୧ ଏପ୍ରିଲରୁ ବଢ଼ିଯିବ ଟାଟା ମୋଟର୍ସର କମର୍ସିଆଲ ବାହନ, ଜାଣନ୍ତୁ କେତେ ବଢ଼ିଲା ଦାମ୍‌

ଏପ୍ରିଲରୁ ମହଙ୍ଗା ହେଉଛି ଟାଟା ମୋଟର୍ସର କମର୍ସିଆଲ ବାହନ । ଟାଟା ମୋଟର୍ସ ତାର ଗାଡି ଗୁଡିକର ଦାମକୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । କମ୍ପାନୀ ଏକ ନିୟାମକ ଫାଇଲିଙ୍ଗ ଘୋଷଣା କରିଛି । ସରକାରୀ ନିୟାମବଳୀର ପରିବର୍ତ୍ତନ ଓ ଗାଡିର ପ୍ରଡକସନ୍‌ କଷ୍ଟର ଅଭିବୃଦ୍ଧି ଯୋଗୁଁ କମ୍ପାନୀ ତାର ସମସ୍ତ ରେଞ୍ଜର ଗାଡି ଗୁଡକର ଦାମ୍‌ ବୃଦ୍ଧି କରୁଛି ।

୧ ଏପ୍ରିଲରୁ ମହଙ୍ଗା ହେଉଛି ଟାଟା ମୋଟର୍ସର କମର୍ସିଆଲ ବାହନ । ଟାଟା ମୋଟର୍ସ ତାର ଗାଡି ଗୁଡିକର ଦାମକୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । କମ୍ପାନୀ ଏକ ନିୟାମକ ଫାଇଲିଙ୍ଗ ଘୋଷଣା କରିଛି । ସରକାରୀ ନିୟାମବଳୀର ପରିବର୍ତ୍ତନ ଓ ଗାଡିର ପ୍ରଡକସନ୍‌ କଷ୍ଟର ଅଭିବୃଦ୍ଧି ଯୋଗୁଁ କମ୍ପାନୀ ତାର ସମସ୍ତ ରେଞ୍ଜର ଗାଡି ଗୁଡକର ଦାମ୍‌ ବୃଦ୍ଧି କରୁଛି । ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ନୂଆ BS6 ଏମିସନ୍‌ ନର୍ମସକୁ ନଜରରେ ରଖି କମ୍ପାନୀ ଏହାର ସମସ୍ତ ମଡେଲକୁ ପରିବର୍ତ୍ତିତ କରୁଥିବାରୁ ଗାଡି ଗୁଡିକର ଦାମ୍‌ ଆସନ୍ତା ମାସରୁ ବୃଦ୍ଧି କରାଯିବ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ଜଣାଯାଇଛି ।

କଷ୍ଟମର୍ସ ଏବଂ ଗାଡି ମାଲିକ କ୍ଲିନ, ଗ୍ରୀନର ଏବଂ ଟେକ୍ନୋଲୋଜୀକୁ ନଜର ରଖି ଭଲ ଗାଡିର ଆଶା ରଖୁଛନ୍ତି । ଏହାଦ୍ୱସାରା ସେମାନଙ୍କୁ ଅନେକ ପ୍ରକାର ବେନିଫିଟ୍‌ ମଧ୍ୟ ମିଳିବ ତାସହିତ ଗାଡିର ରକ୍ଷଣାବେକ୍ଷଣାର ଖର୍ଚ୍ଚ ମଧ୍ୟ କମ୍‌ ପଡିବ ।

ଟାଟା ମୋଟର୍ସ ଜଣାଇଛି ଯେ ଏହି ଦାମ୍‌ ବୃଦ୍ଧି ସମସ୍ତ ରେଞ୍ଜର କମର୍ସିଆଲ ଗାଡିରେ ଲାଗୁ ହେବ । ଆଉ ଏହାର ଦାମ ଗାଡିର ଭ୍ୟାରିୟଣ୍ଟ ଏବଂ ମଡେଲ ଉପରେ ନିର୍ଭର କରିବ । ଟାଟା ମୋଟର୍ସ ଦେଶର ସବୁଠାରୁ ବଡ କମର୍ସିଆ ଭେଇକିଲ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ । ଏହାପୂର୍ବରୁ ୧ ଫେବୃୟାରୀରେ ଟାଟା ମୋଟର୍ସ ନିଜ ପାସେଞ୍ଜର ଗାଡିର ଦାମ୍‌ ମଧ୍ୟ ବୃଦ୍ଧି କରିସାରିଛି । ସେତେବେଳେ ଦରବୃଦ୍ଧି କରିବାର କାରଣରେ କମ୍ପାନୀ ଜଣାଇଥିଲା ଯେ ଗାଡିର ମେକିଙ୍ଗ କଷ୍ଟ୍‍ ବୃଦ୍ଧି ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ।

୧ ଏପ୍ରିଲ ୨୦୨୩ରେ ନୂଆ ଏମିସନ ନର୍ମସ ଲାଗୁ ହେବାକୁ ଯାଉଛି । ଏହାଦ୍ୱାରା BS6 ଷ୍ଟେଜ୍‌ ୨ ନିୟମକୁ ପୁରା କରିନଥିବ ଗାଡି ଗୁଡିକୁ ବନ୍ଦ କରିଦିଆଯିବ । ନୂଆ ନିୟମ ଅନୁଯାୟୀ ଅଧିକ ଇଞ୍ଜିନ୍‌ ଲଗାଯିବ ଯାହାଦ୍ୱାରା ଫୁଏଲ ଏଫିସିଏଣ୍ଟ ହେବ ଏବଂ ସିଓ୨ ଉତ୍ସର୍ଜନ କମ୍‌ କରିବାରେ ବି ସାହାଯ୍ୟ ମିଳିବ। ଟାଟା ମୋଟର୍ସ ତରଫରୁ ଏହି ସୂଚନା ସେୟାର ବଜାର ବନ୍ଦ ହେବା ପରେ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.