ଟାଟା କାରରେ ଟେସଲା ପରି ଫିଚର୍: ବିନା ଡ୍ରାଇଭରରେ ଚାଲିବ କାର, ଜାଣନ୍ତୁ ଏହାର ଟୋଟାଲ ଫିଚର୍

ଟେସଲା ହେଉଛି ସବୁଠୁ ଦାମୀ କାର। ଯାହାର ଫିଚର୍ ମଧ୍ୟ ଦମଦାର ରହିଛି। କିନ୍ତୁ ଏହି କାର ଏବେ ପର୍ଯ୍ୟନ୍ତ ଭାରତ ଆସିନାହିଁ। ଯାହା ସୂଚନା ମିଳିଛି ଭାରତ ଆସିବା ପାଇଁ ଏହା ପ୍ରସ୍ତୁତ ହେଉଛି। କିନ୍ତୁ ଯଦି ଆପଣ ଏହି ଟେସଲା କାର କିଣିବାକୁ ଚାହୁଁଛନ୍ତି ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ TATA ମୋଟରସ୍ ଆଣୁଛି ଟେସଲା ପରି ଟାଟା କାର। ଏମିତିକି ଆପଣ ବିନା ଚିନ୍ତାରେ ଏହି ଗାଡ଼ିରେ ବସି ପାରିବେ। କାରଣ ଏହି ଗାଡ଼ି ବିନା ଡ୍ରାଇଭରରେ ଚାଲିବ।

tata car
picture credit – Hindustan times

ସେଥିପାଇଁ ତ ଏହାକୁ ଅଟୋପାଇଲଟ୍ ଫିଚର୍ ଥିବା କାର ମଧ୍ୟ କୁହାଯାଉଛି । ଟାଟା ମୋଟର୍ସ ହେଉଛି ଦେଶର ଇଭି ଇଣ୍ଡଷ୍ଟ୍ରିରେ ଅଗ୍ରଣୀ କମ୍ପାନୀ । ଯିଏକି ଏହାର ନୂଆ ଇଭି ଗାଡ଼ିରେ ଟେସଲା ପରି ଫିଚର୍ ଆଣିବ। ତେବେ ଏହି ଟାଟା ନିଜର ଏହି ଇଭି କାର Tata Avinya ୨୦୨୫ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ କରିବ। ଟାଟା ଅଭିନ୍ୟ ଇଭେଣ୍ଟରେ ପ୍ରଡକ୍ଟ ଲାଇନ, ଅପରେସନ୍ସ ଓ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଉପାଧ୍ୟକ୍ଷ ଆନନ୍ଦ କୁଲକର୍ଣ୍ଣି କହିଛନ୍ତି ଯେ ଟାଟା ଅଭିନ୍ୟ ନୂଆ ଡିଜାଇନ ଟେକ୍ନୋଲୋଜିରେ ତିଆରି ହୋଇଛି । ଏଥିରେ ଯାତ୍ରୀ ଟେସଲାର ମଜା ନେଇ ପାରିବେ। ଏହା ସମ୍ଭବତ ଟେସଲା ଇଲେକ୍ଟ୍ରିକ୍ କାର୍ ପରି ସ୍ୱୟଂଚାଳିତ ଡ୍ରାଇଭିଂ ଫିଚର୍ ସହିତ ମାର୍କେଟରେ ଲଞ୍ଚ ହେବ।

ଯେତେବେଳେ କାରଟି ଅଟୋପାଇଲଟ ମୋଡରେ ଚାଲିବ, ସେତେବେଳେ ସାଟେଲାଇଟ୍ ସହିତ ଏହା କାର ଚାରିପାଖରେ ଦିଆଯାଇଥିବା କ୍ୟାମେରାରୁ ଇନପୁଟ୍ ମଧ୍ୟ ପାଇବ। କାରଟି ଯେତେବେଳେ ଚାଲିବ କୌଣସି ଜିନିଷ ସମ୍ନାକୁ ଆସିଲେ ଏହା ହଠାତ୍ ଅଟକି ଯିବ। ଯାହା ଏହାର ଏକ ବଡ଼ ଫିଚର୍। ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ କମ୍। କାରରେ ଅନେକ ସେନ୍ସର ମଧ୍ୟ ଅଛି, ଯାହା କାରକୁ ରାସ୍ତାରେ ରଖିବା ଏବଂ ସିଗନାଲ୍ ପଢିବାରେ ସାହାଯ୍ୟ କରେ।

କାରଟି ଅଟୋପାଇଲଟ ମୋଡରେ ଚାଲୁଥିଲା । ଯାହାର ଗତି ଘଣ୍ଟା ପ୍ରତି ୯୬ କିଲୋମିଟରରୁ ଅଧିକ । କିନ୍ତୁ ଆପଣ ଏହାକୁ କଣ୍ଟ୍ରୋଲ କରି ପାରିବେ। ଏହି କାରରେ ପାନୋରାମିକ୍ ସନ୍ଫରୁଫ୍ ମଧ୍ୟ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଚାର୍ଜରେ ପ୍ରାୟ 500 KM ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.