ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଟିଡ଼ିଏସ ସହ ଜଡିତ ନୀତି ନିୟମ, ଏଣିକି ଦାଖଲ କରିବାକୁ ପଡିପାରେ ଅଧିକ ଟ୍ୟାକ୍ସ

ଆସନ୍ତା ଜୁଲାଇ ୧ ତାରିଖରୁ TDS ସହିତ ଜଡିତ ନିୟମ ଲାଗୁ ହେବାକୁ ଯାଉଛି । ଏହି କାରଣରୁ ବଜେଟରେ ଆୟକର ଆଇନରେ ଜଡିତ ନୂଆ ଧାରା ୧୯୪ ଆର ଯୋଡି ହୋଇଛି । ଯେଉଁ କାରଣରୁ ଗୋଟିଏ ବର୍ଷ ଭିତରେ ଯଦି ୨୦ ହଜାର କିମ୍ବା ଅଧିକ ଅନୁଲାଭ ମିଳିଥାଏ । ତେବେ ସେଥିରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟିଡ଼ିଏସ ଦେବାକୁ ପଡେ । ଏହି ନୂଆ ନିୟମ ଜୁଲାଇ ପହିଲାରୁ ଲାଗୁ ହେବ ।
ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ହୋଇଛିଯେ କୌଣସି ବ୍ୟବସାୟ କିମ୍ବା ପେଶାରୁ ମିଳୁଥିବା ଅନୁଲାଭ କିମ୍ବା ଅତିରିକ୍ତ ସୁବିଧା ସମ୍ବନ୍ଧରେ ନୂଆ ସ୍ରୋତରେ ଟିଡ଼ିଏସ ପ୍ରାବଧାନ ଗୁଡିକୁ ନେଇ ମନରେ ଥିବା ଭ୍ରମ ଗୁଡିକୁ ଦୂର କରାଯିବ । ଅର୍ଥ ମନ୍ତ୍ରାଳୟରେ ସଂୟୁକ୍ତ ସଚିବ କମଲେଶ ସି ବାରସେୟ କହିଛନ୍ତିକି ଏହି ପରି ସୁବିଧା ଗୁଡିକ ଅତିରିକ୍ତ ଲାଭ ଅନ୍ତର୍ଗତରେ ଆସିଥାଏ ଆଉ ଏହା ଉପରେ କର ଲାଗୁ ହେବ ।

ଯେବେକି ୨୦୨୦-୨୧ ଆର୍ଥିକ ବର୍ଷରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରାଯାଇ ନାହିଁ ତେବେ ଆପଣ ନନ ଇନକମ ଟ୍ୟାକ୍ସ ଫାଇଲ୍ର ଲିସ୍ଟରେ ଆସିବେ । ଏହାର ଅର୍ଥଯେ ଆପଣଙ୍କୁ ୨୦୨୨
-୨୩ ଆର୍ଥିକ ବର୍ଷରେ ଅଧିକ ଟ୍ୟାକ୍ସ ଭରିବାକୁ ପଡିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଦ୍ୱାରା ଜାରି ହୋଇଥିବା କିଛି ଦିଶାନିର୍ଦ୍ଦେଶ ଗୁଡିକରେ ହାଲୁକା କରିବା ସହିତ ଫାଇଲରସ ପାଇଁ ଏକ ପରିପତ୍ର ଜାରି କରାଯାଇଛି । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଟ୍ୟାକ୍ସ କାଟ ଅଧୀନରେ ଆସିଥାଏ । ସରକୁଲାର ହେଉଥିବା ଏକ ରିପୋର୍ଟ ଅନୁଯାୟୀ, ଯଦି କେହି ଗତ ଆର୍ଥିକ ବର୍ଷ ପାଇଁ ଆଇଟିଆର ଦାଖଲ କରିନାହାନ୍ତି ଓ ତାଙ୍କର ସମୁଦାୟ ଟିଡ଼ିଏସ ତଥା ଟ୍ୟାକ୍ସ ସେହି ବର୍ଷ ୫୦ହଜାର ଟଙ୍କାରୁ ଅଧିକ ଥିଲା, ତେବେ ଏମାନେ ଟିଡ଼ିଏସ ଅଧୀନରେ ଆସିଥାନ୍ତି । ଏହା ସହ ଏହା ବି କୁହାଯାଏକି ବ୍ୟାଙ୍କ ଗୁଡିକୁ ଉଚ୍ଚ ଟିଡ଼ିଏସ ନେଇ ଯାଞ୍ଚ କରିବାକୁ ହେବ ।

income tax

ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ଟ୍ୟାକ୍ସ କାଟୁଥିବା ତଥା ଟ୍ୟାକ୍ସ ଆଦାୟ କରୁଥିବା ଅଧିକାରୀଙ୍କ ଉପରୁ କିଛିଟା ଦାୟିତ୍ୱ କମ କରିବା ପାଇଁ ଉଚ୍ଚ କର କାଟୁଥିବା ବ୍ୟକ୍ତିଙ୍କ ତାଲିକାରେ କାହାର ବି ନାଁ ନଥିବା ଜଣାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ସଂଶ୍ଲିଷ୍ଟ ବ୍ୟକ୍ତି ୨୦୨୩ ଆର୍ଥିକ ବର୍ଷରେ ୨୦୨୧-୨୨ ବର୍ଷ ପାଇଁ ଆୟର ବୈଧ ବିବରଣୀ ଦାଖଲ କରନ୍ତି, ତେବେ ତାଙ୍କ ନାଁ କର ଦାଖଲକାରୀ ବ୍ୟକ୍ତିଙ୍କ ତାଲିକାରୁ ହଟାଇ ଦିଆଯିବ । ଏହା ଆପଣଙ୍କ ବୈଧ ରିଟର୍ଣ୍ଣ ଦାଖଲ କରୁଥିବା ତାରିଖରେ ହିଁ କରାଯିବ ।

206AB ପ୍ରାବଧାନ ଅଧିନିୟମ ଧାରା ୧୯୪୮ ଅନୁଯାୟୀ ଜଣେ ବ୍ୟକ୍ତି ଭରଚୁଆଲ ଡିଜିଟାଲ ଆସେଟ ଟ୍ରାନ୍ସ୍ଫର କରୁଥିବା ସମୟରେ ତାଙ୍କର କୌଣସି ପ୍ରକାର ଟ୍ୟାକ୍ସ କଟାଯିବ ନାହିଁ । ଯେବେକି ବ୍ୟବସାୟ ମାମଲାରେ ୫୦ ଲକ୍ଷ କିମ୍ବା ୧କୋଟିରୁ ଅଧିକ ବିଡିଏ ଟ୍ରାନଫର ଉପରେ ଟ୍ୟାକ୍ସ କାଟି ଦିଆଯିବ । ଏହା ମଧ୍ୟ କୁହାଯାଇଛିକି ୨୦୬ AB ଓ ୨୦୬ CCA ପ୍ରାବଧାନ ଅନୁଯାୟୀ, ସେହି ବ୍ୟକ୍ତି ମାନଙ୍କୁ ଲିସ୍ଟରେ ସାମିଲ କରାଯିବ ନାହିଁ ଯେଉଁମାନେ ଭାରତରେ ବାସ କରୁନାହାନ୍ତି ।

 

 

 

Leave A Reply

Your email address will not be published.