Low Rider ରୂପରେ Tata Nexonର ନୂଆ ଡିଜାଇନ ସମସ୍ତଙ୍କୁ କରିଦେବ ଦିଓ୍ଵାନା, ଜାଣନ୍ତୁ ଏହାର କ’ଣ ରହିବ ଫିଚର୍ସ

ଦେଶର ୩ୟ ବୃହତ୍‌ ଗାଡ଼ି ନିର୍ମାତା କମ୍ପାନୀ Tata Motorsର ସବ କମ୍ପାକ୍ଟ SUV Nexon ବିକ୍ରିରେ ୭% କମ ହୋଇଥିଲେ ସୁଦ୍ଧା ଏବେ ବି ଦେଶର ସବୁଠୁ ଅଧିକ ବିକ୍ରି ହୋଇଥିବା SUV ଲିଷ୍ଟର ଶୀର୍ଷରେ ରହିଛି। SUV ଗତ କିଛି ସମୟରୁ ହିଁ ଟପ୍‌ ସେଲର୍ସ ଚାର୍ଟରେ ଟପ୍‌ ୩ରେ ରହିଛି। କମ୍ପାନୀ ଯେତେବେଳେ ନିଜର କିଛି ମଡେଲକୁ ଲଞ୍ଚ କରେ ସେତେବେଳେ ସେ ଏକ ଅଲ ରାଉଣ୍ଡର ପ୍ୟାକେଜକୁ ବାହାର କରେ। ତେଣୁ କମ୍ପାନୀ ପ୍ରତି ଲୋକପ୍ରିୟତା ବଢ଼ିଚାଲିଛି।

କମ୍ପାନୀ ନିଜ ଗ୍ରାହକଙ୍କୁ ଖୁସି କରାଇବା ପାଇଁ ସବୁବେଳେ ବଢ଼ିଆ ମଡେଲ ତିଆରି କରିବାର ଚେଷ୍ଟାରେ ଥାଏ। ଏବେ ନିକଟରେ ଇନଷ୍ଟାଗ୍ରାମରେ କମ୍ପାନୀ ରୋଡ଼ରିଂ ସେଟ ର ପୋଷ୍ଟ ହୋଇଥିଲା। ଯେଉଁଥିରେ ଆପଣ ସବ କମ୍ପାକ୍ଟ SUV ର ଉପରକୁ ହୋଇ ରହିଥିବା ସନରୁଫ ବକ୍ସ ସହିତ ଏକ ବାଇଡ଼ ବଡ଼ି ଲୋ ରାଇଡ଼ର ରୂପରେ ନଜରକୁ ଆସିଥିଲା। ନିକଟରେ ଇନଷ୍ଟାଗ୍ରାମରେ ଜଣେ ଡିଜିଟାଲ ରୋଡରିଂ ଆର୍ଟିଷ୍ଟ ଏକ ବଢ଼ିଆ ମୋଡ଼ିଫାଏଡ TAta Nexon ର କିଛି ରୋଡର୍ସ ସେୟାର କରିଥିଲେ।

ଫଟୋକୁ ଦେଖିଲେ ଜଣାପଡ଼ୁଛି ଯେ Nexonକୁ ଗ୍ରାଫାଇଟ ଗ୍ରେ ସେଡ୍‌ ରେ ଫିନିଶିଂ ଓ୍ଵାର୍କ ଦିଆଯାଇଛି। ଚାରିପାଖରେ ବାଇଡବଡ଼ି କିଟ ଲଗାଯାଇଛି। ବମ୍ପରକୁ ପୁରା ପୁରି ନୂଆ ରୂପ ଦିଆଯାଇଛି। ଷ୍ଟକ ନେକ୍ସନରେ ଫଙ୍ଗ ଲ୍ୟାମ୍ପ ଲଗାଯିବା ସହ ସିଗନେଚର ଟାଟା ଟ୍ରାଇ ଏରୋ ଏଲିମେଣ୍ଟସ୍‌ ରହିଛି। ଏହାକୁ ସାର୍ପ ମଧ୍ୟ କରାଯାଇଛି। ଫ୍ରଣ୍ଟ ବମ୍ପରରେ ଏକ୍ସଟେସନ୍‌ ରେ ଏକ ଚ୍ୟାନେଲ ସେଟ ମଧ୍ୟ ଦିଆଯାଇଛି। ଯାହାକି ପବନର ମାଡ଼କୁ ରୋକିବ।

କମ୍ପାନୀର ଏହି ମଡେଲର କିଟକୁ ଚଉଡ଼ା ରଖିଛି। SUV ର ସାଇଡ ସ୍କର୍ଟରେ ଅଧିକ ସେଟ ଦିଆଯାଇଛି। କାରରେ ଲୋ ପ୍ରୋଫାଇଲ ଟାୟର୍ସ ସହ କଷ୍ଟମ ହ୍ଵିଲସ୍‌ ର ଏକ ସେଟ ମଧ୍ୟ ଦିଆଯାଇଛି। ଏଥିରେ ରିୟର ଡିଫ୍ୟୁଜର ସହିତ ପୁରା ନୂଆ ବମ୍ପର ବି ରହିଛି। ଏହାବ୍ୟତିତ SUVର ଏହି ନୂଆ କାରେ ନମ୍ବର ପ୍ଲେଟ ଲାଗଇବାର ପ୍ରୋସେସ୍‌ ମଧ୍ୟ ରହିଛି ସମ୍ପୂର୍ଣ୍ଣ ଅଲଗା।

ଏହି ରେଣ୍ଡର ର ଏକ ପ୍ରମୁଖ ଆକର୍ଷଣ ରହିଛି ଏହାର ସନରୁଫ ବକ୍ସ। ରୁଫ୍‌ ରେଲ୍ସରେ ବକ୍ସର କେରିଅର ରହିଛି। ଏହାସହିତ କାରରେ ଏକ କଷ୍ଟମ ବୋନଟ ମଧ୍ୟ ଦିଆଯାଇଛି। ଏଥିରେ ବେନ୍ଟସ୍‌ ସହ ଷ୍ଟକ ରେ ପ୍ଲେନ ବୋନଟ ରହିଛି। ମୋଟ ଉପରେ କହିବାକୁ ଗଲେ ଏହି ଗାଡ଼ିର ଯଦି ବାସ୍ତବିକ ରୁପ ଦିଆଯାଏ ତେବେ ଏହାକୁ ସମସ୍ତଙ୍କୁ ପସନ୍ଦ ଆସିବ।

ବଜାରରେ Tata Nexon ର ଗତ ମାସରେ ଏକ ରିପୋର୍ଟ ଆସିଥିଲା। Tata Motors ଡିସେମ୍ବର ୨୦୨୨ରେ ମୋଟ ୧୨,୦୫୩ ବିକ୍ରି ହୋଇଥିଲା। କିନ୍ତୁ ଗତ ବର୍ଷ କୁ ଦେଖିଲେ ଏହି ମାସ ସୁଦ୍ଧା ୧୨,୮୯୯ ର ବିକ୍ରି ହୋଇଥିଲା। ଯେଉଁଥିରେ ଆପଣ ୭% କମ ନଜର କରିଥିବେ। କିନ୍ତୁ ଏହାପରେ ବି ଶୀର୍ଷରେ ରହିଛି।

Leave A Reply

Your email address will not be published.