ପୁଣି ଟାଟା ଦଖଲକୁ ଯିବ ଏୟାର ଇଣ୍ଡିଆ, ସରକାର ଆହ୍ଵାନ କଲେ ଟେଣ୍ଡର

ନୂଆଦିଲ୍ଳୀ : ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ସରାକାର ଚିନ୍ତା କରୁଛନ୍ତି । ଏଥିପାଇଁ ନିଲାମ ଡାକିଛନ୍ତି ସରକାର । ଏୟାର ଇଣ୍ଡିଆକୁ ନେବା ପାଇଁ ବହୁ କମ୍ପାନୀ ସେମାନଙ୍କର ଟେଣ୍ଡର ପକାଇଛନ୍ତି । ଏଥିରେ ଟାଟା କମ୍ପାନୀ ନାମ ସମସ୍ତଙ୍କ ଆଗରେ ରହିଛି ।

ଟାଟା ପୁଣି ଫେରି ପାଇବ ଏୟାର ଇଣ୍ଡିଆ :

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରେ ବିମାନ ସେବା ଆରମ୍ଭ ହୋଇଥିଲା । ସେତେବେଳେ ଏହାର ନାମ ରଖାଯାଇଥିଲା ଏୟାର ଇଣ୍ଡିଆ । ୧୯୩୨ ମସିହାରେ ପ୍ରଥମେ ଟାଟା କମ୍ପାନୀ ଏୟାର ଇଣ୍ଡିଆର ଆରମ୍ଭ କରିଥିଲା । ଟାଟା ଗ୍ରୁପ୍‌ର ଜେ.ଆର.ଡି ଟାଟା ଏହାର ଆରମ୍ଭ କରିଥିଲେ । ସେ ନିଜେ ମଧ୍ୟ ଜଣେ ଭଲ ପାଇଲଟ ଥିଲେ । ଏବେ ପୁଣି ଥରେ ଏହାକୁ ଟାଟା କମ୍ପାନୀ କିଣିବାକୁ ଟେଣ୍ଡର ଭରିଛି ।

୧୯୪୭ ରେ ପ୍ରଥମେ ଏୟାର ଇଣ୍ଡିଆରେ ଭାରତ ସରକାର ୪୯ ପ୍ରତିଶତ ଅଂଶ ଧନ ଲଗାଇଥିଲେ । ପରେ ଭାରତ ସରକାର ଏୟାର କର୍ପୋରେସନ ଆକ୍ଟ କଲେ ଓ ଏଥିରେ ଟାଟା ସର୍ବାଧିକ ଅଂଶ ଧନ ଲଗାଇଥିଲା। ଏହିପରି ସେତେବେଳେ ଏୟାର ଇଣ୍ଡିଆ ସରକାରୀ ହୋଇଥିଲା ।

ଏହାପରେ ବହୁବାର ଏୟାର ଇଣ୍ଡିଆକୁ ଘରୋଇକରଣ କରାଯିବାକୁ ଚେଷ୍ଟା କରାଯାଇଛି । ୨୦୧୮ ମସିହାରେ ସରକାର ଏଥିପାଇଁ EOI ଆହ୍ଵାନ କରିଥିଲେ । ତେବେ ଏହା ସମ୍ଭବ ହୋଇ ପାରିନଥିଲା । ଏହାପରେ କରୋନା ପାଇଁ ଏଥିରେ ବିଳମ୍ବ ଦେଖାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ସରକାର ପୁଣି ଥରେ ଏୟାର ଇଣ୍ଡିଆକୁ ଘରୋଇ କରଣ କରିବାକୁ ଟେଣ୍ଡର ଆହ୍ଵାନ କରିଛନ୍ତି । ଏଥର ଯଦି ଟାଟା ଗ୍ରୁପ ଏଥିରେ ସଫଳ ହୁଏ ତେବେ ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଅଧୀନକୁ ଚାଲିଯିବ ।

Leave A Reply

Your email address will not be published.