ସୁକନ୍ୟା ସମୃଦ୍ଧି ଯୋଜନା ସହ ପିିିପିଏଫ ନିବେଶକଙ୍କ ପାଇଁ ଖୁସି ଖବର! ଖୁବ ଶୀଘ୍ର ସରକାର ବଢ଼ାଇବେ ସୁଧ ହାର

ଯଦି ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଓ ପିପିଏଫ ଭଳି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ସରକାର ଏହାକୁ ନେଇ ଦେବାକୁ ଯାଉଛନ୍ତି ବଡ଼ ନିଷତ୍ତି। ପ୍ରକୃତରେ ଏହି ଖବରଟି ରହିଛି ଯୋଜନାରେ ଥିବା ସୁଧ ଦରକୁ ନେଇ। ଖୁବ ଶୀଘ୍ର ଏଥିରେ ବୃଦ୍ଧି କରାଯିବ।

ଏବେ ଆପଣଙ୍କୁ ଏହି ଛୋଟ ସ୍କିମରେ ଜବରଦସ୍ତ ରିଟର୍ଣ୍ଣ ମିଳିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ପିପିଏଫ ଓ ସୁକନ୍ୟା ସମୃଦ୍ଧି ସ୍କିମରେ ସୁଧ ଦର ବଢ଼ିବାକୁ ଯାଉଛି। ସୂ ଚନା ଅନୁଯାୟୀ ବିତ୍ତ ମନ୍ତ୍ରାଳୟ ପ୍ରତି ତିନିମାସ ଆରମ୍ଭ ହେବା ପୂର୍ବରୁ ନିଜ ଯୋଜନାରେ କେତେ ମାତ୍ରା ସୁଧ ଦରକୁ ବଢ଼ାଇବେ କି କମାଇବେ ତାହା ସମ୍ପର୍କରେ ସୂଚନା ଦେଇଥାନ୍ତି। ଏମିତିରେ କୁହାଯାଇଛି ଯେ ଏଥର ସରକାରୀ ବଚତ ଖାତାରେ ସୁଧ ଦରକୁ ବଢ଼ାଯିବ। ଆଗାମୀ ସେପ୍ଟେମ୍ବର ମାସରେ ବିତ୍ତ ମନ୍ତ୍ରାଳୟ ସରକାରଙ୍କ ସ୍କିମରେ ୦.୫୦% ରୁ ବଢ଼ାଇ ୦.୭୫% କରିବାର ସୂଚନା ରହିଛି।

ଦୁଇ ଥର ଆରବିଆଇର ରେପୋ ରେଟ ବଢ଼ିବା ପରେ ବି ୩୦ ଜୁନ ୨୦୨୨ରେ ବିତ୍ତ ମନ୍ତ୍ରାଳୟ ଛୋଟ ଛୋଟ ସ୍କିମର ସୁଧ ଦରରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଆଗାମୀ ସେପ୍ଟେମ୍ବର ମାସରେ ଉପରୋକ୍ତ ସ୍କିମରେ ସୁଧ ଦର ବଢ଼ିବାକୁ ନେଇ ଚର୍ଚ୍ଚା ଚାଲିଛି। ମାନେ ଏହି ସେଭିଂ ସ୍କିମର ସୁଧ ହାର ରେ ବୃଦ୍ଧି ହୋଇପାରେ।

ଅନେକ ବ୍ୟାଙ୍କ ଡିପୋଜିଟରେ ସୁଧ ଦରକୁ ମଧ୍ୟ ବଢ଼ାଇଦେଇଛି। ତେଣୁ ଆଶା ରହିଛି ଯେ ସରକାର ଏହି ସ୍କିମରେ ସୁଧ ଦରକୁ ବଢ଼ାଇପାରନ୍ତି। ଏବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ରେ ୭.୧% ବାର୍ଷିକ ସୁଧ ଦର ମିଳୁଛି। ଆଉ ଏନଏସସି ରେ ୬.୮% ବାର୍ଷିକ ସୁଧ ମିଳୁଛି।

ସେହିପରି ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା ଡିପୋଜିଟ କରି ଲାଭବାନ ହୋଇପାରିବେ।

ଯଦି ଆପଣ ବି ନିଜ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ସବୁଠୁ ବେଷ୍ଟ ରହିବ। ପାଠ ପଢ଼ାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଚିନ୍ତାକୁ ଦୂର କରିବ ଏହି ସ୍କିମ। ଏହ ି ଖାସ ସ୍କିମରେ ଆପଣଙ୍କ ଝିଅକୁ ୨୧ ବର୍ଷ ପରେ ଲକ୍ଷାଧିକ ଟଙ୍କା ମିଳିବ। ତେବେ ଏଥିରେ ଆପଣଙ୍କୁ ବେଶି କିଛ ି କରିବାକୁ ପଡ଼ିବ ନାହିଁ କେବଳ ପ୍ରତିଦିନ କିଛି ଟଙ୍କା ଡିପୋଜିଟ କରିବାକୁ ହେବ। ସୁୁକନ୍ୟା ସମୃଦ୍ଧି ଯୋଜନାରେ ଏବେ ୬% ଓ ସିନିୟର ସିଟିଜେନ ଟାକ୍ସ ସେଭିଂ ସ୍କିମରେ ୭.୪% ସୁଧ ମିଳୁଛି। ଏହାବ୍ୟତିତ କିସାନ ବିକାଶ ପତ୍ର ରେ ୬.୯% ସୁଧ ମିଳୁଛି।