ଫେଷ୍ଟିଭ ସିଜିନ୍‌ ରେ ଲଞ୍ଚ ହେଲାTata Punch, ଫିିଚର୍ସ ରହିଛି ଜବରଦସ୍ତ  

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଟାଟା ମୋଟର୍ସ ଲଞ୍ଚ କରୁଛି ନିଜର ନୂଆ ଇନଭେସନ୍‌। ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏଥିରେ ସମସ୍ତ ଫିଚର୍ସ ମଧ୍ୟ ଆଡ୍‌ କରାଯାଇଛି। ଏବର୍ଷ ଗାଡ଼ି ସେଗମେଣ୍ଟର ଏହା ସବୁଠୁ ବେଷ୍ଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ଲଞ୍ଚ ହେବା ପୂର୍ବରୁ ହିଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।  ସବୁଠୁ ବଡ଼ କଥା ହେଉଛି ଏହା ଲଞ୍ଚ ହେବା ପୂର୍ବରୁ ହିଁ ୫ଷ୍ଟାର ରେଟିଂ ମିଳିଯାଇଛି। Tata Nexon ଓ Tata Altroz ପରେ Tata Punchକୁ ଏବେ ଗ୍ଲୋବାଲ NCAP ପକ୍ଷରୁ  ୫ଷ୍ଟାର ରେଟିଂ ମିଳିଛି।  ଗ୍ଲୋବାଲ NCAP ଟାଟା ପଞ୍ଚକୁ ଆଡଲ୍ଟ ଆକ୍ୟୁପେଣ୍ଟ ପ୍ରୋଟେକ୍ସନ ପାଇଁ ୫ଷ୍ଟାର ରେଟିଂ ସହ ଏବଂ ଚାଇଲ୍ଡ ଆକ୍ୟୁପମେଣ୍ଟ ପ୍ରୋଟେକ୍ସନ ପାଇଁ  ୪ଷ୍ଟାର ରେଟିଂ ଦିଆଯାଇଛି।  ସୁରକ୍ଷିତ କାର ଭାବେ ଏହି କାରକୁ ନେଇ ଏବେ ଡିମାଣ୍ଡ ବଢ଼ିବାରେ ଲାଗିଛି।

ଟାଟା ପଞ୍ଚରେ ୪ଟି ମେନ ଫିଚର୍ସ ରହିଛି। ଗ୍ରାଉଣ୍ଡ କ୍ଳିୟରାନ୍ସ, କମାଣ୍ଡିଂ ଡ୍ରାଇଭ ପୋଜିସନ୍‌ ସହ କମଫର୍ଟେବୁଲ ସ୍ପେସ ଓ ହାଇ ଆଣ୍ଡ ଫିଚର୍ସ ରହିଛି । ଏହାର ଗ୍ରାଉଣ୍ଡ କ୍ଳିୟରାନ୍ସ 193mm ରହିଛି।  ଗାଡ଼ିରେ 16ଇଞ୍ଚର ଡାଇମଣ୍ଡ କଟ୍‌ ହ୍ଵିଲ ଅଛି। ଏହାର ଇଞ୍ଜିନ 85hpର ଯାହା 113Nm ଟ୍ରାକ ଜେନେରେଟ କରିଥାଏ।  ଗାଡ଼ିରେ 5ସ୍ପିଡ ମାନୁଆଲ ଏବଂ ଅଟୋମେଟିକ ଟ୍ରାନ୍ସମିଶନ୍‌ ମୋଡ୍‌ ରହିଛି।

ତେବେ ଏହାର ପ୍ରିବୁକିଂ ୪ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏଥିପାଇଁ ବୁକିଂ ପ୍ରାଇଜ  ୨୧ହଜାର ଟଙ୍କା ରହିଛି।  ତେବେ ମାଇକ୍ରୋ ଏସୟୁଭି ଟାଟା ପଞ୍ଚରେ ସେମି ଡିଜିଟାଲ ଇନଷ୍ଟୁମେଣ୍ଟ କ୍ଲଷ୍ଟର, ଆପଲ୍‌ କାର ପ୍ଲେ ଏବଂ ଆଣ୍ଡ୍ରଏଡ୍‌  ଅଟୋ ସହିତ ୭ ଇଞ୍ଚର ଟଚ୍‌ସ୍କ୍ରିନ  ଇନଫୋଟେନମେଣ୍ଟ ସିଷ୍ଟମ, ଫ୍ଲେଟ ବଟମ୍‌ ଷ୍ଟିୟରିଂ, ଆଇଆରଏ କନେକ୍ଟେଡ ଫିଚର ପ୍ୟାକ ଦିଆଯାଇଛି।

ଏହାର ପ୍ରାରମ୍ଭିକ ଦାମ୍‌ ୫ଲକ୍ଷ ଟଙ୍କା ରହିବ ବୋଲି ରିପୋର୍ଟରୁ ଜଣାପଡିଛି।  ଏହାସହ ବଜାରରେ ଏହା ମାରୁତି ସୁଜୁକି ଇଗନିସ୍‌, ରେନାଓ୍ଵଲ୍ଟ କିଗର, ନିସାନ୍‌ ମାଗନାଇଟ୍‌ ସହ ହୁଣ୍ଡାଇ କାସପର୍‌ ଏବଂ ସିଟ୍ରୋଂଏନ୍‌ ସି୩କୁ କଡ଼ା ଟକ୍କର ଦେବାର ଶୁଣିବାକୁ ମିଳୁଛି। ଯଦି ଆପଣ ଏହି ଫେଷ୍ଟିଭାଲ ସିଜିନର ଫାଇଦା ଉଠାଇବାକୁ ଚାହୁୁଁଛନ୍ତି ତେବେ ଟାଟା ପଞ୍ଚର ନୁଆ ମଡେଲ ଆପଣଙ୍କ ପାଇଁ ଭଲ ଅପସନ୍‌ ହେବ। ଶୀଘ୍ର ଏହାର ବୁକିଂ କରନ୍ତୁ ଏବଂ ଗାଡ଼ିର ମଜ୍ଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.