ଲଞ୍ଚ ହେବ ଟାଟା ମୋଟର୍ସର Altroz Racer, ଫିଚର୍ସ ରହିଛି ବଢ଼ିଆ

ଟାଟା ମୋଟର୍ସ ଭାରତରେ Altroz Racer ଦାମ୍‌ ଘୋଷଣା କରିବାକୁ ଯାଉଛି । କମ୍ପାନୀର ଏହି ପ୍ରିମିୟମ୍ ହ୍ୟାଚବ୍ୟାକ୍ ର ସ୍ପୋର୍ଟ ଭର୍ସନ ତିନୋଟି ଭାରିଆଣ୍ଟ ଏବଂ ତିନୋଟି କଲରରେ ଉପଲବ୍ଧ ହେବ । ନୂଆ Tata Altroz Racerରେ ୧.୨ ଲିଟର, ତିନି-ସିଲିଣ୍ଡର, ଟର୍ବୋ-ପେଟ୍ରୋଲ ଇଞ୍ଜିନ ମିଳିବ । ଏହି ଇଞ୍ଜିନ୍ ପ୍ରଥମେ Altroz ରେଞ୍ଜରେ iTurbo ଭାବରେ ମାର୍କେଟକୁ ଆସିଥିଲା । ରେସର ଡେରିଭେଟିଭ୍ ର ହାଇ ଷ୍ଟେଟ୍‌ ଅଫ ଟ୍ୟୁନ୍ ଅଛି, ଯାହା ୧୧୮ bhp ଏବଂ ୧୭୦ Nm ର ଆଉଟପୁଟ୍‌ ଜେନେରେଟ୍‌ କରେ । ଏହି ଇଞ୍ଜିନ୍ ୬ -ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ଫ୍ରଣ୍ଟ୍ ହ୍ଵିଲ୍‌ ଡ୍ରାଇଭ୍ ସିଷ୍ଟମକୁ ସପୋର୍ଟ କରେ ।

୨୦୨୪ ଟାଟା Altroz Racer ର ବାହାର ହାଇଲାଇଟ୍ ଗୁଡିକରେ ଡୁଆଲ୍-ଟୋନ୍ ପେଣ୍ଟ୍, ଫ୍ରଣ୍ଟ ଫେଣ୍ଡରରେ ‘ରେସର୍’ ବ୍ୟାଜିଙ୍ଗ୍, ଡାଇମଣ୍ଡ କଟ୍‌ ଆଲୋଇ ହ୍ଵିଲ୍ସ, ବ୍ଲାକ୍‌ ବୋନେଟ୍, ବୋନେଟ୍ ଏବଂ ରୁଫରେ ଦୁଇଟି ହ୍ଵାଇଟ୍‌ କଲରର ଷ୍ଟ୍ରାଇଟ୍ ଏବଂ ଏକ ଇଣ୍ଟିଗ୍ରେଟେଡ୍ ସ୍ପାଇଲର୍ ସାମିଲ ଅଛି । ଗ୍ରାହକମାନେ ଆଟୋମିକ୍ ଅରେଞ୍ଜ, ଆଭେନ୍ୟୁ ହ୍ଵାଇଟ୍ ଏବଂ ଗ୍ରେ ଭଳି ତିନୋଟି କଲର ବାଛିବା ପାଇଁ ଅପ୍ସନ ପାଇବେ । ଏହି କାରଟି R1, R2 ଏବଂ R3 ପରି ତିନୋଟି ଭାରିଆଣ୍ଟରେ ଉପଲବ୍ଧ ହେବ ।

Altroz Racerର ଇଣ୍ଟେରିୟରରେ ଇଲେକ୍ଟ୍ରିକ୍‌ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ନୂଆ ୧୦.୨୫-ଇଞ୍ଚ୍ ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ହେଡରେଷ୍ଟରେ ‘ରେସର୍’ ଲେଟ୍‌ ରିଙ୍ଗ୍‌, ୩୬୦ ଡିଗ୍ରୀ କ୍ୟାମେରା, ୬ ଏୟାରବ୍ୟାଗ ଏବଂ ଓ୍ଵାୟରଲେସ୍‌ ଚାର୍ଜିଂ ପରି ଫିଚର୍ସ ଦିଆଯାଇଛି । ଏହି କାରର ଦାମ ୧୦ ଲକ୍ଷ ଉପରେ ହେବ ବୋଲି କୁହାଯାଇଛି ।

You might also like