ନୂଆଦିଲ୍ଳୀ : ଭାରତର ବିଶିଷ୍ଟ କମ୍ପାନି ଟାଟା ମୋଟର୍ସର ନେକ୍ସନ ଏସୟୁଭି କାର ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଅଧିକ ସୁରକ୍ଷିତ କାର ମାନଙ୍କ ମଧ୍ୟରେ ରହିଛି ଟାଟା ନେକ୍ସନ। ଏହା ଆମେ କହୁ ନାହୁଁ ବରଂ ୟୁକେରେ ରହିଥିବା ବେଷ୍ଟ ଗ୍ଲୋବ NCAP ଘୋଷଣା କରିଛି । ନେକ୍ସନ୍ କୁ ସୁରକ୍ଷା ମାମଲାରେ ସବୁଠାରୁ ଅଧିକ ରେଟିଂ ମିଳିଛି।
୨୦୧୪ ମସିହାରୁ ଗ୍ଲୋବାଲ NCAP ଭାରତୀୟ କାର ମାନଙ୍କର କ୍ରାସ୍ ସେପ୍ଟି ଟେଷ୍ଟ କରିଆସୁଛି। ତାଙ୍କ ସୂଚନା ଅନୁଯାୟୀ ନେକ୍ସନକୁ ଗତ ଅଗଷ୍ଟ ମାସରେ ୪ଷ୍ଟାର ରେଟିଂ ଦିଆଯାଇଥିବା ବେଳେ ତାହାର ସୁରକ୍ଷାରେ କିଛିଟା ପରିବର୍ତ୍ତନ କରାଯାଇ ତାହାକୁ ବର୍ତ୍ତମାନ ଦିଆଯାଇଛି ୫ ରେଟିଂ ଷ୍ଟାର।
ଏଥିସହ କାରରେ ଶିଶୁଙ୍କ ସୁରକ୍ଷା ଉପରେ ମଧ୍ୟ ନଜର ରଖାଯାଇଛି ଯାହା ପାଇଁ ତାହାକୁ ୩ଷ୍ଟାର ମିଳିଛି। ଗ୍ଲୋବଲ NCAPର ସେକ୍ରେଟେରୀ ଜନେରାଲ, ଡ଼େବିଡ଼ ବୋର୍ଡ଼ଙ୍କ କହିବା ଅନୁଯାୟୀ, ଏହା ଭାରତରେ କାର ସୁରକ୍ଷା ପାଇଁ ବହୁତ ବଡ଼ ଉପଲବ୍ଧି। ଦେଶର ଘରୋଇ କମ୍ପାନି ମାନଙ୍କ ମଧ୍ୟରେ ନେକ୍ସନ୍ ନିଜର ପରଫମାନ୍ସ ଏବଂ ସେପ୍ଟିକୁ ନେଇ ମଧ୍ୟ ଖୁବ ଲୋକପ୍ରିୟତା ଲାଭ କରିଛି।