ଲଞ୍ଚ ହେଲା Tata Tigor 2025, ଜାଣନ୍ତୁ ଏହାର ଫିଚର୍ସ ଏବଂ ଡିଜାଇନ୍

ଦୀର୍ଘ ସମୟ ଅପେକ୍ଷା ପରେ ଟାଟା ମୋଟର୍ସ ଶେଷରେ Tigor ଫେସଲିଫ୍ଟ ୨୦୨୫ ଲଞ୍ଚ କରିଛି । ଏହି ଟାଟା କାରକୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ଉପସ୍ଥାପନ କରାଯିବ । Tata Tigor ଏହାର ବେସିକ୍ ଆକୃତି ଏବଂ ଡିଜାଇନ୍ ପରିବର୍ତ୍ତନ ନକରି ଏହାର କସମେଟିକ୍ ପରିବର୍ତ୍ତନ କରିଛି । Tata Tigor କମ୍ପାକ୍ଟ ସେଡାନର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫.୯୯ ଟଙ୍କା । ଏହା ସହିତ Tata Tigor 2025 ର ପେଟ୍ରୋଲ ଭାରିଆଣ୍ଟରେ ୪.୯୯ ଲକ୍ଷ ଟଙ୍କା ଆରମ୍ଭ ହୋଇଥିବାବେଳେ ଟିଆଗୋ ଇଭିର ପ୍ରାରମ୍ଭିକ ମୂଲ୍ୟ ୭.୯୯ ଲକ୍ଷ ଟଙ୍କା ରହିଛି ।
Tata Tigor ର ଫ୍ରଣ୍ଟ୍ ଗ୍ରୀଲ୍ ଏବଂ ବମ୍ପରରେ ଛୋଟ ଡିଜାଇନ୍ ପରିବର୍ତ୍ତନ କରାଯାଇଛି । ଏହାର ରିୟର ବମ୍ପର ବିଷୟରେ କହିବାକୁ ଗଲେ, ଏହାକୁ ପୁନଃ ଡିଜାଇନ୍ କରାଯାଇଛି ଯଦିଓ ୧୫-ଇଞ୍ଚର ଆଲଏ ହ୍ଵିଲଗୁଡ଼ିକ ସମାନ ରହିଛି । ଡିଜାଇନ୍ ମୁଖ୍ୟତଃ ପୁରୁଣା ମଡେଲ ସହିତ ସମାନ ହୋଇଥିବାବେଳେ Tata Tigor ର ଫିଚର୍ସରେ ଅନେକ ପରିବର୍ତ୍ତନ କରାଯାଇଛି ।
ଫିଚର୍ସ:
ଅପଡେଟେଡ୍ Tigor ର ବେସ୍ ମଡେଲ୍ ଏକ ଫୁଲ୍ ଡିଜିଟାଲ୍ ଇନ୍ଷ୍ଟରୁମେଣ୍ଟ କ୍ଲଷ୍ଟର ସହିତ ଏକ ସ୍ମାର୍ଟ ଷ୍ଟିଅରିଂ ହ୍ଵିଲ୍ ପାଇଥାଏ । ଏହା ବ୍ୟତୀତ, ନୂଆ ଫାବ୍ରିକ୍ ସିଟ୍, ISOFIX, ରିୟର୍ ପାର୍କିଂ ସେନ୍ସର ଏବଂ ଏଲଇଡି ଟେଲ୍ ଲାଇଟ୍ ଭଳି ଫିଚର୍ସ ବେସ୍ XE ଟ୍ରିମ୍ ସ୍ତରରେ ଉପଲବ୍ଧ । Tigor 2025 ରେ ଅପହୋଲଷ୍ଟ୍ରି ଏବଂ ଡ୍ରାଇଭର ଡ଼ିସପ୍ଲେକୁ ମଧ୍ୟ ଅପଡେଟ୍ କରାଯାଇଛି । ଯେତେବେଳେ କି ଏହା ଏକ HD ରିଭର୍ସ କ୍ୟାମେରା ସହିତ ୧୦.୨୫-ଇଞ୍ଚ ସ୍କ୍ରିନ୍ ପାଇଥାଏ ।
ଏହାର ବେସ୍ XE ଟ୍ରିମ୍ ଲେବଲ୍ ମଧ୍ୟ ନୂଆ ଫାବ୍ରିକ୍ ସିଟ୍, ISOFIX, ରିୟର୍ ପାର୍କିଂ ସେନ୍ସର ଏବଂ ଏଲଇଡି ଟେଲ ଲାଇଟ୍ ପାଇଥାଏ । ଏହି ସମୟରେ ନୂଆ ଟପ୍ ଲାଇନ୍ Tata Tigor XZ ପ୍ଲସ୍ ଲକ୍ସରେ ଅନ୍ୟାନ୍ୟ ଆକର୍ଷଣୀୟ ବୈଶିଷ୍ଟ୍ୟ ସହିତ ୧୦.୨୫ ଇଞ୍ଚର ଫ୍ଲୋଟିଂ ଇନଫୋଟେନମେଣ୍ଟ ସିଷ୍ଟମ ସହିତ ୱାୟାରଲେସ୍ ଆପ୍ କାର୍ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ, ୩୬୦ ଡିଗ୍ରୀ କ୍ୟାମେରା, ଚମଡା ଷ୍ଟିଅରିଂ ହ୍ଵିଲ୍, ରେନ୍ ସେନ୍ସିଂ ୱାଇପର୍ସ ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ଅନେକ ଦମଦାର ଫିଚର୍ସ ରହିଛି ।