TSCAB ରେ ଖାଲିପଡିଛି ୪୪୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି କରିବାକୁ ସମସ୍ତ ଯୁବପିଢି ଇଚ୍ଛା ରଖିଥାନ୍ତି। ତେଣୁ ଚାକିରି ପାଇଁ ଚାହିଁ ରହିଥାନ୍ତି। ତେଲେଙ୍ଗାନା ଷ୍ଟେଟ କୋ ଅପରେଟିଭ ଆପେକ୍ସ ବ୍ୟାଙ୍କ ଲିମିଟେଡ୍‌ (TSCAB) ଦ୍ୱାରା ଷ୍ଟାଫ ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ TSCAB ର ଅଫିସିଆଲ ୱେବସାଇଟ୍‌କୁ ଯାଇ ଅନଲାଇନ ଆପ୍ଲାଏ କରିପାରିବେ। ଆବେଦନ କରିବାର ତାରିଖ ୧୯ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଛି।

ଷ୍ଟାଫ ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀ tscab.org କୁ ଯାଇ ଅନଲାଇନ ଆପ୍ଲାଏ କରିପାରିବେ। ଏହି ଭର୍ତ୍ତି ଅଧିନରେ ୪୪୫ ପଦବୀରେ ନିଯୁକ୍ତି କରାଯାଇଛି।

ପଦବୀ ବିବରଣୀ: ୪୪୫

ଷ୍ଟାଫ୍‌ ଆସିଷ୍ଟାଣ୍ଟ: ୩୭୨

ଆସିଷ୍ଟାଣ୍ଟ ମ୍ୟାନେଜର: ୩୭

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୬ ମାର୍ଚ୍ଚ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି। ଆବେଦନକାରୀ ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ।

ବୟସ ସୀମା: ଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ପ୍ରାର୍ଥୀଙ୍କୁ ୯୦୦ ଟଙ୍କା ଏବଂ ସଂରକ୍ଷିତ ସିଟ୍‌ ପାଇଁ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଚୟନ ପ୍ରକ୍ରିୟା: ପ୍ରିଲିମିନାରୀ ପରୀକ୍ଷା ଏବଂ ମୁଖ୍ୟ ପରୀକ୍ଷା ଦ୍ୱାରା ଚୟନ ହେବ।

କେମିତି କରିବେ ଆବେଦନ:

ପ୍ରଥମ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ www.tscab.org କୁ ଯାଆନ୍ତୁ।

ତା’ ପରେ କ୍ୟାରିଅର ଟାବ୍‌କୁ ଯାଆନ୍ତୁ।

ସେଠାରେ ଥିବା ଷ୍ଟାଫ ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ରେକ୍ରୁଟମେଣ୍ଟ ୨୦୨୨ ଲିଙ୍କରେ କ୍ଲିକ କରନ୍ତୁ।

ସେଠାରେ ଥିବା ନିଜର ବିବରଣୀ ଭରିବା ପରେ ଡକ୍ୟୁମେଣ୍ଟ ସ୍କାନ କରି ଭରନ୍ତୁ।

ତା’ ପରେ ପେମେଣ୍ଟ ଦେଇ ଆପ୍ଲିକେସନ ଭରନ୍ତୁ।

ଆପ୍ଲିକେସନ ଭରିବା ପରେ ଏହାର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ:

https://tscab.org/

https://ibpsonline.ibps.in/dccbasjan22/

https://tscab.org/notifications/

Leave A Reply

Your email address will not be published.