ଭାରତୀୟ ବଜାରରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ ସ୍କୁଟର, ପ୍ରାଇସ୍ ରହିଛି ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍

Suzuki ଭାରତୀୟ ବଜାରରେ ଅପଡେଟ୍ ସହିତ ନିଜର ଦୁଇଟି ପାୱାରଫୁଲ୍ ସ୍କୁଟର ଲଞ୍ଚ କରିଛି । କମ୍ପାନୀ ଦାବି କରୁଛି ଯେ ଏହି ସ୍କୁଟରଗୁଡିକ ଏମିସନ୍ ନର୍ମସ୍ କୁ ମଧ୍ୟ ପୁରା କରନ୍ତି । Suzuki ର ଏହି ଟୁ-ହୁଇଳର ଗାଡ଼ିର ମୂଲ୍ୟ ୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଅପଡେଟେଡ୍ Suzuki Burgman ସିରିଜର ପ୍ରାଇସ୍ ୯୫,୮୦୦ ଟଙ୍କା ରଖାଯାଇଛି । ସେହିଭଳି Suzuki Avenis ଅପଡେଟ୍ ସହିତ ୯୩,୨୦୦ ଟଙ୍କାରେ ଲଞ୍ଚ ହୋଇଛି ।

Suzuki Avenis ର ଇଞ୍ଜିନକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା OBD-2B ନର୍ମସ୍ କୁ ପୁରା କରିଥାଏ । ଏହା ବ୍ୟତୀତ ଏହି ଟୁ-ହୁଇଲରରେ କୌଣସି ମେକାନିକାଲ୍ ଚେଞ୍ଚ କରାଯାଇ ନାହିଁ । ଏହି ସ୍କୁଟରରେ୧୨୪ cc ର ଇଞ୍ଜିନ୍ ରହିଛି, ଯାହା ୮.୭ hp ର ପାୱାର ମିଳିଥାଏ ଏବଂ ୧୦Nm ର ଟର୍କ ଜେନେରେଟ୍ ହୋଇଥାଏ ।

Suzuki Avenis ମାର୍କେଟରେ ଦୁଇଟି ଭାରିଆଣ୍ଟ ସହିତ ଉପଲବ୍ଧ ଯାହା ହେଉଛି – ଷ୍ଟାଣ୍ଡାର୍ଡ ଏବଂ ସ୍ପେଶାଲ୍ ଏହିସନ୍ । ଏହି ସ୍କୁଟରର ଷ୍ଟାଣ୍ଡାର୍ଡ ମଡେଲ୍ ଡୁଆଲ କଲର ଟୋନ୍ ଥିମରେ ଚାରୋଟି କଲର ଅପ୍ସନରେ ଉପଲବ୍ଧ । ସେହିଭଳି ଏଏହାର ସ୍ପୋଶାଲ୍ ଏଡିସନ୍ ମଡେଲ ବ୍ଲାକ୍ ଏବଂ ସିଲଭର୍ କଲର ସହିତ ମାର୍କେଟରେ ଉପଲବ୍ଧ ହୋଇଛି । Avenis ର ଷ୍ଟାଣ୍ଡାର୍ଡ ମଡେଲର ପ୍ରାଇସ୍ ୯୩,୨୦୦ ଟଙ୍କା ଏବଂ ସ୍ପୋଶାଲ୍ ଏଡିସନର ପ୍ରାଇସ୍ ୯୪,୦୦୦ ଟଙ୍କା ରହିଛି ।

Suzuki Avenis ସହିତ Burgman ର ଇଞ୍ଜିନକୁ ମଧ୍ୟ OBD-2B ନର୍ମସ୍ ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହି ଟୁ-ହୁଇଲରରେ ୧୨୪ cc ର ଇଞ୍ଜିନ୍ ଲାଗିଛି, ଯାହା ୮.୭ hp ର ପାୱାର ମିଳିବା ସହ ୧୦ Nm ର ଟର୍କ ମଧ୍ୟ ଜେନେରେଟ୍ ହୋଇଥାଏ । ଏହି ସ୍କୁଟରଟି ଦୁଇଟି ଭ୍ୟାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି – ଷ୍ଟି୍ଟ୍ ଏବଂ ଷ୍ଟ୍ରିଟ୍ EX ।

ଷ୍ଟ୍ରିଟ୍ EX ର ପ୍ରାଇସ୍ ଷ୍ଟ୍ରିଟ୍ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି, କାରଣ ଏଥିରେ ୧୨-ଇଞ୍ଚର ରିୟର ହୁଇଲ୍ ବ୍ୟବହାର କରାଯାଇଛି । ଏଥି ସହ Burgman ଷ୍ଟ୍ରିଟ୍ EX ର ପ୍ରାଇସ୍ ୧.୧୬ ଲକ୍ଷ ଟଙ୍କା ରହିଛି । ଏହି ସ୍କୁଟର ତିନୋଟି କଲର ଅପ୍ସନ ସହିତ ଆସିଥାଏ, ଯାହା – Matte Blue, Matte Black ଏବଂ Bronze । ଏହି ସ୍କୁଟରର ନୂଆ କଲର ଭାରିଆଣ୍ଟ ହେଉଛି – Matte Blue ।