୮. ୯୯ ଲକ୍ଷରେ ଲଞ୍ଚ ହେଲା Tata Nexon iCNG, ପାନୋରାମିକ୍ ସନରୁଫ୍ ସହ ମିଳିବ ଡୁଆଲ୍ ସିଲିଣ୍ଡର

ଟାଟା ମୋଟର୍ସ ଏହାର ନୂଆ ସେଗମେଣ୍ଟ ଟାଟା ନେକ୍ସନ୍ iCNG ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୮. ୯୯ ଲକ୍ଷ ଟଙ୍କା ରଖାଯାଇଛି । ଏହି ସବ୍-କଣ୍ଟାକ୍ଟ SUV Nexon CNG ଭାରିଆଣ୍ଟରେ ପରିଚିତ ହୋଇଛି । ଏହି ସେଗମେଣ୍ଟରେ ଟ୍ୱିନ୍ ସିଲିଣ୍ଡର ସେଟଅପ୍ ମିଳିଥାଏ ଏବଂ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ଏହି ଗାଡ଼ିର ଫିଚର୍ସ ବିଷୟରେ ଜାଣିବା ।

ଟାଟା ନେକ୍ସନ୍ iCNG ର ୮ଟି ନୂଆ ଭରିଆଣ୍ଟ ଉପସ୍ଥାପିତ ହୋଇଛି, ଯେଉଁଥିରେ Smart(O), Smart+, Smart+S, Pure, Pure S, Creative, Creative+ ଏବଂ Fearless+PS ସାମିଲ ରହିଛି । ଏହା ସହିତ ଏହି ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୮. ୯୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍ ମୂଲ୍ୟ) ଏବଂ ଟପ୍ ଭାରିଆଣ୍ଟର ମୂଲ୍ୟ ୧୪. ୫୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍ ମୂଲ୍ୟ) ରେ ରଖାଯାଇଛି ।

Tata Nexon iCNG ଫିଚର୍ସ:

ଟାଟା ନେକ୍ସନ୍ iCNG ର ଏକ ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏଥିରେ ଏକ ୧୦. ୨୫ ଇଞ୍ଚ ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ମଧ୍ୟ ଉପଲବ୍ଧ । ଏହା ସହିତ, ଏହା ସେପ୍ଟି ପାଇଁ ୩୬୦ ଡିଗ୍ରୀ କ୍ୟାମେରା, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ଭଏସ୍ କମାଣ୍ଡ ପାନୋରାମିକ୍ ସନରୁଫ୍ ଦିଆଯାଇଛି । ଏହି ଗାଡ଼ିର ସମସ୍ତ ଭରିଆଣ୍ଟରେ ୬ ଟି ଏୟାରବ୍ୟାଗ୍ ପ୍ରଦାନ କରାଯାଇଛି । ଏହା ସହିତ ଏହି ନୂଆ ଗାଡ଼ିରେ ଫ୍ରଣ୍ଟ ପାୱାର ୱିଣ୍ଡୋ, ହିଲ୍ ହଲ୍ କଣ୍ଟ୍ରୋଲ ଭଳି ଉନ୍ନତ ଫିଚର୍ସ ମଧ୍ୟ ଉପଲବ୍ଧ ରହିଛି ।

Tata Nexon iCNG ପରଫରମାନ୍ସ:

ଟାଟା ନେକ୍ସନ୍ iCNG ଭାରତର ପ୍ରଥମ CNG ଗାଡ଼ି ହୋଇପାରିଛି ଯାହା ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ସହିତ ଆସିଛି । ଏଥିରେ ୧. ୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଅଛି ଯାହା CNG ମୋଡ୍ ରେ ୧୦୦ps ଏବଂ ୧୭୦Nm ପାୱାର ଜେନେରେଟ କରେ । ଏହା ସହିତ ଏହାର ଡୁଆଲ୍ ସିଲିଣ୍ଡର ଟେକ୍ନୋଲୋଜି ଅଛି ଏବଂ CNG ମୋଡରେ ଏହାର ଫୁଏଲ୍ ଏଫିସିଏନ୍ସି କିଲୋଗ୍ରାମ ପ୍ରତି ୨୪ କିଲୋମିଟର ବୋଲି ଦାବି କରାଯାଇଛି ।

You might also like