Tata Motors Production Halt : ଅଟୋ ଇଣ୍ଡଷ୍ଟ୍ରୀ ଉପରେ ବର୍ଷାର ପ୍ରଭାବ, ବନ୍ଦ ହେଲା ଉତ୍ପାଦନ, ସପ୍ଲାଏ ମଧ୍ୟ ପ୍ରଭାବିତ
ଗୁଜରାଟ : ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଏବେ ଦେଶର ଅଟୋ ଇଣ୍ଡଷ୍ଟ୍ରୀ ଉପରେ ବଡ଼ ପ୍ରଭାବ ପଡ଼ିଛି । ଟାଟା ମୋର୍ଟସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି । ଯାହାର ପ୍ରଭାବ କମ୍ପାନୀ ଉପରେ କାର୍ ଉତ୍ପାଦନ ଉପରେ ପଡ଼ିଛି । ଏହି ପ୍ଲାଣ୍ଟରେ କମ୍ପାନୀର ଲୋକପ୍ରିୟ କାର୍ ମ୍ୟାନୁଫ୍ୟାକ୍ଚରିଂ ହୁଏ । ଯଦି ସ୍ଥିତି ସାମାନ୍ୟ ନ ହୁଏ, ତେବେ ଏହାର ପ୍ରଭାବ ଡିଲସିପ ଏବଂ ଅନ୍ୟ ଗାଡ଼ି ସପ୍ଲାଏ ଉପରେ ପଡ଼ିବ ।
ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ ଲିମିଟେଡ୍ ଷ୍ଟକ୍ ଏକ୍ସଚେଞ୍ଚ ପକ୍ଷରୁ ସୂଚନା ମିଳିଛି କି, ଗୁଜରାଟର ସାଣନ୍ଦ ସ୍ଥିତ ପ୍ଲାଣ୍ଟ ଏବଂ ଆଖପାଖରେ ଥିବା ଅନେକ ସପ୍ଲାଇ ୟୁନିଟରେ ବନ୍ୟା ଯୋଗୁଁ କାମ ପ୍ରଭାବିତ ହୋଇଛି । ଅନେକ ଦିନରୁ ପ୍ରବଳ ବର୍ଷା ଯୋଗୁଁ ଫ୍ୟାକ୍ଟ୍ରିରେ ଗାଡ଼ି ପ୍ରଡକ୍ସନ ବନ୍ଦ ପଡ଼ିଛି । ସାଣନ୍ଦ ପ୍ଲାଣ୍ଟ କମ୍ପାନୀ ସବୁଠାରୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରଡକ୍ସନ ହବ୍ ମଧ୍ୟରେ ଅନ୍ୟତମ ।
କମ୍ପାନୀ ତରଫରୁ ପ୍ଲାଣ୍ଟ ଏବଂ ସପ୍ଲାୟର୍ସ ଫ୍ୟାକ୍ଟ୍ରିରେ ଉତ୍ପାଦନ ପୁଣି କରିବାର କାମ ଜୋରଦାର ଚାଲିଛି । ଆଗାମୀ କିଛିଦିନରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି କମ୍ପାନୀ ଆଶା କରିଛି । ବନ୍ୟାରେ କେତେ ଆର୍ଥିକ କ୍ଷତି ହୋଇଛି, ତାହାର ଆକଳନ ହୋଇନାହିଁ ।
ଟାଟା ମୋର୍ଟସ ପାଖରେ ବନ୍ୟା ଏବଂ ଅନ୍ୟ ପ୍ରାକ୍ତିକ ବିପର୍ଯ୍ୟୟ ପାଇଁ ଇନ୍ୟୁରାନ୍ସ କଭର ରହିଛି । କିନ୍ତୁ କମ୍ପାନୀ କେତେ ଏହାର କ୍ଷତିପୂରଣ ଦେବ ତାହା ଜଣାନାହିଁ । ଟାଟା ମୋଟର୍ସ ପାଇଁ ସାଣନ୍ଦ ପ୍ଲାଣ୍ଟ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଏଠାରେ କମ୍ପାନୀର ସବୁଠାରୁ ଶସ୍ତା କାର୍ ଟାଟା ଟିଗୋ, ଟିଗୋର ସେଡାନ, ନେକ୍ସନ, ସିଆରା ଭଳି କାର୍ ନିର୍ମାଣ ହୁଏ । ଯଦି ଏପରି ସ୍ଥିତି ଖୁବଶୀଘ୍ର ସାମାନ୍ୟ ନ ହୁଏ, ତେବେ ଟାଟାର ଏହି କାର୍ ପ୍ରଡକ୍ସନ ଏବଂ ସପ୍ଲାଏ ଉପରେ ପଡ଼ିବ ।
ଗୁଜରାଟରେ ଚଳିତବର୍ଷ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି । ଅହମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ଅନେକ ଟ୍ରେନ ପ୍ରଭାବିତ ହୋଇଛି ।
Also Read : FMCG Price Hike: HULର ବଡ଼ ନିଷ୍ପତ୍ତି, ୫% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଦୈନନ୍ଦିନ ସାମଗ୍ରୀ