TCS ରେ ନିଯୁକ୍ତି ସୁଯୋଗ! ଇଣ୍ଟର୍ଣ୍ଣସିପ୍ ପାଇଁ ଏବେ ହିଁ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆଇଟି କ୍ଷେତ୍ରର ସବୁଠୁ ବଡ଼ କମ୍ପାନୀ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (TCS) ପକ୍ଷରୁ କମ୍ପ୍ୟୁଟର ସାଇନ୍ସରେ ରିସର୍ଚ୍ଚ ପାଇଁ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ଏଥିପାଇଁ ଯୁବ ପିଢ଼ିଙ୍କ ଠାରୁ ଆବେଦନ ମାଗିଛି କମ୍ପାନୀ।
କମ୍ପାନୀ କହିଛି ଯେ ଟିସିଏସ୍ ଇଣ୍ଟର୍ଣ୍ଣସିପ୍ ୨୦୨୨ ପ୍ରୋଗ୍ରାମରେ ଯୁବକଙ୍କୁ ସିନିୟର ରିସର୍ଚ୍ଚକର୍ତ୍ତାଙ୍କ ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ। ଏହି ପ୍ରୋଗ୍ରାମ ଇଣ୍ଡଷ୍ଟ୍ରିଆଲ ଆରଏଣ୍ଡଡି ଏନ୍ଭାୟରମେଣ୍ଟରେ ରିସର୍ଚ୍ଚ କରାଇଥାଏ ଓ ଯୁବକଙ୍କୁ ଇଣ୍ଡଷ୍ଟ୍ରୀର ସମସ୍ୟା ସମାଧାନ କରିବାକୁ ପ୍ରସ୍ତୁତ କରାଏ। କମ୍ପାନୀ AIESEC ସହ ଗ୍ଲୋବାଲ ଏକ୍ସଚେଞ୍ଜ ପାର୍ଟନର ଭାବେ ଇଣ୍ଟର୍ଣ୍ଣ କରାଇଥାଏ, ଯାହା ପ୍ରତି ବର୍ଷ ୨୦୦ ଯୁବପିଢ଼ିଙ୍କୁ ଚୟନ କରେ।
#TCS invites application for 2022 Internship Program.
.
.
The TCS #internship2022Program has been announced and is currently accepting applications for the same.for any queries write to,
[email protected]#TCSinternship2022Program— Mohammad Arshad Shaikh© BadaBusiness® (@m_arshads) June 25, 2022
କିଏ କରିପାରିବେ ଆବେଦନ:
ଟିସିଏସ୍ର ଏହି ରିସର୍ଚ୍ଚ ପ୍ରୋଗ୍ରାମ ପାଇଁ ପିଏଚ୍ଡି କରୁଥିବା ରିସର୍ଚ୍ଚରଙ୍କ ସମେତ ଏମ୍ଏସ୍, ଏମ୍ଟେକ୍ ଓ ବିଇ ଅଥବା ବିଟେକ୍ର ଶେଷ ବର୍ଷର ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଏହି ଛାତ୍ର କମ୍ପ୍ୟୁଟର ଷ୍ଟ୍ରିମ୍ର ହୋଇଥିବା ଆବଶ୍ୟକ। ଏହା ବ୍ୟତୀତ ସାଇକୋଲୋଜି, ସୋସିଓଲୋଜି, ଇକୋନୋମିକ୍ସ, ଗଣିତ, ଗେମ୍ ଡିଜାଇନ୍ ଓ ଅର୍ଗାନାଇଜେସନାଲ ବିହେଭିୟର ଭଳି ଫିଲ୍ଡର ଛାତ୍ର ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।
କମ୍ପାନୀ ପକ୍ଷରୁ ଜାରି ଏହି ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ଦୁଇ ପ୍ରକାରର। ଏକ ଦୀର୍ଘ ସମୟର ଓ ଅନ୍ୟଟି ଅଳ୍ପ ଦିନ ପାଇଁ। କମ୍ ଦିନର ଇଣ୍ଟର୍ଣ୍ଣସିପ୍ ଅବଧି ୬ରୁ ୮ ସପ୍ତାହ ହେଉଥିବା ବେଳେ ଦୀର୍ଘ ସମୟର ଇଣ୍ଟର୍ଣ୍ଣସିପ୍ର ଅବଧି ୧୬ରୁ ୧୮ ସପ୍ତାହ ହେବ। ତେବେ ଆବଶ୍ୟକସ୍ଥଳେ ଏହାର ସମୟକୁ କମ୍ପାନୀ କମ୍ ମଧ୍ୟ କରିପାରିବ।
Also Read: ସରବଜିତ୍ ସିଂହଙ୍କ ଭଉଣୀ ଦଲବୀର କୌରଙ୍କ ମୃତ୍ୟୁ, ପାକିସ୍ତାନରେ ବନ୍ଦୀ ଭାଇଙ୍କୁ ମୁକୁଳାଇବାକୁ କରିଥିଲେ ଆନ୍ଦୋଳନ