ଖୁସି ଖବର…! Swiggy ଅନଲିମିଟେଡ୍‌ ମାଗଣା ଡେଲିଭରୀ କଲା ଘୋଷଣା, ବାସ୍‌ କରିବାକୁ ହେବ ଏହି କାମ

ଯଦି ଆପଣ ସବୁବେଳେ ସ୍ୱିଗିରୁ ଖାଦ୍ୟ ଅର୍ଡର କରୁଛନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଅନଲାଇନ ଖାଦ୍ୟ ଅର୍ଡର ତଥା ଡେଲିଭରୀର ସୁବିଧା ଯୋଗାଇ ଦେଉଥିବା ପ୍ଲାଟ୍‌ଫର୍ମ ‘ସ୍ୱିଗି’ ନିଜ ମେମ୍ବରଶିପ୍‌ ପ୍ରୋଗ୍ରାମ ସହ ଜଡ଼ିତ ଗ୍ରାହକମାନଙ୍କ ପାଇଁ ଅଧିକ ସୁବିଧା ଆଣି ଦେଇଛି।

ସ୍ୱିଗି ତରଫରୁ ଏକ ବୟାନରେ କୁହାଯାଇଛି କି, ଏହି ପ୍ରୋଗ୍ରାମ ସହ ଜଡ଼ିତ ସଦସ୍ୟମାନଙ୍କୁ ୧୦ କିମି ସୀମା ମଧ୍ୟରେ ଆସୁଥିବା ସମସ୍ତ ରେଷ୍ଟୁରାଣ୍ଟରୁ ଅତି କମ୍‌ରେ ୧୪୯ ଟଙ୍କା ଅର୍ଡର ଉପରେ ଫ୍ରି ଅନଲିମିଟେଡ୍‌ ଡେଲିଭରୀର ସୁବିଧା ମିଳିବ। କମ୍ପାନୀ କହିଛି ଯେ ସ୍ୱିଗି ଇନ୍‌ଷ୍ଟାମାର୍ଟରେ ମେମ୍ବରମାନେ ଏଣିକି ୧ ହଜାରରୁ ଅଧିକ ପ୍ରଡକ୍ଟ ଉପରେ ଆହୁରି ଅଧିକ ପଇସା ସେଭିଂ କରି ପାରିବେ।

ଏଥିରେ ଦୈନନ୍ଦିନ ବ୍ୟବହାରଯୋଗ୍ୟ ସାମଗ୍ରୀ ସହିତ ଫଳ, ପନିପରିବା, କିଡ୍‌ସ ପ୍ରଡକ୍ଟ, ପର୍ସନାଲ କେୟାର, ଘର ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ଆଦି ସାମିଲ ରହିଛି। ସ୍ୱିଗିର କହିବା ହେଲା, ଏହି ପ୍ରୋଗ୍ରାମ ସହ ଯୋଡ଼ି ହେବା ଲାଗି ଗ୍ରାହକମାନଙ୍କୁ ୧୨ ମାସ ପାଇଁ ୮୯୯ ଟଙ୍କା ଏବଂ ୩ ମାସ ପାଇଁ ୨୯୯ ଟଙ୍କା ଦେବାକୁ ହେବ।

Leave A Reply

Your email address will not be published.