ଭାରତୀୟ ବଜାରରେ ଟାଟା ମୋଟର୍ସର ଡିମାଣ୍ଡ ବେସ୍ ଅଧିକ ରହିଛି । ଦେଶରେ ମୋଷ୍ଟ ସେଲିଙ୍ଗ କାର୍ ହେଉଛି Tata Punch । ବର୍ତ୍ତମାନ କମ୍ପାନୀ ନିଜର Tata Punch କାର୍ ଉପରେ ୨୫,୦୦୦ ଟଙ୍କାର ଡିସକାଉଣ୍ଟ ଦେଉଛି । ଏହି ଡିସକାଉଣ୍ଟ ଆପଣଙ୍କୁ Tata Punch ର ସମସ୍ତ ଭ୍ୟାରିଆଣ୍ଟ ରେ ମିଳିବ ।
ଗତ ୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର non-Maruti car ବେଷ୍ଟ ସେଲ୍ ହୋଇଛି । Tata Punch ୨୦୨୪ ମସିହାରେ ୨ ଲକ୍ଷ ୨୦ ହଜାରରୁ ଅଧିକ ୟୁନିଟ୍ SUV ସେଲ୍ କରିଥିଲା ଏବଂ ଦେଶର ବେଷ୍ଟ ସେଲ୍ ହେଉଥିବା କାର୍ ହୋଇଥିଲା । ଯଦି ଆପଣ ମଧ୍ୟ ଏହି କାର କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣ ଆପଣଙ୍କର ନିକଟସ୍ଥ ଡିଲରସିପ୍ ସହିତ ସମ୍ପର୍କ କରିପାରିବେ ଏବଂ କାର୍ ଉପରେ ଡିସକାଉଣ୍ଟ ବିଷୟରେ ମଧ୍ୟ ଜାଣିପାରିବେ ।
Tata Punch ର ପ୍ରାଇସ୍ ଏବଂ ପାୱାର :
Tata Punch ଭାରତୀୟ ବଜାରରେ ଏକ୍ସ-ସୋରୁମ୍ ପ୍ରାଇସ୍ ୬.୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ୧.୨ ଲିଟର ରେଭୋଟ୍ରନ୍ ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ ୬,୭୦୦rpm ରେ ୮୭.୮ PS ର ପାୱାର ମିଳିଥାଏ । ଏଥି ସହ ୩,୧୫୦ରୁ ୩,୩୫୦rpm ପର୍ଯ୍ୟନ୍ତ ୧୧୫Nm ର ଟର୍କ ମିଳିଥାଏ । ଏହି ଗାଡ଼ିର ଇଞ୍ଜିନ୍ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଲାଗିଛି । ସେହିଭଳି ଟପ୍ ଭ୍ୟାରିଆଣ୍ଟରେ ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ମିଳିଥାଏ ।
Tata Punch ର ମାଇଲେଜ୍ :
ଟାଟାର ଏହି କାର୍ ପେଟ୍ରୋଲ୍ ଭ୍ୟାରିଆଣ୍ଟରେ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ARAI ମାଇଲେଜ୍ ୨୦.୦୯ kmpl ରହିଛି । ସେହିଭଳି ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଏହି କାର୍ ୧୮.୮ kmpl ର ମାଇଲେଜ୍ ଦେବାକୁ ଦାବି କରିଥାଏ । ମାର୍କେଟରେ ଏହି କାର୍ CNG ଭ୍ୟାରିଆଣ୍ଟରେ ସାମିଲ ଅଛି । Tata Punch ର CNG ଗାଡିର ARAI ମାଇଲେଜ୍ ୨୬.୯୯ km/kg ରହିଛି ।
Tata Punch ର ଫିଚର୍ସ :
ଟାଟାର ଏହି କାରରେ ଇଲେକ୍ଟ୍ରିକ୍ ସନରୁଫ୍ ଲାଗିଛି । ଗାଡିରେ ୨୬.୦୩ ସେଣ୍ଟିମିଟରର ଟଚସ୍କ୍ରିନ୍ ଇନଫୋଣ୍ଟେନ୍ମେଣ୍ଟ ସିଷ୍ଟମ ଦିଆଯାଇଛି । ଏହି କାରରେ ମୋବାଇଲ ଫୋନକୁ ଚାର୍ଜ କରିବା ପାଇଁ ୱାୟାରଲେସ୍ ଚାର୍ଜିଂର ଫିଚର ମଧ୍ୟ ସାମିଲ ଅଛି । NCAP ରୁ Tata Punch କୁ ୫-ଷ୍ଟାର୍ ସେଫ୍ଟି ରେଟିଂ ମିଳିଛି ।