Tata Curvv EV ର Dark Edition, ଜାଣନ୍ତୁ ନୂଆ ମଡେଲର ପ୍ରାଇସ୍ ଏବଂ ଫିଚର୍ସ

Tata Curvv EV ର ଡାର୍କ ଏଡିସନ୍ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ଏହା Tata ର ସେକେଣ୍ଡ ଇଲେକ୍ଟ୍ରିକ୍ କାର । ଯାହାର Dark Edition ବଜାରରେ ଲଞ୍ଚ ହୋଇଛି । ଏହା ପୂର୍ବରୁ, ଏହି ଭାରତୀୟ କାର କମ୍ପାନୀ Nexon EV ର ଏହି ନୂଆ ଏଡିସନ୍ ଅଲ୍-ବ୍ଲାକ୍ ଏକ୍ସଟେରିୟର ଏବଂ ଇଣ୍ଟେରିୟର ସହିତ ଆସିଥାଏ ।

ପ୍ରାଇସ୍ :
Tata Curvv EV ର ଏହି ନୂଆ ଡାର୍କ ଏଡିସନର ଏକ୍ସ-ଶୋରୁମ୍ ପ୍ରାଇସ୍ ୨୨.୨୪ ଲକ୍ଷ ଟଙ୍କା । ଏହି କାରଟି Curvv EV ର ଟପ୍-ସ୍ପେକ୍ ଭାରିଆଣ୍ଟ Empowered+ A ଟ୍ରିମ୍ ଉପରେ ବେସ୍ଡ, ଯାହା ୫୫ kWh ର ବ୍ୟାଟେରୀ ପ୍ୟାକ୍ ସହିତ ଲେସ୍ । ଏହି Tata କାରଟି ଏହାର ଷ୍ଟାଣ୍ଡାର୍ଡ ମଡେଲ୍ ତୁଳନାରେ ୨୫ ହଜାର ଟଙ୍କା ଅଧିକ ରହିଛି ।

ପାୱାର ଏବଂ ରେଞ୍ଜ :
Tata Curvv EV ଏକ ଫ୍ରଣ୍ଟ-ହ୍ବିଲ୍-ଡ୍ରାଇଭ୍ (FWD) ମୋଟର ଲାଗିଛି, ଯେଉଁଥିରେ ୧୬୭ hp ର ପାୱାର ମିଳିଥାଏ ଏବଂ ୨୧୫ Nm ର ଟର୍କ ମଧ୍ୟ ଜେନେରେଟ୍ ହୋଇଥାଏ । ଏହି ଇଲେକ୍ଟ୍ରିକ୍ କାରରେ ମିଳୁଥିବା ୫୫ kWh ର ବ୍ୟାଟେରୀ ପ୍ୟାକ୍ ସହିତ କର୍ଭ ସିଙ୍ଗଲ ଚାର୍ଜିଂରେ ୫୦୨ କିଲୋମିଟର ରେଞ୍ଜ ଦେବାକୁ ଦାବି କରିଛି ।

Tata Curvv EV ୮.୬ ସେକେଣ୍ଡର ୦ ରୁ ୧୦୦ କିଲୋମିଟର ଘଣ୍ଟା ବେଗରେ ପହଞ୍ଚିପାରିବ । ଏହି କାରରେ ତିନୋଟି ଡ୍ରାଇଭ୍ ମୋଡ୍ ଅଛି ଯାହା ହେଉଛି- ଇକୋ, ସ୍ପୋର୍ଟ ଏବଂ ସିଟି । ସ୍ପୋର୍ଟ ମୋଡରେ ଏହି କାରଟି ୧୬୦ କିଲୋମିଟରର ଟପ୍-ସ୍ପିଡରେ ପହଞ୍ଚିବାକୁ ଦାବି କରେ । ସେହିଭଳି ଇକୋ ଏବଂ ସିଟି ମୋଡରେ ଏହି କାର ୧୨୦ କିଲୋମିଟର ପ୍ରତି ଘଣ୍ଟା ବେଗର ଚାଲିପାରିବ ।

Tata ର ଏହି ଇଲେକ୍ଟ୍ରିକ୍ କାରକୁ ୭.୨ kW AC ଚାର୍ଜରରେ ଚାର୍ଜ କରାଯାଇଥାଏ । ଏହି ଚାର୍ଜର ସାହାଯ୍ୟରେ, ଏହି କାରଟି ୭.୯ ଘଣ୍ଟା ମଧ୍ୟରେ ୧୦% ବ୍ୟାଟେରୀରୁ ୧୦୦% ବ୍ୟାଟେରୀ ଚାର୍ଜ ହେବ । ଏହି କାରରେ ଫାଷ୍ଟ ଚାର୍ଜିଂ ଫିଚର ମଧ୍ୟ ସାମିଲ୍ ଅଛି । ଯାହା ଯୋଗୁଁ ଏହି କାରକୁ ୧୦%ରୁ ୮୦% ଚାର୍ଜ କରିବାକୁ ମାତ୍ର ୪୦ ମିନିଟ୍ ସମୟ ଲାଗିବ । ଏଥିପାଇଁ ୭୦kW ର DC ଫାଷ୍ଟ ଚାର୍ଜର ବ୍ୟବହାର କରିବାକୁ ପଡିବ ।

Also read : ଫ୍ୟାମିଲି ପାଇଁ ବେଷ୍ଟ ରହିଛି Tata ର ଏହି ଇଲେକ୍ଟ୍ରିକ୍ EV, ଫିଚର୍ସ ରହିଛି ଜବରଦସ୍ତ