୦୦୦ ଟଙ୍କା ହେବ।
– ତେବେ ଏହି ନିବେଶ କେବଳ ୧୫ ବର୍ଷ ପର୍ଯ୍ୟନ୍ତ କରିପାରିବେ। ତେବେ ମୋଟ ନିବେଶ ହେବ ୨,୨୫୦,୦୦୦ ଟଙ୍କା ହେବ।
– ୭.୬% ସୁଧ ମିଶିଲେ ଆପଣଙ୍କର ମୋଟ ରାଶି ହେବ ୪,୨୫୦,୦୦୦ ଟଙ୍କା ହେବ।
– ଏହାପରେ ୨୧ ବର୍ଷ ପରେ ଏହା ମ୍ୟାଚୁର ହୋଇଯିବ। ଏମିତିରେ ମୋଟ ଆମାଉଣ୍ଟ ହେବ ୬,୫୦୦,୦୦୦ ଟଙ୍କା ହେବ।

ଏପରି ଭାବେ ଆପଣ ନିଜ ଝିଅର ଭିବଷ୍ୟତକୁ ସୁରକ୍ଷିତ ରଖିପାରିବେ। ତେଣୁ ଆଉ ଡେରି ନକରି ଶୀଘ୍ର ଏହାର ଫାଇଦା ଉଠାନ୍ତୁ।