ଦୀପାବଳି ପୂର୍ବରୁ ରେକର୍ଡ କାଟିଲା ଟାଟା ମୋଟର୍ସ, ଏକାସାଙ୍ଗେ ଲଞ୍ଚ କଲା ୨୧ ଟି ଯାନବାହାନ

ଦୀପାବଳି ପୂର୍ବରୁ ରେକର୍ଡ କାଟିଲା ଟାଟା ମୋଟର୍ସ ,ଏହାର କାମର୍ସିୟାଲ ଯାନଗୁଡିକର ପରିସରକୁ ବିସ୍ତାର କରିଛି । କମ୍ପାନୀ ଗୁରୁବାର ଦିନ କାମର୍ସିୟାଲ ଯାନର ପ୍ରତ୍ୟେକ ବିଭାଗର ଗାଡି ଗୁଡିକୁ ଅର୍ଥାତ ଏକାସାଙ୍ଗରେ ମୋଟ ୨୧ ଟି ଗାଡିକୁ ଲଞ୍ଚ କରିଛି। ଏଥିସହିତ ଟାଟା ମୋଟର୍ସ ମଧ୍ୟମ ଏବଂ ଭାରୀ କାମର୍ସିୟାଲ ଯାନ ଭିତରେ ୭ ଟି ନୂତନ ଟ୍ରକ୍ ଲଞ୍ଚ କରିଛି । ସବୁଠୁ ବିଶେଷ କଥା ହେଉଛି ଏହି ସମସ୍ତ ଟ୍ରକଗୁଡିକର total cost of ownershipକୁ ଉର୍ଣ୍ଣତ ଭାବରେ ତିଆରି କରାଯାଇଛି । ଏହାର ଅର୍ଥ ହେଉଛି ଏହି ଟ୍ରକ ଗୁଡିକର ମାଇଲେଜ୍ ଉନ୍ନତ ହେବା ସହିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ଏହି ୭ ଟି ନୂତନ ଟ୍ରକ୍ ହେଉଛି ସାଇନା 5530 S, ସାଇନା 4623 S, ସାଇନା 4625 S ESC, ସାଇନା 4221 ଟି, ସାଇନା 4021 S, ସାଇନା 3118 ଟି ଏବଂ ପ୍ରିମା 2830 କେ।

ଟାଟା ମୋଟର୍ସର ମଧ୍ୟବର୍ତ୍ତୀ ଏବଂ ହାଲୁକା କାମର୍ସିୟାଲ ଯାନଗୁଡ଼ିକୁ ସାଧାରଣ ଲୋକଙ୍କ ମଧ୍ୟରେ ‘ଛୋଟା ହାଥୀ’ କୁହାଯାଏ । କମ୍ପାନୀ ମଧ୍ୟ ଏହି ବିଭାଗରେ ୫ ଟି ନୂତନ ଯାନ ଲଞ୍ଚ କରିଛି। ଏଥିରେ ଡିଜେଲ ଏବଂ ସିଏନଜି ଇଞ୍ଜିନର ବିକଳ୍ପ ଦିଆଯାଇଛି । ଏହି ବାଣିଜ୍ୟିକ ଯାନଗୁଡିକ ୪ ରୁ ୧୮ ଟନ୍ ଭାର ବର୍ଗରେ ଆସିଥାଏ । ଏହି ୫ ଟି ‘ଛୋଟା ହାଥୀ’ ହେଉଛି ଅଲଟ୍ରା ଟି 18 SL, 407G, 709G CNG, LPT 510 ଏବଂ ଅଲଟ୍ରା ଟି 6 ।

ଟାଟା ମୋଟର୍ସ ଏହାର ଲୋକପ୍ରିୟ Tata Ace ପରିସରକୁ ଛୋଟ କାମର୍ସିୟାଲ ଯାନ ଏବଂ ପିକ୍ ଅପ୍ ବର୍ଗରେ ବିସ୍ତାର କରିଛି । ଏହି ବର୍ଗରେ କମ୍ପାନୀ Winger Cargo, Ace Petrol CX Cab Chassis, Ace Gold Diesel+ ଏବଂ Intra V30 HIgh Deck ଲଞ୍ଚ କରିଛି। ରାସ୍ତାଘାଟ ଦୋକାନ, ଇ-ବାଣିଜ୍ୟ ଏବଂ ପାର୍ସଲ୍ କିମ୍ବା କ୍ୟୁରିଅର୍ କମ୍ପାନୀଗୁଡିକରେ ସାମଗ୍ରୀ ବିତରଣ ଦ୍ୱାରା ସେଗୁଡିକ ଅଧିକ ବ୍ୟବହୃତ ହୁଏ ।

କେବଳ ସେତିକି ନୁହେଁ ଟାଟା ମୋଟର୍ସ ମଧ୍ୟ ଏହି ୨୧ ଟି ଯାନ ସହିତ ଏହାର ବୈଦ୍ୟୁତିକ ବସ୍ ଲଞ୍ଚ କରିଛି। ଏହି ଇଲେକ୍ଟ୍ରିକ୍ ବସ୍ ର ନାମ ହେଉଛି ଷ୍ଟାରବସ୍ 4/12 ।ଏହା ବ୍ୟତୀତ କମ୍ପାନୀ ଆହୁରି 4 ଟି ଟ୍ରାଭେଲ ଯାନ ଲଞ୍ଚ କରିଛି। ଏଥି ମଧ୍ୟରେWinger 15S, Starbus 2200, Cityride Prime ଏବଂ Magna Coach ଅନ୍ତର୍ଭୁକ୍ତ ରହିଛି ।

Leave A Reply

Your email address will not be published.