ଟେଲିକମ କମ୍ପାନୀ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ଵସ୍ତି, ବକେୟା ବାବଦ ଅର୍ଥ ଭରିବାକୁ ମିଳିଲା ୧୦ ବର୍ଷ ପର୍ଯ୍ୟନ୍ତ ସମୟ ସୀମା

ଆଡ଼ଜଷ୍ଟମେଣ୍ଟ ଗ୍ରସ ରେଭିନ୍ୟୁ ବା ଏଜିଆର ମାମଲାରେ ମଙ୍ଗଳବାର ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ନିଜ ନିଜ ଏଜିଆର ବକେୟା ଭରିବା ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦ୍ଦେଶରେ ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ ପରି କମ୍ପାନୀ ମାନଙ୍କୁ ଅଶ୍ଵସ୍ତି ମିଳିପାରିଛି । କହିରଖିବା ଉଚିତ ହେବକି, ପୂର୍ବରୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେକି, ତିନି ଗୋଟି ଆଧାରରେ ଏହି ନିର୍ଣ୍ଣୟ ନିଆଯିବ । ପ୍ରଥମଟି ହେଉଛି, ଦେଶର ଟେଲିକମ କମ୍ପାନୀ ମାନଙ୍କୁ ନିଜ ନିଜର ବକେୟା ଭରିବା ପାଇଁ ଭାଗ ଭାଗ କରିବା ଉଚିତ କି ନୁହେଁ ।

ଦ୍ଵିତୀୟରେ ଯେଉଁ କମ୍ପାନୀ ମାନେ ଇନ୍ସାଳ୍ଭଏନ୍ସି ପ୍ରକ୍ରିୟାର ସାମ୍ନା କରୁଛନ୍ତି, ସେମାନଙ୍କ ବକେୟା ଅର୍ଥକୁ କିପରି ଭାବରେ ଭରାଯିବ । ଆଉ ତୃତୀୟାରେ କଣ ଏହି କମ୍ପାନୀ ମାନେ ନିଜ ସ୍ପେକ୍ଟରମକୁ ବିକିବା ବୈଧ କି ନୁହେଁ । ପୂର୍ବରୁ ଭୋଡାଫୋନ, ଆଇଡ଼ିଆ, ଭାରତୀ ଏୟାରଟେଲ ପରି କମ୍ପାନୀ ନିଜ ଏନଜିଆର ବକେୟା ଭରିବା ପାଇଁ କୋର୍ଟକୁ ୧୫ ବର୍ଷ ପର୍ଯ୍ୟନ୍ତର ସମୟ ମାଗିଥିଲେ । ଏବେ ଯାଏଁ ଦେଶର ୧୫ ଟେଲିକମ କମ୍ପାନୀ ମାତ୍ର ୩୦୨୫୪ କୋଟି ଟଙ୍କାର ବକେୟା ଭରି ପାରିଛନ୍ତି । ଯେବେକି ଏହି ରାଶି ୧.୬୯ ଲକ୍ଷ କୋଟି ପର୍ଯ୍ୟନ୍ତ ରହିଛି ।

ଜାଣନ୍ତୁ କଣ ଏହି ଏନଜିଆର:

ଦୂରସଞ୍ଚାର କମ୍ପାନୀ ମାନେ ଏନଜିଆରର ତିନି ପ୍ରତିଶତ ସ୍ପେକ୍ଟରମ ଫିସ ଓ ୮ ପ୍ରତିଶତ ଲାଇସେନ୍ସ ଫିସ ବାବଦରେ ଅର୍ଥ ସରକାରଙ୍କୁ ଦେଇଥାନ୍ତି । ଏହି କମ୍ପାନୀ ମାନେ ନିଜ ଏନଜିଆରର ଗଣନା ଦୂରସଂଚାର ଟ୍ରିବୁନାଲର ୨୦୧୫ ନିୟମ ଅନୁଯାୟୀ ହିଁ କରିଥାନ୍ତି ।

Leave A Reply

Your email address will not be published.