• Likes
  • Followers
  • Followers
  • Subscribers
  • Subscribe
  • Thursday, May 22, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଅପ୍ରେଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ, ଏବେ ଦେବାକୁ ପଡ଼ିବ ଏତିକି ଟାକ୍ସ

ଅପ୍ରେଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ, ଏବେ ଦେବାକୁ ପଡ଼ିବ ଏତିକି ଟାକ୍ସ

By D Sonali Last updated Mar 11, 2022
pf
pc: bussiness league
WhatsApp Banner

ନୂଆବର୍ଷରେ ବଦଳୁଛି ପିଏଫର ପୁରୁଣା ନିୟମ। ୧ ଅପ୍ରେଲ ୨୦୨୨ରେ ଲାଗୁ ହେବ ପିଏଫର ନୂଆ ନିୟମ। ଏହି ନିୟମ ଅନୁଯାୟୀ ୧.୨୩ ଲକ୍ଷ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଟାକ୍ସ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ।

ସରକାରଙ୍କ କହିବା ଅନୁଯାୟୀ ଏହି ଶ୍ରେଣୀର ଲୋକ ବର୍ଷକ ମଧ୍ୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଇନକମ୍‌ ସୁଧରୁ ହିଁ କରୁଛନ୍ତି। ଯାହା ଉପରେ କୌଣସି ଟାକ୍ସ ଲାଗିନଥାଏ। ନୂଆ ନିୟମ ଅନୁଯାୟୀ ଏବେ ଏହି ଇନକମ୍‌ ରେ ରୋକ ଲଗାଯିବ। ଏବେ ପର୍ଯ୍ୟନ୍ତ ପିଏଫ ଯୋଗଦାନରେ ମିଳୁଥିବା ସୁଧ ଉପରେ କୌଣସି ଟାକ୍ସ ଲାଗୁ କରାଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ପ୍ରୋଭିଡେଣ୍ଟ ଫଣ୍ଡ ନିୟମରେ ପରିବର୍ତ୍ତନ କରାଯିବ। ଏହାର ପୁରା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ଚଳିତ ବର୍ଷରେ ଯଦି ଆପଣଙ୍କ ପିଏଫ ଖାତାରେ ୨.୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରୁଛନ୍ତି ତେବେ ଏହା ଉପରେ ଆପଣଙ୍କୁ ଟାକ୍ସ ଦେବାକୁ ପଡ଼ିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ର ବଜେଟ ଅଧିବେସନରେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ଠାରୁ ନିୟନ୍ତ୍ରିତ ସୀମା ଉପରେ ନିବେଶ କରୁଥିଲେ ସେଥିରେ ଟାକ୍ସ ଆଡ କରାଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ଅଧିସୂଚନା ଜାରି କରିଛନ୍ତି । ଏହି ନିୟମ ଅନ୍ତର୍ଗତ ଯଦି ଆପଣ ବର୍ଷେ ମଧ୍ୟରେ ନିଜର ପିଏଫ ଖାତାରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରାଉଛନ୍ତି ତେବେ ଏହା ଉପରେ ମିଳୁଥିବା ସୁଧ ଆୟ ଉପରେ ଟାକ୍ସ ଦେବାକୁ ପଡ଼ିବ । ଏହି ସ୍ଥଳରେ ସରକାରୀ କର୍ମଚାରୀଙ୍କ ସୀମା ୫ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି। ପିଏଫ ଖାତାର ନିବେଶ ଉପରେ ଆୟକର ଆଇନର ଧାରା ୮୦ ସି ଆଧାରରେ ଟାକ୍ସ ସମ୍ବନ୍ଧୀୟ ଛାଡ ମିଳିଥାଏ।

ତେବେ ଏହି ନିୟମର ପ୍ରଭାବ ୧.୨୩ ଲକ୍ଷ ଧନୀକ ଶ୍ରେଣୀ ଉପରେ ଅଧିକ ପଡ଼ିବ। କୁହାଯାଉଛି ଯେ ଏମାନଙ୍କ ବାର୍ଷିକ ଇନକମ ଏଥିରୁ ୫୦ ଲକ୍ଷ ଉପରୁ ହେଉଛି, ତେଣୁ ଏମାନଙ୍କ ଠାରୁ ଏବେ ଟାକ୍ସ ମଧ୍ୟ ନିଆଯିବ। ନୂଆ ନିୟମ ପ୍ର୍ରଭାବରେ ଏମାନଙ୍କ ଇନକମ ଉପରେ ରୋକ ଲାଗିବ।
ଏଥର ନୂଆ ଇ-ଇନର୍ଭଏସ୍‌ ସିଷ୍ଟମ ମଧ୍ୟ ଲାଗୁ କରାଯିବ। ଅପ୍ରେଲ ୧ ରୁ ପୁରୁଣା ଇ-ଇନର୍ଭଏସ୍‌ରେ ପରିବର୍ତ୍ତନ କରାଯିବ। ବିଜନେସ ଟୁ ବିଜନେସ ବା ବି-ଟୁ-ବି ଅନ୍ତର୍ଗତ ଲେଣଦେଣ କରୁଥିବା କମ୍ପାନୀ ଯେଉଁମାନଙ୍କ ବାର୍ଷିକ ଟର୍ଣ୍ଣଓଭର ୨୦ କୋଟି ରୁ ଅଧିକ ସେମାନଙ୍କ ଇ-ଇନର୍ଭଏସ ଜରୁରୀ।

୨୦୨୦ ଅକ୍ଟୋବର ୧ ରେ ସରକାର ୫୦୦ କୋଟି ପର୍ଯ୍ୟନ୍ତ ଟର୍ଣ୍ଣଓଭର କମ୍ପାନୀ ଙ୍କ ପାଇଁ ଏହା ଜାରି କରିଥିଲା। ତା ପର ବର୍ଷ ୧୦୦ କୋଟି କରିବା ସହିତ ଚଳିତ ବର୍ଷ ୫୦ କୋଟି ଟର୍ଣ୍ଣ ଓଭର କରିବାର ନିଷ୍ପତ୍ତି ନେଇଛି।

ଏହାବ୍ୟତିତ ପୋଷ୍ଟ ଅଫସିରେ ମଧ୍ୟ ଏହି ନୂଆ ନିୟମ ଲାଗୁ କରାଯିବ। ଏହାପରେ କଷ୍ଟମର ଟାଇମ ଡିପୋଜିଟ ଖାତା, ବରିଷ୍ଠ ନାଗରିକ ବଚତ ଖାତା ଏବଂ ମାସିକ ଆୟ ଯୋଜନା ରେ ନିବେଶ ପାଇଁ ବ୍ୟାଙ୍କ ଖାତା ଖୋଲିବା ଜରୁରୀ।

pf accountpost officetax
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି, ଆଜିର ରାଶିଫଳ

    May 22, 2025 0
  • ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

    May 21, 2025 0
  • ପୁଣି ଚର୍ଚ୍ଚାରେ ରହିଛନ୍ତି କଣ୍ଟାବାଞ୍ଜି ବିଧାୟକ,…

    May 21, 2025 0
  • କମିଶନରେଟ୍ ପୋଲିସର ଆଜି ୧୭ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି…

    May 21, 2025 0
  • ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା, ଦୋଷୀକୁ ଆଜୀବନ…

    May 21, 2025 0
  • ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦୁଇ ଜଣଙ୍କ ମୃତ୍ୟୁ…

    May 21, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ