ଟେଲିକମ୍‌ କମ୍ପାନୀକୁ ବଡ ଝଟକା, ଆଜି ସୁଦ୍ଧା ପୈଠ କରିବେ ସମସ୍ତ ବକେୟା ଟଙ୍କା

ଟେଲିକମ୍‌ ଅପରେଟର୍ସ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲି ସର୍ଭିସେଜ ସୋମବାର ଅର୍ଥାତ ଆଜି ସମଯୋଜିତ ସଫଳ ଆୟ (ଏଜିଆର)ର ବକେୟା ଶୁଳ୍କ ନେଇପାରନ୍ତି।

ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲିସର୍ଭିସେଜ୍‌ ଆଦି ଦୂରସଞ୍ଚାର କମ୍ପାନୀ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଠାରୁ ରକ୍ଷା ପାଇବା ପାଇଁ ସମଯୋଜିତ ସଫଳ ରାଜସ୍ୱ (ଏଜିଆର)ରେ ବକେୟା ଶୁଳ୍କ ପେମେଣ୍ଟ କରିପାରନ୍ତି। ଦୁରସଞ୍ଚାରର ଅଫିସିଆଲ ପକ୍ଷରୁ ଏହି ସୂଚନା ମିଳିଛି।

telecomତିନୋଟି କମ୍ପାନୀ ଉପରେ ସଂଯୁକ୍ତ ରୂପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଏଜିଆର ବକେୟା ଶୁଳ୍କ ରହିଛି। ଆଜି ଏହି କମ୍ପାନୀ ସବୁ ନିଜର ବକେୟା ଟଙ୍କା ପେମେଣ୍ଟ କରିବେ। ଦୂରସଞ୍ଚାର ବିଭାଗ କମ୍ପାନୀ ଦ୍ୱାରା କରାଯାଇଥିବା ପେମେଣ୍ଟ ମୂଲ୍ୟାଙ୍କନ କରିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ କରାଯିବ।

ଭାରତୀ ଏୟାରଟେଲ ଏହା ପୂର୍ବରୁ ଶୁକ୍ରବାର ଦିନ ଦୂରସଞ୍ଚାର ବିଭାଗକୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ଦେବା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଦୂରସଞ୍ଚାର ବିଭାଗ ଏହି ସମୟସୀମାରେ କୌଣସି ରିହାତି ଦିଆଯିବନାହିଁ ବୋଲି ମନା କରିଦେଇଛନ୍ତି।
ସୁପ୍ରୀମକୋର୍ଟ ୨୪ ଅକ୍ଟୋବର ୨୦୧୯ରେ ନେଇଥିବା ନିଷ୍ପତ୍ତିରେ କହିଥିଲେ ଯେ ଦୂରସଞ୍ଚାର କମ୍ପାନୀ ଉପରେ ସମ୍ମିଳିତ ଭାବରେ ୧.୪୭ ଲକ୍ଷ କୋଟି ଟଙ୍କା ବକେୟା ଟଙ୍କା ରହିଛି।

durasancharକେଉଁ କମ୍ପାନୀର କେତେ ଟଙ୍କା ବକେୟା ରହିଛି ଜାଣନ୍ତୁ

-ଏୟାରଟେଲ ଉପରେ ୩୫,୫୮୬ କୋଟି ଟଙ୍କା

-ଭୋଡାଫୋନ ଆଉଡିଆ ଉପରେ ୫୩ ହଜାର କୋଟି ଟଙ୍କା

-ଟାଟା ଟେଲିସର୍ଭିସେଜ୍‌ ଉପରେ ୪,୯୮୯ କୋଟି ଟଙ୍କା

-ବିଏସଏନଏଲ ଉପରେ ୪,୯୮୯ କୋଟି ଟଙ୍କା

-ଏମଟିଏନଏଲ ଉପରେ ୩,୧୨୨ କୋଟି ଟଙ୍କାର ଏଜିଆର ବକେୟା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.