D2Hରେ ଆକର୍ଷଣୀୟ ଅଫର, ୧୨୦ ଦିନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ଫ୍ରି ସବ୍‌ସ୍କ୍ରିପସନ୍‌

ବର୍ତ୍ତମାନ ଟିଭି କିଣିବା ପୂର୍ବରୁ ଗ୍ରାହକ ପ୍ରଥମେ ଟିଭି ସହ କେଉଁ ଡିଟିଏଚ୍‌ ପ୍ଲାନ୍‌ ନେବେ ସେ ବିଷୟରେ ଚିନ୍ତା କରୁଛନ୍ତି। କେଉଁ କନେକ୍ସନ୍‌ରେ ଶସ୍ତାରେ ଅଧିକ ଚ୍ୟାନେଲ୍‌ର ମଜା ଉଠାଇ ହେବ ତାହ ଟିଭି ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡିଟିଏଚ୍‌ କମ୍ପାନୀ ସବୁଦିନିଆ ପ୍ଲାନ୍‌ଠାରୁ ଆରମ୍ଭ କରି ମାସିକିଆ, ବର୍ଷିକିଆ ଏମିତିକି ଦୁଇ ତିନି ବର୍ଷ ପାଇଁ ମଧ୍ୟ ପ୍ଲାନ୍‌ ଯୋଗାଉଛନ୍ତି। ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ଗ୍ରାହକ ରିଚାର୍ଜ ଟେନ୍‌ସନ୍‌ରୁ ମୁକ୍ତିପାଇପାରୁଛନ୍ତି।

ଏହାସହ ପଢ଼ନ୍ତୁ: ରେଳଯାତ୍ରୀଙ୍କ ପାଇଁ ଖୁସିଖବର, ଏବେ ଯାତ୍ରୀଙ୍କ ଇଚ୍ଛାରେ ଚାଲିବ ଟ୍ରେନ୍‌

ତେବେ ମଝିରେ ମଝିରେ ଟେଲିକମ୍‌ ସେକ୍ଟର ଉପରେ ନଜର ରଖି ଟ୍ରାଇ ନିଜ ନିୟମରେ କିଛି କିଛି ପରିବର୍ତ୍ତନ କରୁଛି। ଫଳରେ କମ୍ପାନୀକୁ ମଧ୍ୟ ପ୍ଲାନ୍‌ରେ ପରିବର୍ତ୍ତନ ଆଣିବାକୁ ପଡ଼ୁଛି। ତେବେ ଟ୍ରାଇ ଏବେ ନୂଆ ନ୍ୟାସନାଲ ତାରିଫ୍‌ ଅର୍ଡ଼ର ସମ୍ପର୍କରେ ଘୋଷଣା କରିଛି। ଟ୍ରାଇର କହିବା ଅନୁସାରେ ଏହାଦ୍ୱାରା ଗ୍ରାହକ ଲାଭବାନ ହେବେ। ଡିଟିଏଚ୍‌ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଉଥିବା କମ୍ପାନୀ ଗ୍ରାହକଙ୍କ ଠାରୁ ମନଇଚ୍ଛା ଅର୍ଥ ଆଦାୟ କରୁଥିବା ଟ୍ରାଇ କହିଛି। ଏଣୁ ନୂଆ ନିୟମରେ ଟ୍ରାଇ ଗ୍ରାହକଙ୍କ ଲାଗି କେତେକ ଅଫର ଆଣିଛି। ଏଥିରେ TATA Sky, Dish TV, D2H ତରଫରୁ ଆକର୍ଷଣୀୟ ଅଫର ମିଳୁଛି। D2H ୧୨୦ ଦିନ ପାଇଁ ଗ୍ରାହକଙ୍କୁ ମାଗଣା ସବ୍‌ସ୍କ୍ରିପସନ୍‌ ଯୋଗାଇଦେଉଛି। ଆସନ୍ତୁ ଜାଣିବା କେଉଁ କମ୍ପାନୀ କି ଅଫର ଦେଉଛି:

TATA Sky ର ଅଫର:

ଟାଟା ସ୍କାଏ ଗ୍ରାହକଙ୍କୁ ଲମ୍ବା ସମୟର ଅଫର ଭାବେ କ୍ୟାସବ୍ୟାକ୍‌ର ଅଫର ଦେଉଛି। ଏହି ଅଫରର ଫାଇଦା ନେବା ପାଇଁ ଗ୍ରାହକଙ୍କୁ ପ୍ରଥମେ ୧୨ ମାସର ରିଚାର୍ଜ ଆଗୁଆ କରିବାକୁ ପଡ଼ିବ। ଏହି ଅର୍ଥ ଗ୍ରାହକଙ୍କ ଟାଟା ସ୍କାଏ ଆକାଉଣ୍ଟକୁ ଆସିବ।

D2H ର ଅଫର:

ଅନ୍ୟ କମ୍ପାନୀ ତୁଳନାରେ DTHର ଲମ୍ବା ସମୟର ଅଫରରେ D2H ସବୁଠାରୁ ଭଲ ଫାଇଦା ଦେଉଛି। ୩ ମାସର ସବ୍‌ସ୍କ୍ରିପସନ୍‌ ନେଉଥିବା ଗ୍ରାହକଙ୍କୁ କମ୍ପାନୀ ୭ ଦିନର ମାଗଣା ସବ୍‌ସ୍କ୍ରିପସନ୍‌ ଯୋଗାଉଛି। ସେହିପରି ୬ ମାସର ସବ୍‌ସ୍କ୍ରିପସନ୍‌ ନେଉଥିବା ଗ୍ରାହକଙ୍କୁ ୧୫ ଦିନର ଏବଂ ୧୧ ମାସ ପାଇଁ ୩୦ ଦିନର ମାଗଣା ସବ୍‌ସ୍କ୍ରିପସନ୍‌ ଯୋଗାଉଛି। ଯଦି କୌଣସି ଗ୍ରାହକ ୧୧ ମାସଠୁ ଅଧିକ ଦିନ ପାଇଁ ସବ୍‌ସ୍କ୍ରିପସନ୍‌ ନେବେ ତେବେ କମ୍ପାନୀ ତରଫରୁ ତାଙ୍କୁ ଆହୁରି ଅଧିକ ଆକର୍ଷଣୀୟ ଅଫର ଦିଆଯିବ ବୋଲି ସୂଚନା ମିଳିଛି।

Dish TVର ଅଫର:

Dish TV ଗ୍ରାହକଙ୍କୁ ୩ ମାସର ସବ୍‌ସ୍କ୍ରିପସନ୍‌ ପାଇଁ ୭ ଦିନ, ୬ ମାସ ପାଇଁ ୧୫ ଦିନ ଏବଂ ୧୧ ମାସ ପାଇଁ ୩୦ ଦିନର ସବ୍‌ସ୍କ୍ରିପସନ୍‌ ଯୋଗାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.