Tata skyର ଜବରଦସ୍ତ ଅଫର, ୟୁଜର୍ସ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଦେଖିପାରିବେ ଟିଭି

ଭାରତର ବହୁ ପୁରାତନ ଡିଟିଏଚ କମ୍ପାନୀ (ଟାଟା ସ୍କାଏ) ନିଜର ଗ୍ରାହକଙ୍କ ପାଇଁ ‘ଟାଟା ସ୍କାଏ କ୍ୟାସବ୍ୟାକ’ ଅଫରର ସୁବିଧା ଦେଇଛି। ଏହି ଅଫର ଅନୁଯାୟୀ ୟୁଜର୍ସ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଦେଖିପାରିବେ। ସେହିପରି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀର ଏହି ଅଫରର ଲାଭ କିଛି ବଛା ବଛା ୟୁଜର୍ସ ହିଁ ଉଠାଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ କିଛି ସର୍ତ୍ତ ମାନିବାକୁ ପଡିବ। ତାହେଲେ ଆସନ୍ତୁ ଜାଣିବା ଟାଟା ସ୍କାଏର ଏହି ଖାସ ଅଫର ବିଷୟରେ।

ଟାଟା ସ୍କଏର ଖାସ ଅଫର

କମ୍ପାନୀର କହିବା ମୁତାବକ ଏହି ଅଫରର ଫାଇଦା ସେହି ୟୁଜର୍ସଙ୍କୁ ମିଳିବ ଯେଉଁମାନେ ସିଟି ବ୍ୟାଙ୍କ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡରେ ରିଚାର୍ଜ କରୁଛନ୍ତି। ଏହି ଅଫର ଅନୁଯାୟୀ କମ୍ପାନୀ ୟୁଜରଙ୍କ ଅକାଉଣ୍ଟରେ ରିଚାର୍ଜର ଦୁଇ ଦିନ ପରେ ପ୍ରଥମ ମାସର କ୍ୟାସବ୍ୟାକ ଏବଂ ଏକ ସପ୍ତାହ ପରେ ଦ୍ୱିତୀୟ ମାସର କ୍ୟାସବ୍ୟାକ କ୍ରେଡିଟ କରିବ। ସେହିପରି ଏହି ଅଫର ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ଆକ୍ଟିଭ ରହିବ।

tataaଏଇଠି ମିଳିବ ଅଫର ସୂଚନା

ୟୁଜର୍ସ ଏହି ଅଫରର ବିବରଣୀ ବିଷୟରେ କମ୍ପାନୀର ଅଫିସିଆଲ ସାଇଟକୁ ଯାଇ ପାଇପାରିବେ। ଏଥିପାଇଁ ୟୁଜର୍ସଙ୍କୁ ପ୍ଲାନ ସେକ୍ସନକୁ ଯାଇ ଛୋଟ ରିଚାର୍ଜ ଦାମ ଏଣ୍ଟର କରିବାକୁ ହେବ ଏବଂ ଏହାପରେ ଏକ ପପ-ଅପ ଜରିଆରେ ସେମାନଙ୍କୁ ୧୨ ମାସ ରିଚାର୍ଜ ଶୁଳ୍କ ସହିତ ଅଫରର ବିବରଣୀ ମିଳିଯିବ।

ଟାଟା ସ୍କାଏର ସର୍ତ୍ତ

ଟାଟା ସ୍କାଏ ଏହି ଅଫର ସହିତ କିଛି ସର୍ତ୍ତ ରଖିଛି। କମ୍ପାନୀ ଅନୁଯାୟୀ ଯେଉଁ ୟୁଜର୍ସଙ୍କ ପାଖରେ ଏକ ବର୍ଷର ପ୍ଲାନ ସବସ୍କ୍ରିପ୍ସନ ରହିଛି ସେମାନଙ୍କୁ ଟାଟା ସ୍କାଏ କ୍ୟାସବ୍ୟାକ ଅଫର ଦିଆଜିବନାହିଁ। ଏହାସହିତ କମ୍ପାନୀ ଜଣାଇଛି ଯେ ଏହି ଅଫରର ଫାଇଦା କେବଳ ଏବେ ସକ୍ରିୟ ଥିବା ୟୁଜର୍ସ ହିଁ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.