ଫ୍ୟାମିଲି ପାଇଁ ବେଷ୍ଟ ରହିଛି Tata ର ଏହି ଇଲେକ୍ଟ୍ରିକ୍ EV, ଫିଚର୍ସ ରହିଛି ଜବରଦସ୍ତ

ଗତ କିଛି ବର୍ଷ ଧରି ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ କାରର ଡିମାଣ୍ଡ ବେସ୍ ଅଧିକ ରହିଛି । ଯଦି ଆପଣ ମଧ୍ୟ ଏକ ଇଲେକ୍ଟ୍ରିକ୍ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ Tata Curvv ଇଲେକ୍ଟ୍ରିକ୍ SUV ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଇଲେକ୍ଟ୍ରିକ୍ କାରର ଡିଟେଲ୍ସ ।
Tata Curvv ଇଲେକ୍ଟ୍ରିକ୍ SUV ର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ପ୍ରାଇସ୍ ୧୭.୪୯ ଲକ୍ଷ ଟଙ୍କା ରହିଛି । ଏହାର ଟପ୍ ଏଣ୍ଡ ଭାରିଆଣ୍ଟର ଏକ୍ସ-ସୋରୁମ୍ ମୂଲ୍ୟ ୨୧.୯୯ ଲକ୍ଷ ଟଙ୍କା ଅଛି ।
Tata Curvv ଇଲେକ୍ଟ୍ରିକ୍ SUV ର ବ୍ୟାଟେରୀ ପ୍ୟାକ୍ ଏବଂ ରେଞ୍ଜ :
Tata Curvv EV ର ଷ୍ଟାଣ୍ଡାର୍ଡ ମଡେଲରେ ୪୫ kWh ର ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି, ଯାହା ୧୫୦ hp ର ପାୱାର ମିଳିଥାଏ ଏବଂ ୨୧୫ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହାର ଟପ୍-ଏଣ୍ଡ ଭ୍ୟାରିଆଣ୍ଟରେ ୫୫ kWh ର ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି, ଯାହା ଆଉଟପୁଟରେ ୧୬୭ hp ର ପାୱାର ମିଳିଥାଏ ।
କମ୍ପାନୀ ଦାବି କରିଛି ଯେ ଏହି କାରରେ ୫୫ kWh ର ବ୍ୟାଟେରୀ ପ୍ୟାକ୍ ଲଗାଯାଇଥିବାରୁ ଏହି କାରଟି ଥରେ ଚାର୍ଜିଂରେ ୫୮୫ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । କିନ୍ତୁ ଏହି କାରରୁ ୪୦୦-୪୫୦ କିଲୋମିଟର ଚାଲିପାରିବ ବୋଲି ଆଶା କରାଯାଇପାରେ ।
Tata Curvv EV ର ଇଣ୍ଟେରିୟର :
Tata Curvv EV ର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ ଏହାକୁ Harrier ଏବଂ Nexon EV ର ମିଶ୍ରଣ କୁହାଯାଇପାରେ । କାରଟିରେ ହୁଲୁକା ରଙ୍ଗର ଅପହୋଲଷ୍ଟ୍ରି ସହିତ ଏକ ୪-ସ୍ପୋକ୍ ଷ୍ଟଅରିଂ ହୁଇଲ୍ ଅଛି । ଏହି କାରଟି ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ଲେସ୍ ହୋଇଛି । ସେହିଭଳି ଏହି ଗାଡିରେ ୧୨.୩ ଇଞ୍ଚର ଟଚସ୍କ୍ରିନ୍ ଦିଆଯାଇଛି, ଯାହାକୁ ବ୍ୟବହାର କରିବାକୁ ବହୁତ ସହଜ କରାଯାଇଛି । ଏହି EV ରେ ୩୬୦-ଡିଗ୍ରୀ କ୍ୟାମେରା ମଧ୍ୟ ଲାଗିଛି ।