ମାଇଲଷ୍ଟୋନ୍ ହାସଲ କରିଛି ୧୮ ବର୍ଷର ପୁରୁଣା ସ୍କୁଟର, ଜାଣନ୍ତୁ ଏହାର ଡିଟେଲ୍ସ
Suzuki ମୋଟରସାଇକେଲ୍ ଇଣ୍ଡିଆରେ ଏକ ନୂଆ ମାଇଲଷ୍ଟୋନ୍ ହାସଲ କରିଛି । ଅଟୋମେକର୍ସର ସବୁଠାରୁ ପପୁଲାର୍ ସ୍କୁଟର ମଧ୍ୟରୁ Access 125, ୬ ମିଲିୟନ୍ ପ୍ରଡକ୍ସନର ମାଇଲଷ୍ଟୋନ୍ ହାସଲ କରିଛି । ଏହି ସ୍କୁଟର ଗତ ୧୮ ଧରି ଭାରତୀୟ ବଜାରରେ ସାମିଲ୍ ଅଛି । ଜାପାନୀ ଟୁ-ହୁଇଲର ସେଗମେଣ୍ଟର ଏହା ହେଉଛି ବେଷ୍ଟ ସେଲିଂ ସ୍କୁଟର । ଏହି ସ୍କୁଟର ୨୦୦୬ ମସିହାରେ ଭାରତୀୟ ବଜାରରେ ସେଲ୍ ପାଇଁ ଆସିଥିଲା । ସେବେଠାରୁ ୬୦ ଲକ୍ଷ ୟୁନିଟ୍ସର ପ୍ରଡକ୍ସନ୍ ହୋଇଛି ।
Suzuki Access 125 :
Suzuki Access ହେଉଛି ଏକ ୧୨୫cc ସ୍କୁଟର । ଅଟୋମେକର୍ସର ଏହି ସ୍କୁଟର ସ୍ମୁଥ୍ ପରଫରମାନ୍ସ, ଭଲ ମାଇଲେଜ୍ ଏବଂ କମ୍ ପ୍ରାଇସ୍ ପାଇଁ ଜଶାଶୁଣା । ମାର୍କେଟରେ ଅନେକ ସ୍କୁଟର ରହିଛି ଯାହା Suzuki Access 125 ସହିତ ଟକ୍କର କରେ । ଏହାର ଟକ୍କର ସ୍କୁଟରଗୁଡିକ ହେଉଛି- Honda Activa 125, Aprilia SXR 125 ଏବଂ Vespa VXL ମଧ୍ୟ ଭାରତୀୟ ବଜାରରେ ସାମିଲ୍ ରହିଛି ।
Access 125 ର ପାୱାର :
Suzuki Access 125 ରେ ଏୟାର-କୁଲ୍ଡ, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ୍ ଲଗା ହୋଇଛି । ସ୍କୁଟରରେ ଲାଗିଥିବା ଏହି ଇଞ୍ଜିନ୍ ୬,୭୫୦ rpm ରେ ୮.୫୮ bhp ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୧୦ Nm ଟର୍କ ଜେନେରେଟ୍ ହୋଇଥାଏ । ଏହି ସ୍କୁଟରରେ ଥିବା ମୋଟର CVT ୟୁନିଟ ସହିତ ସଂଯୁକ୍ତ ହୋଇଛି । ଏହି ସ୍କୁଟର Suzuki ଇକୋ ପରଫରମାନ୍ସ ଟେକ୍ନୋଲୋଜି ସହିତ ଆସିଥାଏ । Suzuki ର ଏହି ସ୍କୁଟର ଫ୍ରଣ୍ଟରେ ଡିସ୍କ୍ ବ୍ରେକ୍ ଏବଂ ରିୟରରେ ଡ୍ରମ୍ ବ୍ରେକର କମ୍ବି-ବ୍ରେକିଂ ସିଷ୍ଟମ ଦିଆଯାଇଛି ।
Access 125 ର ଫିଚର୍ସ :
Suzuki Access 125 ର ଅପଟେଡ୍ ମଡେଲ୍ ହେଉଛି ରାଇଡ୍ କନେକ୍ଟ ଏଡିସନ୍, ଯେଉଁଥିରେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ ବ୍ଲୁଟୁଥ୍ ସହିତ ଜଡିତ ଅଛି । ଏହା ସହିତ ଏଥିରେ ଟର୍ନ-ବାଇ-ଟର୍ନ ନେଭିଗେସନ୍, ଇନକମିଙ୍ଗ କଲ୍, SMS ଏବଂ WhatsApp alerts ଫିଚର ମଧ୍ୟ ସାମିଲ୍ ଅଛି । ଏହି Suzuki ସ୍କୁଟରରେ ୨୨.୩ ଲିଟରର ଅଣ୍ଡର-ସିଟ୍ ଷ୍ଟୋରେଜ୍ ସ୍ପେସ୍ ମଧ୍ୟ ରହିଛି । ଏହି ସ୍କୁଟରର ସିଟ୍ ଲମ୍ବର ଅଛି । ଏହାକୁ ବହୁତ ସହଜରେ ଷ୍ଟାର୍ଟ କରାଯାଇପାରିବ ।