ବନ୍ଦ ହୋଇପାରେ ଟାଟା ମୋଟର୍ସର ଏହି ଚାରିଟି କାର୍, ଜାଣନ୍ତୁ କାରଣ

ଆଟୋ ସେକ୍ଟରରୁ ଆସିଛି ବଡ଼ ଖବର । ଖୁବ୍ ଶୀଘ୍ର ବନ୍ଦ ହୋଇାପାରେ ଟାଟା ମୋଟର୍ସର ଚାରିଟି କାର । ୧ ଏପ୍ରିଲ ୨୦୨୦ରୁ ଲାଗୁ ହେବାକୁ ଥିବା ବିଏସ ୬ ଉତ୍ସର୍ଜନ ମାନଦଣ୍ଡକୁ ଆଖିଆଗରେ ରଖି କିଛି ବଡ଼ ବଡ଼ ଗାଡି କମ୍ପାନୀ ନିଜର ଅନେକ ଗାଡି ମଡେଲ ବନ୍ଦ କରିବାକୁ ଚାହୁଁଛନ୍ତି । ଟାଟା ମୋଟର୍ସ ମଧ୍ୟ ସେହି ଗାଡିର ପ୍ରଡକ୍ସନ୍ ବନ୍ଦ କରିବାକୁ ଯାଉଛି ଯାହାର ବକ୍ରି କମ୍ ଅଛି । ଆସନ୍ତୁ ଜାଣିବା କେଉଁ ଗାଡି ବନ୍ଦ ହେବ ।

Tata bolt :

ନିଜ ଜବରଦସ୍ତ ସ୍ପେଶ୍ ପାଇଁ ପରିଚିତ ଟାଟା ମୋଡର୍ସର ବୋଲ୍ଟ ହେଉଛି କମ୍ପାନୀର ସବୁଠାରୁ କମ୍ ବିକ୍ରି ହେଉଥିବା ଗାଡି ମଧ୍ୟରେ ଗୋଟିଏ । ତେଣୁ ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ଏହି ଗାଡି ।

Tata Zest : 

ସେହିପରି ଟାଟା ଜେଷ୍ଟ ଅନେକ ଦିନ ଧରି ମାର୍କେଟରେ ରହିଛି । କିନ୍ତୁ ଏବେ ଏହାର ଡିମାଣ୍ଡ ଧୀରେ ଧୀରେ କମ୍ ହେବାକୁ ଲାଗିଲାଣି । ଯେଉଁଥିପାଇଁ କମ୍ପାନୀ ଏହି କାରର ପ୍ରଡକ୍ସନ୍ ବନ୍ଦ କରିପାରେ ।

ଏହା ସହ ପଢନ୍ତୁ ଇଲେକଟ୍ରିକ ଗାଡି କିଣିଲେ ଦେବାକୁ ପଡିବନି ରୋଡ୍ ଟ୍ୟାକ୍ସ, କେନ୍ଦ୍ର ସରକାର ଲେଖିଲେ ରାଜ୍ୟକୁ ଚିଠି

Tata safari : 

SUV ର ସଫାରିରେ ଯାତ୍ରା କରିବା ଯେତିକି ଆରାମ ଦାୟକ, ତାର ମୁକାବିଲା ଅନ୍ୟ କୌଣସି ଗାଡି କରିପାରିବ ନାହିଁ । କିନ୍ତୁ ବଦଳୁଥିବା ସମୟ ସହ ନୂଆ ନୂଆ SUV ଗାଡି ଏହାର ସ୍ଥାନ ନେବାକୁ ଲାଗିଲାଣି । ଯାହା ଫଳରେ ଏହାର ଡିମାଣ୍ଡ କମ୍ ହୋଇଗଲାଣି । ତେଣୁ ଏହି ଗାଡିର ପ୍ରଡକ୍ସନ୍ ବନ୍ଦ କରିପାରେ କମ୍ପାନୀ ।

Tata Hexa :

ସେହିପରି ଖୁବ୍ ମାର୍କେଟରେ ଜୋରଦାର ପ୍ରବେଶ କରିଥିଲା ହେକ୍ସା । କିନ୍ତୁ ଏବେ ଏହାର ଡିମାଣ୍ଡ କମି ଗଲାଣି । ତେଣୁ ଏହି ଗାଡିର ପ୍ରଡକ୍ସନ ବନ୍ଦ କରିପାରେ କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.