ଜାନୁଆରୀ ୨୦୨୫ ରୁ କମର୍ସିଆଲ୍ ଗାଡ଼ିର ମୂଲ୍ୟ ବୃଦ୍ଧି କରିବ ଟାଟା ମୋଟର୍ସ

ଭାରତର ସର୍ବବୃହତ କମର୍ସିଆଲ ଗାଡ଼ି ଉତ୍ପାଦନକାରୀ କମ୍ପାନୀ ଟାଟା ମୋଟର୍ସ ଲିମିଟେଡ୍ ଘୋଷଣା କରିଛି ଯେ ଏହା ଜାନୁଆରୀ ୧, ୨୦୨୫ ରୁ ଏହାର ଗାଡ଼ିର ମୂଲ୍ୟ ବୃଦ୍ଧି କରିବ । ଟାଟା ମୋଟର୍ସ ଏହାର ଟ୍ରକ୍ ଏବଂ ବସ୍ ପୋର୍ଟଫୋଲିଓରେ ୨% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଛି ।

ଇଣ୍ଡିଭିଜୁଆଲ ମଡେଲ ଏବଂ ଭ୍ୟାରିଏଣ୍ଟଗୁଡିକ ମଧ୍ୟରେ ମୂଲ୍ୟ ବୃଦ୍ଧି ଭିନ୍ନ ହେବ କିନ୍ତୁ ଟ୍ରକ୍ ଏବଂ ବସ୍ ସମଗ୍ର ରେଞ୍ଜରେ ଏହି ମୂଲ୍ୟ ବୃଦ୍ଧି ଲାଗୁ ହେବ । ଇନପୁଟ୍ ଖର୍ଚ୍ଚର ବୃଦ୍ଧିକୁ ବନ୍ଦ କରିବାକୁ ଏହି ମୂଲ୍ୟ ବୃଦ୍ଧି କରାଯିବ ବୋଲି ଟାଟା ମୋଟର୍ସ ଏକ ଏକ୍ସଚେଞ୍ଜ ଫାଇଲିଂରେ କହିଛନ୍ତି ।

ଏହି ସପ୍ତାହ ଆରମ୍ଭରେ, ଟାଟା ମୋଟର୍ସ ଏହାର ପ୍ୟାସେଞ୍ଜର ଗାଡ଼ି ପୋର୍ଟଫୋଲିଓର ମୂଲ୍ୟ ଜାନୁୟାରୀ ୨୦୨୫ ଠାରୁ ୩% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲା । ଯେଭଳି ହୁଣ୍ଡାଇ ମୋଟର୍ସ ଇଣ୍ଡିଆ, କିଆ ଏବଂ ମାରୁତି ସୁଜୁକି ନିଜ ଗାଡ଼ିର ମୂଲ୍ୟ ବୃଦ୍ଧି କରିଛନ୍ତି ଠିକ ସେହିଭଳି ଟାଟା ମୋଟର୍ସ ମଧ୍ୟ ଏହାର ପାସେଞ୍ଜର ଭେଇକିଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ।

ଟାଟା ମୋଟର୍ସ ର ସେୟାର ଗୁରୁବାର ଦିନ ₹୭୮୭ ରେ ୧.୫% କମ୍ ହୋଇଛି । ତେବେ ଚଳିତ ବର୍ଷ ଟାଟା ମୋଟର୍ସର ଷ୍ଟକରେ ମଧ୍ୟ ବହୁତ କ୍ଷତି ଦେଖିବାକୁ ମିଳିଛି । ତେଣୁ ଆଗାମୀ ବର୍ଷ କମ୍ପାନୀ ନିଜ ଗାଡ଼ିର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ।