ଟାଟା ମୋଟର୍ସ ନିଜ ପପୁଲାର ମଡେଲରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖିଛି ବଢ଼ିଆ ଡିସକାଉଣ୍ଟ ଅଫର, ଶୀଘ୍ର କିଣନ୍ତୁ

ଟାଟା ମୋଟର୍ସ ଏବେ ତାର ବଢ଼ିଆ ମଡେଲ୍ସ ଉପରେ ଦମଦାର ଡିସକାଉଣ୍ଟ ଅଫର ଘୋଷଣା କରିଛି। ଚଳିତ ବର୍ଷ ଗ୍ରାହକଙ୍କୁ ଖୁସି କରିବା ପାଇଁ କମ୍ପାନୀ ତରଫରୁ ଏହି ଅଫର ପ୍ଲାନ ବାହାର କରାଯାଇଛି। ଗତ ଦିନରେ ଟାଟା ନିଜ କାରର ଦାମ ବଢ଼ାଇବା ପରେ କମ୍ପାନୀ ଏବେ ୨୦୨୨ ରେ କିଛି ସିଲେକ୍ଟିଭ ମଡେଲ ଉପରେ ଭାରି ଅଫର ଦେଇଛି। ଏମିତିରେ ଗ୍ର୍ରାହକଙ୍କୁ ଅତି ବେଶିରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯିବ।

ଗତ କିଛି ବର୍ଷ ହେଲା ଟାଟା ମୋଟର୍ସର ବିକ୍ରିରେ ଅନେକ ସଫଳତା ଦେଖିବାକୁ ମିଳିଛି। ଏବେ ଏହାର ବିକ୍ରିରେ ଆହୁରି ଅଧିକ ଫାଇଦା ପାଇବା ପାଇଁ କମ୍ପାନୀ ୨୦୨୨ ରେ ଦମଦାର ଅଫର୍ସ ଦେଉଛି। ଟାଟା ଟିଆଗୋ, ଟାଟା ଟିଗୋର, ଟାଟା ହେରିୟର ଓ ଟାଟା ସଫାରୀରେ କମ୍ପାନୀ ଏବେ ଅନେକ ପ୍ରକାରର ଡିସକାଉଣ୍ଟ ସହ ଏକ୍ସଚେଞ୍ଜ ବୋନସ୍‌ ଦେଉଛି। କମ୍ପାନୀ ଏହି ସବୁ କାର ଉପରେ ପାଖାପାଖି ୪୫ ହଜାର ଟଙ୍କାର ଡିସକାଉଣ୍ଟ ଅଫର ରଖିଛି।

ଟାଟା ଟିଆଗୋ:
ମେ ମାସରେ ଟାଟା ମୋଟର୍ସ ନିଜର ପପୁଲାର ହାସବ୍ୟାକ ଟିଆଗୋ ଉପରେ ୨୩ହଜାର ଟଙ୍କାର ଲାଭ ଦେଉଛି। ଭାରତରେ ଏହି କାରର ପ୍ରାରମ୍ଭିକ ଦାମ ୫.୨୩ ଲକ୍ଷ ଟଙ୍କା ରହିଛି। କମ୍ପାନୀ କାରର ଏକ୍ସ-ଇ , ଏକ୍ସ-ଏମ୍‌ ଓ ଏକ୍ସ-ଟି ଭାରିଏଣ୍ଟସ ଉପରେ ୧୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦେଉଛି। ସେପରି କର୍ପୋରେଟ ଡିସକାଉଣ୍ଟ ପାଇଁ ୩ହଜାର ଟଙ୍କାର ଫାଇଦା ମିଳିବ। ଏକ୍ସଜେଡ ଓ ଏହାର ମହଙ୍ଗା ଭାରିଏଣ୍ଟସ ଉପରେ କମ୍ପାନୀ ୧୦ ହଜାର ଟଙ୍କାର କଞ୍ଜ୍ୟୁମର ଡିସକାଉଣ୍ଟ , ୧୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଏବଂ ୩ ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ଦେଉଛି।

ଟାଟା ଟିଗୋର:
ଏହା କମ୍ପାନୀର ପପୁଲାର ମଡେଲ, ଯେଉଁଥିରେ ମୋଟ ୨୩ ହଜାର ଟଙ୍କାର ଡିସକାଉଣ୍ଟ ଦିଆଯାଇଛି। ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୫.୮୩ ଲକ୍ଷ ଟଙ୍କା ରହିଛି। ଟିଗୋରର ଏକ୍ସଇ , ଏକ୍ସଏମ୍‌ ଓ ଏକ୍ସଟି ଭାରିଏଣ୍ଟରେ ୧୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ସହ ୩ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମିଳୁଛି। କାର ର ଏକ୍ସଜେଡ ଓ ଏହାର ମହଙ୍ଗା ଭାରିଏଣ୍ଟରେ ୧୦ ହଜାର ଟଙ୍କାର କଞ୍ଜ୍ୟୁମର ଡିସକାଉଣ୍ଟ , ୧୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ସହ ୩ ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମିଳୁଛି।

ଟାଟା ନେକ୍ସନ:
ଟାଟା ମୋଟର୍ସ ନିଜ ପପୁଲାର ଏସୟୁଭି ରେ ମୋଟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ରଖିଛି। ଏଥିମଧ୍ୟରୁ ୧୫ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ, ୫ ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ଦିଆଯାଉଛି। ଏସୟୁଭିର ପେଟ୍ରୋଲ ଭାରିଏଣ୍ଟରେ କୌଣସି ଏକ୍ସଚେଞ୍ଜ ବୋନସ ଗ୍ରାହକଙ୍କୁ ଦିଆଯାଉନାହିଁ। ବଜାରରେ ଏହାର ଦାମ ରହିଛି ୭.୪୩ ଲକ୍ଷ ଟଙ୍କା।

ଟାଟା ହ୍ୟାରିଅର:
ଟାଟା ର ଦମଦାର ଏସୟୁଭି ହ୍ୟାରିଅର ରେ ମୋଟ ୪୫ ହଜାର ଟଙ୍କାର ଅଫର୍ସ ମିଳୁଛି। ଯାହାର ପ୍ରାରମ୍ଭିକ ଦାମ ରହିଛି ୧୪.୫୩ ଲକ୍ଷ ଟଙ୍କା। ଟା ଟା ହ୍ୟାରିଅରରେ ଏକ୍ସଇ ଓ ଏକ୍ସଏମ ଭାରିଏଣ୍ଟରେ ୪୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦିଆଯାଉଛି। ଏହାବ୍ୟତିତ ୫ହଜାର ଟଙ୍କାର ଡିସକାଉଣ୍ଟ ଅଫର ରହିଛି।

ଟାଟା ସଫାରୀ:
କିଛି ଦିନ ପୂର୍ବରୁ ହିଁ ଟାଟା ସଫାରୀ ନେମପ୍ଲେଟ ଭାରତରେ ପୁଣି ଥରେ ଫେରିଛି। ଏବେ କମ୍ପାନୀ ଏହି ଭାରିଏଣ୍ଟରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ଦେଉଛି। ବଜାରରେ ଏହାର ଦାମ ୧୫.୦୨ ଲକ୍ଷ ଟଙ୍କା ଥିବା ବେଳେ କମ୍ପାନୀ ଏହାରି ଉପରେ ଡିସକାଉଣ୍ଟ ଅଫର ରଖିଛି। କମ୍ପାନୀ ଏକ୍ସଇ ଏକ୍ସଏମ ଭାରିଏଣ୍ଟରେ ୪୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦେଉଛି।

Leave A Reply

Your email address will not be published.