ଭଡାରେ ୧୫ ଲକ୍ଷ ଟଙ୍କାର କାର୍ ଚଲାଇବାର ସୁବିଧା ଦେଉଛି ଟାଟା, ୩୬ ମାସ ଚଲାଇ କରିପାରିବେ ରିଟର୍ଣ୍ଣ

ଏବେ ଆପଣ ୧୫ ଲକ୍ଷରୁ ଅଧିକ ମୂଲ୍ୟର ଏହି କାରକୁ ଭଡାରେ ନେଇ ଚଲାଇପାରିବେ। ନିଜେ କମ୍ପାନୀ ଗ୍ରାହକଙ୍କୁ ଭଡା ପ୍ରଦାନ କରୁଛି। ବାସ୍ତବରେ, ଟାଟା ମୋଟର୍ସ ନିଜର ଇଲେକ୍ଟ୍ରିକ୍ କାର୍ Nexon EV (ନକ୍ସନ୍ ଇଲେକ୍ଟ୍ରିକ୍ ଯାନ) ପାଇଁ ଏକ ସବସ୍କ୍ରିପସନ୍ ପ୍ଲାନ ଆରମ୍ଭ କରିଛି |କମ୍ପାନୀ କହିବାନୁଯାୟୀ, ଯେଉଁମାନେ କିଛି ସମୟ ସହରରେ ରହିବା ସମୟରେ ଏକ କାର୍ ଆବଶ୍ୟକ କରିବେ, ସେହି ଗ୍ରାହକଙ୍କ ପାଇଁ ଏହା ଏକ ଲାଭଦାୟକ ଯୋଜନା। କମ୍ପାନୀ ବର୍ତ୍ତମାନ ୧୮ ମାସ, ୨୪ ମାସ ଏବଂ ୩୬ ମାସ ପାଇଁ ସବସ୍କ୍ରିପସନ୍ ପ୍ଲାନ ଆରମ୍ଭ କରିଛି | ଯଦି ଗ୍ରାହକମାନେ ୧୮ ମାସ ପାଇଁ ଟାଟା ନକ୍ସନ୍ ଇଲେକ୍ଟ୍ରିକ୍ କାର୍ ଭଡାରେ ନେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରତି ମାସରେ ୪୭,୯୦୦ ଟଙ୍କା ଦେବାକୁ ପଡିବ |

nexon_ev1୨୪ ମାସର ସବସ୍କ୍ରିପସନ୍ ଯୋଜନାରେ ପ୍ରତି ମାସରେ ୪୪,୯୦୦ଟଙ୍କା ଭଡା ଦେବାକୁ ପଡିବ। ଯେପରି କି ୩୬ ମାସ ପାଇଁ ସବସ୍କ୍ରିପସନ୍ ରେ ପ୍ରତ୍ଯେକ ମାସରେ ୪୧,୯୦୦ଟଙ୍କା ଭଡା ଦେବାକୁ ପଡିବ। ସବସ୍କ୍ରିପସନ୍ ଶେଷ ହେବା ପରେ, ଗ୍ରାହକ ନିଜର ପ୍ଲାନ ବ୍ଦ୍ଧି କରିପାରିବେ କିମ୍ବା କମ୍ପାନୀକୁ ଗାଡି ଫେରାଇ ପାରିବେ।

କମ୍ପାନୀ କହିବାନୁଯାୟୀ, ଏହି ସବସ୍କ୍ରିପସନ୍ ସ୍କିମ୍ ଅନୁଯାୟୀ ଇଲେକ୍ଟ୍ରିକ୍ କାରଗୁଡିକର ଅନୁପ୍ରବେଶ ବୃଦ୍ଧି ପାଇବ। ଏଥିପାଇଁ ଟାଟା ଓରିକ୍ସ ଅଟୋ ଇନଫ୍ରାଷ୍ଟ୍ରକଚର ସର୍ଭିସେସ୍ ଲିମିଟେଡ୍ ସହ ସହଭାଗୀ ହୋଇଛି | ପ୍ରତି ମାସରେ ଭଡା ବ୍ୟତୀତ ଗ୍ରାହକଙ୍କୁ ଅନ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ | ଆପଣ କେବଳ କାର୍ ଚାର୍ଜ କରିବେ ଏବଂ ଚଲାଇବେ | ଚାର୍ଜ ଫୁଲ୍ ହେବା ପରେ ଏହି ଟାଟା କାର ୩୧୨ କିଲୋମିଟର ଯାଇପାରିବ | ଏଥିରେ 30.2 kWh ଲିଥିୟମ୍ ଆୟନ ବ୍ୟାଟେରୀ ଅଛି | ଏହାର ବ୍ୟାଟେରୀ ୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଥାଏ। ଯେଉଁଠାରେ ୮୦ ପ୍ରତିଶତ ବ୍ୟାଟେରୀ ୬୦ ମିନିଟରେ ଏକ ଫାଷ୍ଟ ଚାର୍ଜର ମାଧ୍ୟମରେ ଚାର୍ଜ ହୋଇଥାଏ |

nexon_ev_2କାର୍ ର ବେଗ ବିଷୟରେ କହିବାକୁ ଗଲେ, ଏହି ଇଭି ମାତ୍ର ୯.୯ ସେକେଣ୍ଡରେ ୦-୧୦୦ କିଲୋମିଟର ବେଗ ଧରିପାରେ | ଦିଲ୍ଲୀର ଟାଟା ନେକ୍ସନ୍ ଇଭିର ଏକ୍ସ-ସୋରୁମ୍ ମୂଲ୍ୟ ୧୩.୯୯ ଲକ୍ଷ ଟଙ୍କା ହୋଇଥିବାବେଳେ ଅନ୍ ରୋଡ ପ୍ରାଇଜ୍ ପାଖାପାଖି ୧୫,୬୩,୯୯୭ଟଙ୍କା। ସେହିଭଳି ଟପ୍ ୱାରିଏଣ୍ଟର ଏକ ସୋ’ରୁମ୍ ର ମୂଲ୍ଯ ୧୫.୯୯ଲକ୍ଷ।ଟାଟା ମୋଟର୍ସର ଏହି ସ୍ୱତନ୍ତ୍ର ସବସ୍କ୍ରିପସନ୍ ପ୍ଲାନ ବର୍ତ୍ତମାନ ଦେଶର ୫ ଟି ବଡ ସହରରେ ଉପଲବ୍ଧ | ଏଥିରେ ଦିଲ୍ଲୀ / ଏନସିଆର, ମୁମ୍ବାଇ, ପୁଣେ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.