ଗ୍ରାହକଙ୍କୁ Tataର ଝଟକା! ନେକ୍ସନ୍‌ ଠାରୁ ନେଇ Punch ପର୍ଯ୍ୟନ୍ତ ସବୁ କାର ଦାମ୍‌ ହେବ ମହଙ୍ଗା, ଚଳିତ ମାସ ଜଲଦି କିଣନ୍ତୁ

ଫେବୃଆରୀ ପହିଲାରୁ ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା । କାହିଁକିନା ଦେଶୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜର ପାସେଞ୍ଜର କାରର ଦାମକୁ ବଢ଼ାଇବା ପାଇଁ ଘୋଷଣା କରିଛି । ଆଜ୍ଞା ହଁ, ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ନିଜର ଭେହିକିଲ ଲାଇନଅପକୁ ଅପଡେଟ୍ କରିବାରେ ଲାଗିଛି । ନିକଟରେ କମ୍ପାନୀ ଘରୋଇ ବଜାରରେ ନିଜର କିଛି ନୂଆ ମଡେଲ ଉପସ୍ଥାପନ କରିଥିଲା । ତେବେ ଏହା ମଧ୍ୟରେ ଟାଟା କାର କିଣିବାକୁ ଇଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି ।

ଯଦି ଆପଣମାନେ ଟାଟା ସଫାରି ଠାରୁ ଆରମ୍ଭ କରି ନେକ୍ସାନ ବା ଟିଏଗୋ ପରି ପେଟ୍ରୋଲ-ଡିଜେଲ କାର କିଣିବାକୁ ଭାବୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଟାଟା ମୋଟର୍ସ ପକ୍ଷରୁ ଆଜି ପାସେଞ୍ଜର ଯାନ ଲାଇନଅପରେ ସମସ୍ତ ବାହନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଟାଟା ମୋଟର୍ସ ନିଜର ସମସ୍ତ ଆଇସିଇ ବା ପେଟ୍ରୋଲ-ଡିଜେଲ ଚାଳିତ ଯାନର ମୂଲ୍ୟ ବୃଦ୍ଧି କରିବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ।

ତେବେ ଟାଟା ମୋଟର୍ସର ଏହି ନୂଆ ମୂଲ୍ୟ ବୃଦ୍ଧି ନିୟମ ଆସନ୍ତା ଫେବୃଆରୀ ୧ରୁ ଲାଗୁ ହୋଇଯିବ । ରେଗୁଲେଟୋରୀ ପରିବର୍ତ୍ତନ ଓ ଇନପୁଟ ମୂଲ୍ୟରେ ବୃଦ୍ଧି କାରଣରୁ କମ୍ପାନୀ ଯାନର ଦର ବଢ଼ାଇବାକୁ ଯାଉଛି । ତେବେ କେଉଁ ମଡେଲର ମୂଲ୍ୟ କେତେ ବଢ଼ିବ ସେନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ଯାନର ମୂଲ୍ୟ ପାଖାପାଖି ୧.୨ ପ୍ରତିଶତ ବୃଦ୍ଧି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମାତ୍ର ଏହା ଅଲଗା ଅଲଗା ମଡେଲ ଓ ଭାରିଏଣ୍ଟସ ପାଇଁ ଆପ୍ଲିକେବଲ ହେବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟାଟା ମୋଟର୍ସ ଚଳିତ ବର୍ଷ ନିଜର ସଫାରୀ ଏବଂ ହ୍ୟାରିୟରର ଅପଡେଟ ମଡେଲକୁ ଲଞ୍ଚ୍‌ କରିବାକୁ ଯାଉଛି। ଏହି ୟୁଏସଭିରେ ପେଟ୍ରୋଲ ଇଞ୍ଜିନ୍‌ ସହିତ ଅନେକ ନୂଆ ଖାସିୟତ୍‌ ବି ଦେଖିବାକୁ ମିଳିବ। ଏହାସହିତ ଟାଟା ର ଦୁଇଟି ସିଏନଜି କାର ବି ଲଞ୍ଚ୍‌ ହେବାକୁ ଅଛି, ଯାହା ପଞ୍ଚ୍‌ ସିଏନଜି ଏବଂ ଅଲଟ୍ରୋଜ୍‌ ସିଏନଜି। ଆଗାମୀ ସମୟରେ ହ୍ୟାରିୟରର ଇଲେକଟ୍ରିକ ଭ୍ୟାରିୟଣ୍ଟ ମଧ୍ୟ ଲଞ୍ଚ୍‌ ହେବ, ଯାହା ଭଲ ରେଞ୍ଜ୍‌ ଏବଂ ସ୍ପିଡ୍‌ ଦେବ ବୋଲି ସମ୍ଭାବନା ରହିଛି । ଏହାପରେ କର୍ଭ ଇଭି ଏବଂ ଅଭିନ୍ୟା ଇଭି ମଧ୍ୟ ଲଞ୍ଚ୍‌ ହେବ । କର୍ଭ ଆଇସ୍‌ ମଡେଲ ମଧ୍ୟ ଲଞ୍ଚ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.