ଲଞ୍ଚ ହୋଇଛି Swift ର ନୂଆ All-Wheel ଡ୍ରାଇଭ୍ ମଡେଲ୍, ଜାଣନ୍ତୁ ସ୍ପେସିଫିକେସନ୍

Maruti Suzuki ର Swift hatchback ଭାରତୀୟ ବଜାରରେ ବହୁତ ପପୁଲାର । ଏହି କାରଣରୁ କମ୍ପାନୀ ସମୟ ସମୟରେ ଏହାର ଅନେକ ଭାରିଆଣ୍ଟ ଲଞ୍ଚ କରିଚାଲୁଥିଲା । ଏଥି ସହ ଭାରତ ବାହାରେ ଅନେକ ଦେଶରେ Swift କୁ ବିଭିନ୍ନ ମଡେଲରେ କିଣାଯାଇପାରିବ, ଯେଉଁଥିରେ ସ୍ପୋର୍ଟସ୍ ମଡେଲ୍ କିମ୍ବା all-wheel ଡ୍ରାଇଭ୍ ଭର୍ସନର ଅପ୍ସନ ସାମିଲ ଅଛି ।

Suzuki ଏବେ ନେଦରଲ୍ୟାଣ୍ଡରେ Swift AllGrip ର FX ଭର୍ସନ ଉପସ୍ଥାପନ କରିଛି । ଏହି କାରଟି ପୂର୍ବରୁ ଥିବା Swift AllGrip ର ଏକ ଅପଡେଟ୍ ଭର୍ସନ, ଯେଉଁଥିରେ ଚାରି ଚକରେ ଚାଲୁଥିବା ଏକ AWD ସିଷ୍ଟମ ଅଛି । ଏଥି ସହ ଜାଣି ରଖନ୍ତୁ ଯେ Swift AllGrip ପୂର୍ବରୁ ଜାପାନ, ୟୁରୋପ୍ ଏବଂ ୟୁକେ ଭଳି ମାର୍କେଟରେ ଉପଲବ୍ଧ ।

ଏବେ ଯେଉଁ ନୂଆ ଭର୍ସନ ଲଞ୍ଚ ହୋଇଛି ତାହାର ନାମ Swift Allgrip FX ରଖାଯାଇଛି । ପୁରୁଣା ମଡେଲ ତୁଳନାରେ ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ଟିକେ ଅଧିକ । ଏହା ବ୍ୟତୀତ ଏଥିରେ କିଛି ଏକ୍ସଟେରିୟର ଡିଜାଇନ୍ ପରିବର୍ତ୍ତମନ ମଧ୍ୟ କରାଯାଇଛି, ଯାହା ଯୋଗୁଁ ଏହା ଟିକେ ଅଧିକ ପାୱାରଫୁଲ୍ ଦେଖାଯାଉଛି । ଏଥି ସହ ଏହି ମଡେଲଟି କେବଳ ନେଦରଲ୍ୟାଣ୍ଡରେ ଶୋକେସ୍ କରିଛି । ଏହା ଏକ ପ୍ରଡକ୍ସନ ମଡେଲ୍ ନୁହେଁ ତେଣୁ ଏହାକୁ ସାଧାରଣତଃ କିଣାଯାଇପାରିବ ନାହିଁ ।

ଏକ୍ସଟେରିୟର ପରିବର୍ତ୍ତନ ମଧ୍ୟରେ ଫ୍ରଣ୍ଟ ବମ୍ପରରେ ଏକ LED ଲାଇଟ୍ ବାର୍ ଲଗାଯାଇଛି । ଏଥି ସହ କାରର ଉପରେ ଏକ ଲଗେଜ୍ ରାକ୍ ମଧ୍ୟ ଦିଆଯାଇଛି, ଯାହା ଏହାକୁ ଗୁଡ୍ ଲୁକ୍ ଦେଇଥାଏ । ଏହା ୧୬-ଇଞ୍ଚ ବ୍ଲାକ୍ ଆଲଏ ହୁଇଲ୍ ସହିତ ମିସେଲିନ୍ କ୍ରସକ୍ଲାଇମେଯ୍ ୨ ଟାୟାର ଲଗାଯାଇଛି । ଏହା ବ୍ୟତୀତ ଏହି କାରର ଗ୍ରାଉଣ୍ଡ କ୍ଲିୟରାନ୍ସ ୩୨mm ପର୍ଯ୍ୟନ୍ତ ବଢ଼ାଯାଇଛି । ଯାହା ଦ୍ବାରା ଏହା ଅଧିକ ହାଇଟ୍ ଦେଖାଯାଏ ଏବଂ କଷ୍ଟକର ରାସ୍ତାରେ ଭଲ ପ୍ରଦର୍ଶନ କରିପାରିବ ।

ଏହି କାରଟି ୧.୨-ଲିଟର, ୩-ସିଲିଣ୍ଡର Z12E ନେଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି, ଯାହା ୮୧bhp ର ପାୱାର ଏବଂ ୧୧୨ Nm ର ଟର୍କ ଜେନେରେଟ୍ କରିଥାଏ । ଏଥି ସହ ଏହି ଇଞ୍ଜିନଟି ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହିତ ଆସିଥାଏ ଏବଂ AWD ସିଷ୍ଟମ ମାଧ୍ୟମରେ ହୁଇଲ୍ ସ୍ଲିପ୍ ଚିହ୍ନଟ୍ କରି ଉପଯୁକ୍ତ ହୁଇଲକୁ ପାୱାର ଦେଇଥାଏ । ଭାରତରେ ବର୍ତ୍ତମାନ Swift ର କୌଣସି AWD ଭର୍ସନ ଉପଲବ୍ଧ ନାହିଁ । କିମ୍ବା ୬-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍ କିମ୍ବା ୧.୦L ଟର୍ବୋ ପେଟ୍ରୋଲ୍ ଇଞ୍ଜିନର ଅପ୍ସନ ମଧ୍ୟ ନାହିଁ ।

Also read : Maruti Suzuki Swift 2024ର ଭିଡ଼ିଓ ହେଉଛି ଭାଇରାଲ, ରହିଛି ଜବରଦସ୍ତ ଲୁକ ସହ ଦମଦାର ଫିଚର୍ସ