Nexon ଏବଂ Harrier କୁ କଡ଼ା ଟକ୍କର ଦେଉଛି Tata Curvv, ଜାଣନ୍ତୁ କ’ଣ ରହିଛି ପ୍ରାଇସ୍ ଏବଂ ଫିଚର୍ସ

Tata ମୋଟର୍ସ ଗତ ବର୍ଷ ଏହାର ମୋଷ୍ଟ ଆୱେଟେଡ୍ କାର୍ Curvv କୁ ଲଞ୍ଚ କରିଥିଲା । କମ୍ପାନୀ ପ୍ରଥମେ ଏହାର ଇଲେକ୍ଟ୍ରିକ୍ ମଡେଲକୁ ବଜାରରେ ଲଞ୍ଚ କଲା, ତା’ ପରେ ଏହାର ପେଟ୍ରୋଲ-ଡିଜେଲ୍ ଭ୍ୟାରିଆଣ୍ଟ ମାର୍କେଟକୁ ଏଣ୍ଟ୍ରି କଲା । Tata Curvv ର ପ୍ରାଇସ୍ ୧୦ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ମାର୍କେଟରେ ଥିବା ଅନ୍ୟ ଟାଟା କାରର ମୂଲ୍ୟ ସହିତ ତୁଳନା କରାଗଲେ Tata Curvv ଆପଣଙ୍କ ପାଇଁ ପସନ୍ଦ ହେବକି ନାହିଁ ଆସନ୍ତୁ ଜାଣିବା ।

ଇଲେକ୍ଟ୍ରିକ୍ ସହିତ Tata Curvv ପେଟ୍ରୋଲ୍ ଏବଂ ଡିଜେଲ୍ ପାୱାରଟ୍ରେନ୍ ସହିତ ଭାରତୀୟ ବଜାରରେ ଉପଳବ୍ଧ ରହିଛି । ଟାଟା ମୋଟର୍ସ Curvv ପେଟ୍ରୋଲ୍ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୯,୯୯,୯୯୦ ଟଙ୍କା ରଖାଯାଇଛି । ଏହା ବ୍ୟତୀତ Tata Curvv ର ଟପ୍-ଏଣ୍ଡ ପେଟ୍ରୋଲ ଭ୍ୟାରିଆଣ୍ଟର ପ୍ରାଇସ୍ ୧୪ ଲକ୍ଷ ୬୯ ହଜାର ଟଙ୍କାକୁ ଯାଇଛି ।

Tata Nexon ସହିତ ତୁଳନା କଲେ ଜଣାପଡେ ଯେ Nexon ଟର୍ବୋ ପେଟ୍ରୋଲର ପ୍ରାରମ୍ଭିକ ମୂଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବାବେଳେ ଏହାର ଟପ୍-ଏଣ୍ଡ ପେଟ୍ରୋଲ DCA ଭ୍ୟାରିଆଣ୍ଟ ୧୫ ଲକ୍ଷ ଟଙ୍କା ହେବ । Tata Curvv ର DCA Revotron ର ପ୍ରାରମ୍ଭିକ ମୂଲ୍ୟ ୧୨.୪ ଲକ୍ଷ ଟଙ୍କା ହୋଇଥିବାବେଳେ ଡାଇରେକ୍ଟ ଇଞ୍ଜେକସନ୍ ଟର୍ବୋ ପେଟ୍ରୋଲ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧୪ ଲକ୍ଷ ଟଙ୍କା ହୋଇଛି ଏବଂ ଏଣ୍ଟ୍ରି ଲେଭଲ୍ DCA ଅଟୋମେଟିକ୍ ମୂଲ୍ୟ ୧୬.୪୯ ଲକ୍ଷ ଟଙ୍କା ରହିଛି ।

Tata Curvv ର ଡିଜେଲ ଭ୍ୟାରିଆଣ୍ଟର ପ୍ରାଇସ୍ ୧୧,୪୯,୯୯୦ ଟଙ୍କାରେ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ଟପ୍-ଏଣ୍ଡ ଡିଜେଲ ଭ୍ୟାରିଆଣ୍ଟର ପ୍ରାଇସ୍ ୧୭ ଲକ୍ଷ ୬୯ ହଜାର ଟଙ୍କା ରହିଛି । Tata Curvv ର DCA Diesel ଭ୍ୟାରିଆଣ୍ଟ ୧୩ ଲକ୍ଷ ୯୯ ହଜାର ଟଙ୍କାରେ ଆରମ୍ଭ ହୋଇଥାଏ । ଏହା ସହ Tata Nexon ର ଡିଜେଲ ଭ୍ୟାରିଆଣ୍ଟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହାର ଟପ୍-ଏଣ୍ଡ ଡିଜେଲ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧୫.୮ ଲକ୍ଷ ଟଙ୍କା ହୋଇଛି ।

ଏହା ସହିତ ଯଦି ଆପଣ Tata Harrier ସହିତ Curvv କୁ ତୁଳନା କରାଯାଏ ତେବେ Tata Harrier କେବଳ ଡିଜେଳରେ ଆସେ ଏବଂ ଏହାର ପ୍ରାଇସ୍ ୧୫ ଲକ୍ଷ ୪୯ ହଜାରରୁ ଆରମ୍ଭ ହୋଇଛି । ଏହା ବ୍ୟତୀତ Harrier ଡିଜେଲ କାରର ଟପ୍-ଏଣ୍ଡ ଡିଜେଲ୍ ଭ୍ୟାରିଆଣ୍ଟର ମୂଲ୍ୟ ୨୬ ଲକ୍ଷ ୪୪ ହଜାର ଟଙ୍କାକୁ ବଢ଼ିଛି । ଯଦି କିଛି ଫିଚର୍ସ ବିଷୟରେ କହିବା ତେବେ ଟାଟା Curvv ରେ Nexon ଅପେକ୍ଷା ଅଧିକ ଫିଚର୍ସ ଅଛି । ପ୍ରିମିୟମ୍ କୁପ୍ ଡିଜାଇନ୍ ସହିତ ଆପଣ ମିଳିପାରିବ ।

ଟାଟା ମୋଟର୍ସ Curvv ରେ ୫୦୦ ଲିଟରର ବୁଟ୍ ସ୍ପେସ୍ ଦିଆଯାଇଛି । ଏହି କାରରେ ୨୦୮ mm ର ଗ୍ରାଉଣ୍ଡ କ୍ଲିୟରାନ୍ସ ଦିଆଯାଇଛି । ଏହି କାରରେ LED ଲାଇଟ୍ସର ବ୍ୟବହାର ମଧ୍ୟ କରାଯାଇଛି । ଟାଟା Curvv ରେ ସେଫ୍ଟି ପାଇଁ ୬ ଏୟାରବ୍ୟାଗ୍ ଦିଆଯାଇଛି । ଟାଟା Curvv ର ହାଇପରିୟନ୍ GDi ଭ୍ୟାରିଆଣ୍ଟରେ voice assisted panoramic sunroof ର ଫିଚର ଦିଆଯାଇଛି । ଏହି ଗାଡିରେ ୧୦.୨୫ ର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ଦିଆଯାଇଛି ।

You might also like