ଭାରତରେ ଲଞ୍ଚ ହେଲା Suzukiର ନୂଆ ସ୍ପୋର୍ଟ ବାଇକ, ଜାଣନ୍ତୁ କେତେ ରହିଛି ଦାମ

ସୁଜୁକି ଏହାର ନୂଆ ସ୍ପୋର୍ଟ ବାଇକ୍ GSX-8Rକୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାର ଦାମ ୯.୨୫ ଲକ୍ଷ ଟଙ୍କା ରଖିଛି, ଯାହା ତିନୋଟି ଭିନ୍ନ କଲର ଅପ୍ସନରେ ଉପଲବ୍ଧ । ଏହି ବାଇକ୍ riumph Daytona 660, Aprilia RS 660 ଏବଂ Kawasaki Ninja 650 ପରି ବାଇକ୍ କୁ ଟକ୍କର ଦେବ ।

GSX-8R ରେ ୭୭୬cc ପାରାଲାଲ-ଟୁଇନ ଇଞ୍ଜିନ୍ ଲଗାଯାଇଛି, ଯାହା ୮୨hp ପାୱାର ଏବଂ ୭୮Nm ଟର୍କ ଜେନେରେଟ କରିଥାଏ । ଏହି ଇଞ୍ଜିନ୍ GSX-8R ରେ ଏକ ଭିନ୍ନ ଟ୍ୟୁନିଂରେ ସେଟ କରାଯାଇଛି । ବାଇକରେ ଷ୍ଟାଣ୍ଡାର୍ଡ ଭାବରେ ଏକ ୬ ସ୍ପିଡ୍ ଗିଅରବକ୍ସ ଏବଂ ବାଇ- ଡାଇରେକ୍ସନାଲ କ୍ୱିକ୍ ସିଫ୍ଟର ରହିଛି ।

ଫିଚର ଏବଂ ଡିଜାଇନ୍ :
ନୂଆ GSX-8R ବାଇକର ଲାଟେଷ୍ଟ ଡିଜାଇନରେ କମ୍ପାକ୍ଟ ଏଲଇଡି ହେଡଲାଇଟ୍ ଏବଂ ଏୟାର ଇନଟେକ୍ସ ରହିଛି । ଏଥିରେ ରାଇଡ୍-ବାଇ-ୱାୟର ଥ୍ରୋଟଲ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ଏକାଧିକ ରାଇଡ୍ ମୋଡସ ଏବଂ ଏବିଏସ୍ ଭଳି ଫିଚର ରହିଛି । ବ୍ରେକିଂ ପାଇଁ ଏହାକୁ ଡୁଆଲ୍ ୩୧୦ ମିମି ଫ୍ରଣ୍ଟ ଡିସ୍କ ଏବଂ ୨୪୦ ମିମି ରିୟର ଡିସ୍କ ଯୋଗାଇ ଦିଆଯାଇଛି ।

ଏଥିରେ ୧୪ ଲିଟର ଫ୍ୟୁଲ ଟ୍ୟାଙ୍କ ଏବଂ ୨୦୫ କିଲୋଗ୍ରାମର କର୍ଭ ୱେଟ ଅଛି, ଯେଉଁଥି ପାଇଁ ଏହାର ପରଫରମାନ୍ସ ବଢିଆ ରହିଛି । ଏହି ବାଇକରେ ଡନଲୋପ୍ ରୋଡ ସ୍ପୋର୍ଟର ଦୁଇଟି ଟାୟାର ସହିତ କାଷ୍ଟ ଆଲୁମିନିୟମ ଚକ ଦିଆଯାଇଛି । GSX-8R ମେଟାଲିକ୍ ମ୍ୟାଟ୍ ସ୍ୱର୍ଡ ସିଲଭର, ମେଟାଲିକ୍ ଟାଇଟନ୍ ବ୍ଲୁ ଏବଂ ମେଟାଲିକ୍ ମ୍ୟାଟ୍ ବ୍ଲାକ୍ ଭଳି ୩ଟି କଲର ଦିଆଯାଇଛି ।