ସବୁ ରାସ୍ତା ପାଇଁ ଫିଟ ସ୍ୱିନକାର ଇ-ସ୍ପାଇଡର, ଜାଣନ୍ତୁ ଏଥିରେ କଣ ରହିଛି ଖାସ

ବର୍ତ୍ତମାନର ଟେକ୍ନୋଲୋଜି ଜମାନାରେ ଅସମ୍ଭବବି ସମ୍ଭବ ହୋଇପାରୁଛି। ପୂର୍ବରୁ ମଣିଷ ଯାହା କଳ୍ପନା କରୁଥିଲା ଆଜି ତାହା ସତ ହେଉଛି। ଆଧୁନିକ ଜ୍ଞାନକୌଶଳ ଦ୍ୱାରା ମଣିଷ ଆକାଶରେ ଉଡିବା ସହିତ ପାଣିରେ ମଧ୍ୟ ଯାଆ ଆସ୍‌ କରିପାରୁଛି। ଏମିତିକି ମେଟ୍ରୋ ଲାଇନ୍‌ ଦ୍ୱାରା ମାଟିତଳେ ବି ଯାଇପାରୁଛି। ତେବେ ଅଧିକାଂଶ ଲୋକଙ୍କ ମନରେ ଏମିତି ବି ଧାରଣା ଆସେ ଯେ ଏମିତି ଗୋଟେ ଗାଡି ହୁଅନ୍ତା ଯାହା ସହଜରେ ପାହାଡ, ବରଫ, ପାଣି ଏମିତିକି ଘାଟି ରାସ୍ତାରେ ଅବା ବାଲିରେ ବି ଚାଲିପାରନ୍ତା।

ତେବେ ଯଦି ଆମେ ଆପଣଙ୍କୁ କହିବୁ ଆପଣ କଳ୍ପନା କରୁଥିବା ଗାଡି ବାସ୍ତବରେ ଅଛି ବୋଲି, ତେବେ କଣ ଆପଣ ବିଶ୍ୱାସ କରିବେ? ଆଜ୍ଞା ହଁ, ଏମିତି ହିଁ ଏକ ଗାଡି ଅଛି ଯାହାଦ୍ୱାରା ଆପଣ ବିଲ, ପାହାଡ, ଝରଣା, ଘାଟି ଏବଂ ବରଫରେ ବି ଆରାମରେ ଚଲାଇପାରିବେ। ଆଉ ପ୍ରାକୃତିକ ସସୌନ୍ଦର୍ଯ୍ୟର ଭରପୂର ମଜା ନେଇପାରିବେ। ସବୁଠୁ ଖାସ୍‌ କଥା କଣ ଜାଣିଛନ୍ତି ଏଥିରେ ପଡିବାର କି ଆଘାତ ଲାଗିବାର ବିଲକୁଲ ଚାନ୍ସ ନାହିଁ। ଏହାର ଖାସିୟତ୍‌ ଏୟା ଯେ ଏହା ସବୁ ପରିବେଶ ପାଇଁ ଏକଦମ୍‌ ଫିଟ୍‌। ବରଫ, ପାହାଡ, ବାଲି ଏବଂ ଘାଟି ଯେଉଁଠି ବି ଚଲାନ୍ତୁ ନା କାହିଁକି ଆପଣ ବଡ ଆରାମରେ ଏହାକୁ ଚଲାଇପାରିବେ।

swincarଆପଣ ଦେଖୁଥିବା ଏ ଗାଡିର ନାମ ସ୍ୱିନକାର ଇ-ସ୍ପାଇଡର। ଏହି ଗାଡିରେ ତେଲ ପକାଇବାର ବି ଝିନଝଟ ନାହିଁ କାହିଁକିନା ଏହା ଇଲେକଟ୍ରିକ କାର। ଆପଣ ଯେଉଁଠି ଚାହିଁବେ ସେଠି ଚାର୍ଜ କରି ଆରାମରେ ବୁଲିପାରିବେ। ଏହାକୁ ଚଲାଇବା ବି ବହୁତ ସହଜ। ପାହଡ, ବରଫ ଘାଟି ରାସ୍ତାରେ ବି ଏହା ଏକଦମ୍‌ ସ୍ମଥଲି ଚାଲିପାରିବ। ଆପଣଙ୍କୁ ଉଚ୍ଚ ଖାଲ ରାସ୍ତାରେ ବି ଆଦୌ ବି ଭୟ ଲାଗିବନାହିଁ।

ତେବେ ଏହି ଜବରଦସ୍ତ ଗାଡିର ଫିଚର୍ସ ବିଷୟରେ ଯଦି କହିବା ତାହେଲେ ଏଥିରେ ୪ଟି ବଡ ବଡ ଚକା ଲଗାଯାଇଛି ଯାହା ଅଲଗା ଅଲଗା ହ୍ଵିଲ୍‌ ମୋଟର୍ସ ଦ୍ୱାରା ପ୍ରରିଚାଳିତ । ଏହି ଗାଡିର ସମସ୍ତ କଣ୍ଟ୍ରୋଲ ଷ୍ଟିଅରିଂ ଦ୍ୱାରା ହୋଇଥାଏ। ଏ ଗାଡିକୁ ଦେଖିଲେ ଆପଣ ଜାଣିପାରୁଥିବେ ଯେ ଏହା ଦେଖିବାକୁ ଏକଦମ୍‌ ବୁଢ଼ିଆଣି ଭଳି ଏବଂ ଏହାର ବି ୪ଟି ଗୋଡ ରହିଛି। ଯାହା ଖତରନାକ ରାସ୍ତାରେ ବି ବେଶ୍‌ ଆରାମରେ ଚାଲିପାରିବ।

carଏହି କାର ୪କିଲୋଓ୍ଵାଟ ରୁ ୧୨ କିଲୋଓ୍ଵାଟ ପାୱାର ଓ ୩୪୦ଏନଏମ ଟର୍କ ଜେନେରେଟ କରିଥାଏ। ଏହାର ଦମଦାର ବ୍ୟାଟେରୀ କ୍ୱାଲିଟୀ ଗାଡିକୁ ୪ ଘଣ୍ଟା ଯାଏଁ ପାୱାର ବ୍ୟାକଅପ ଦେଇଥାଏ ଯାହାଦ୍ୱାରା କାରଟି ସମତଳ ରାସ୍ତାରେ ପ୍ରାୟ ୧୦୦ କିଲୋମିଟରଚାଲିପାରିବ। ସେହିଭଳି ଏହି କାରଟି କ୍ରସ କଣ୍ଟ୍ରି ରାସ୍ତାରେ ୪ ଘଣ୍ଟା ଓ ପାହାଡ଼ ରାସ୍ତାରେ ପ୍ରାୟ ୧୦୦୦ ମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହି ସ୍ୱିନକାର ଏକଦମ୍‌ ଫ୍ଲେକ୍ସିବେଲ। ଟର୍ଣ୍ଣିଙ୍ଗ ବେଳେ ବି ଆପଣ ଏକଦମ୍‌ ସୁରକ୍ଷିତ ଭାବେ ଟର୍ଣ୍ଣ କରିପାରିବେ। ମୋଟାମୋଟି ଭାବେ ଏହି ଗାଡି ବିଲକୁଲ ଆପଣଙ୍କୁ ଏକ ନୂଆ ଅନୁଭବ କରାଇବ।

ପାସକାଲ ରାମବଡ ସ୍ୱିନକାର ଇ-ସ୍ପାଇଡରର ଡିଜାଇନ୍‌ କରିଛନ୍ତି। ଏଥିରେ ଡ୍ରାଇଭରଙ୍କ ସମେତ ଦୁଇଜଣ ବସି ଡ୍ରାଇଭ୍‌ କରିପାରିବେ। ଡ୍ରାଇଭର ସିଟର ପଛପଟ ସିଟରେ ଅନ୍ୟ ଜଣେ ପାସେଞ୍ଜର ବସିବା ପାଇଁ ସିଟ୍‌ ରହିଛି। ଫ୍ରାନ୍ସରେ ଏହି କାରର ଦାମ ୧୨,୫୦୦ ୟୁରୋ ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୦୮୩୦୦୦ ଟଙ୍କା ରହିଥିବା ବେଳେ ଆମେରିକାରେ ଏହାର ଦାମ ୧୪,୭୦୦ ଡଲାର ରହିଛି । ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସୁଦ୍ଧା ଏହି ଦମଦାର କାର ଭାରତରେ ଉପଲବ୍ଧ ହୋଇନାହିଁ। ତେବେ ସ୍ୱିନକାର େଓ୍ଵବସାଇଟରେ ଦିଆ ଯାଇଥିବା ଡାଟା ଅନୁଯାୟୀ ଏହା ଖୁବଶିଘ୍ର ଅନ୍ୟ ଦେଶରେ ମଧ୍ୟ ଉପଲବ୍ଧ ହେବ।

Leave A Reply

Your email address will not be published.