ବିଗିଡିବ ଖାଇବାର ସ୍ୱାଦ, ବଢିପାରେ ଟାଟା ଲୁଣ ଦାମ୍‌ !

ପୁଣି ଥରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେବାକୁ ଯାଉଛି। ଆଉ ଏହି ମହଙ୍ଗା ଯୋଗୁଁ ଆପଣଙ୍କ ଖାଇବାର ସ୍ୱାଦ ଖରାପ ହୋଇପାରେ। ଦେଶକା ନମକ୍‌ ଟାଟା ନମକ୍‌ ଅର୍ଥାତ୍‌ ଟାଟା ଲୁଣର ଦାମ୍‌ ବଢିବାକୁ ଯାଉଛି। ଟାଟା ଲୁଣ ତିଆରି କରିଥିବା କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ପକ୍ଷରୁ ସୂଚନା ମିଳିଛି। ତେବେ କେତେ ଦାମ୍‌ ବଢିବ ତାହା ଜଣାପଡିନାହିଁ। ସବୁଠାରୁ ଅଧିକ ବିକ୍ରି ହେଉଥିବା ଏହି ଲୁଣ ମହଙ୍ଗା ହେବା ପୂର୍ବରୁ ମହଙ୍ଗା ମାଡ଼ ସହୁଥିବା ଲୋକଙ୍କ ରୋଷେଇ ବଜେଟ୍ ଆହୁରି ବିଗାଡ଼ିବ ।

ଟାଟା ଲୁଣର ଗୋଟେ ପ୍ୟାକେଟ୍‌ ଦାମ୍‌ ଏବେ ୨୮ ଟଙ୍କା ରହିଛି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟସର ଏମଡି ଏବଂ ସିଇଓ ସୁନୀଲ ଡିସୁଜା ଏକ ସାକ୍ଷାତକାର ସମୟରେ ଟାଟା ଲୁଣ (Tata Salt)ମୂଲ୍ୟ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି କି, ଟାଟା ଲୁଣ ଉପରେ ମୁଦ୍ରାସ୍ଫୀତି ଚାପ ଲଗାତାର ଜାରି ରହିଛି । ଏମିତିରେ ମାର୍ଜିନକୁ ସୁରକ୍ଷା ଦେବା ପାଇଁ ଲୁଣ ମୂଲ୍ୟ ବୃଦ୍ଧି କରିବା ପାଇଁ ଯୋଜନା ହୋଇଛି।

ଲୁଣ ମୂଲ୍ୟକୁ ଦୁଇଟି ଉପାଦାନ ଉପରେ ଆଧାରିତ । ଏଥିରେ ପ୍ରଥମ ବ୍ରାଇନ୍ ଏବଂ ଅନ୍ୟଟି ହେଉଛି ଏନର୍ଜୀ । ବ୍ରାଇନ ମୂଲ୍ୟ ସ୍ଥିର ରହିଥିବାବେଳେ ଏନର୍ଜୀ ବା ଶକ୍ତିର ମୂଲ୍ୟ ଉଚ୍ଚ ସ୍ତରକୁ ପହଞ୍ଚିଯାଇଛି । ଏଥିପାଇଁ ଲୁଣର ମାର୍ଜିନ୍ (Margin)ଉପରେ ଚାପ ଦେଖିବାକୁ ମିଳିଛି ।

ବୁଧବାର ଦିନ ଟାଟା କଂଜ୍ୟୁମର ପ୍ରଥମ ତ୍ରୈମାସିକର ଫଳାଫଳ (Tata Consumer Q1 results)ଘୋଷଣା କରିଛି । ଜୁନ ତ୍ରୈମାସିକରେ କମ୍ପାନୀର ଲାଭ ବାର୍ଷିକ ଆଧାରରେ ୩୮ ପ୍ରତିଶତ ବଢ଼ି ୨୫୫ କୋଟି ଟଙ୍କା ପହଞ୍ଚିଯାଇଛି । ତେବେ ଲୁଣ ଦାମ୍‌ ବଢିଲେ ସାଧାରଣ ଖାଉଟିଙ୍କ ପକେଟ ଉପରେ ବେଶ୍‌ ପ୍ରଭାବ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.