କାର କିଣିଲେ ମାଗଣାରେ ମିଳୁଛି ସ୍କୁଟର, ତୁରନ୍ତ କିଣନ୍ତୁ ଏହି କମ୍ପାନୀର କାର
ଦୀପାବଳି ଯେତିକି ଯେତିକି ନିକଟତର ହେଉଛି ସମସ୍ତ କମ୍ପାନୀମାନେ ନିଜ ନିଜ ଅଫର ସେତିକି ବଢାଇବାରେ ଲାଗିଛନ୍ତି। ଅଟୋ ସେକ୍ଟରରେ ମଧ୍ୟ ଏବେ ଅଫରର ବର୍ଷା ହେବାରେ ଲାଗିଥିବା ଦେଖିବାକୁ ମିଳୁଛି। କାର କମ୍ପାନୀଗୁଡ଼ିକ ନିଜ ବିକ୍ରି ବଢାଇବାକୁ ଏବେ ନୂଆ ନୂଆ ଆକର୍ଷଣୀୟ ଅଫର ଦେବାରେ ଲାଗିଛନ୍ତି। ଏବେ ଟାଟା ମୋଟରର ସେହିଭଳି ଏକ ଅଫର ଆସିଥିବା ଦେଖିବାକୁ ମିଳିଛି। ଅଫର ମୁତାବକ ଗୋଟିଏ କାର କିଣିଲେ ତା ସହ ସ୍କୁଟର ଫ୍ରିରେ ଦିଆଯିବ ବୋଲି କୁହାଯାଉଛି। ଗ୍ରାହକମାନେ କମ୍ପାନୀର ଏହି ନୂଆ ଅଫରର ଫାଇଦା ଉଠାଇବାକୁ ମଧ୍ୟ ଆଗଭର ହେଉଛନ୍ତି।
ଏହାସହ ପଢନ୍ତୁ: ଜଲଦି କରନ୍ତୁ, କିଣାମୂଲ୍ୟ ଠାରୁ ୨୬,୯୯୦ ଟଙ୍କା କମ୍ରେ ମିଳୁଛି ଏହି ସ୍କୁଟର
ନିଜ ବିକ୍ରି ବଢାଇବା ପାଇଁ ମଧ୍ୟପ୍ରଦେଶର ଏକ ଟାଟା ମୋଟର୍ସ ଡିଲର ଏହି ଦୀପାବଳିରେ ଖାସ ଅଫର ଆଣିଛନ୍ତି। ଅଫର ମୁତାବକ ଟାଟାର ଟିଆଗୋ, ଟିଗୋର ଏବଂ ନେକ୍ସନ କାର କିଣିଲେ ଡିଲରଙ୍କ ତରଫରୁ ହୋଣ୍ଡାର ଏକ ସ୍କୁଟର ଫ୍ରିରେ ଦିଆଯିବ। ଏହି ଅଫର ସମ୍ପର୍କରେ ଜାଣିବା ପରେ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଏହା ଭାଇରାଲ ହେଉଛି। ଟାଟା ମୋଟର୍ସ ତରଫରୁ ଏହି ଅଫରକୁ ନେଇ ଯାଞ୍ଚ କରାଯାଉଥିବା ଜଣାଯାଇଛି।
ତେବେ ପ୍ରଥମ ଥର ପାଇଁ ଏଭଳି ଦମଦାର ଅଫର କୌଣସି କାର କମ୍ପାନୀ ଦେଉଥିବା ଜଣାଯାଇଛି। ଟାଟାର ଏକ କାର କିଣିଲେ ହୋଣ୍ଡା ଆକ୍ଟିଭା ଏବଂ ଗ୍ରେଜିଆ ଫ୍ରିରେ ମିଳିବ। ମାତ୍ର ଏଥିରେ କେତେକ ସର୍ତ୍ତ ରହିଛି। ଯାହା ଡିଲର ସିପ ନେବା ବେଳେ କୁହାଯିବ। ଏହି ଅଫର ଟାଟା ମୋଟର୍ସର ଫେଷ୍ଟିବଲ ଅଫ କାର୍ସ ଡିସ୍କାଉଣ୍ଟ ପ୍ରୋଗ୍ରାମ ତରଫରୁ ଦିଆଯାଇଛି। ତେବେ ଏଥିରେ ଗ୍ରାହକ ଫାଇଦାରେ ରହିବେ ବୋଲି କମ୍ପାନୀ କହିଛି।