ସିଙ୍ଗଲ ଚାର୍ଜରେ ଯିବ ୯୮୨ କିଲୋମିଟର, ଲଞ୍ଚ ହେବା ପୂର୍ବରୁ ବୁକ ହେଲା ୧୦ ଲକ୍ଷରୁ ଅଧିକ ଗାଡ଼ି

ସାରା ଦୁନିଆରେ ଇଲେକଟ୍ରିକ ବାହନର ଡିମାଣ୍ଡ ଏବେ ବଢ଼ିଚାଲିଛି । ତେଲ ଦର ବୃଦ୍ଧି କାରଣରୁ ସମସ୍ତେ ଚାର୍ଜ ଗାଡ଼ି ବ୍ୟବହାର ପାଇଁ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ଆମେରିକା ଗାଡ଼ି କମ୍ପାନୀ  Tesla ରହିଛି ସବୁଠୁ ଆଗରେ । ନିକଟରେ କମ୍ପାନୀ ଗ୍ଲୋବାଲ ମାର୍କେଟରେ ନିଜର ପ୍ରଥମ ପିକ-ଅପ ଇଲେକଟ୍ରିକ Cybertruck ଟ୍ରକ ଲଞ୍ଚ କରିବାକୁ ଯାଉଛି । ବର୍ଷ ଶେଷ ମଧ୍ୟରେ ସେ ଏହାର ବଜାର ପ୍ରବେଶ କରାଇବ ।

ସୂଚନା ଅନୁଯାୟୀ ଏହା ଲଞ୍ଚ ହେବା ପୂର୍ବରୁ ୧୦ ଲକ୍ଷ ୟୁନିଟ ବୁକିଂ ହୋଇସାରିଛି । ତେବେ ଏହାର ଡ୍ରାଇଭିଂ ରେଞ୍ଜକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଏହା ସିଙ୍ଗଲ ଚାର୍ଜରେ ୯୮୨ କିମି ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେବ ।

356247
pc: livehindustan

ଏବେ ଏହି Cybertruckର ଏକ ଫଟୋ ଇଣ୍ଟନେଟରେ ଭାଇରାଲ ହେଉଛି । ଏଥିରେ ପିକଅପ ଟ୍ରକ ୯୦୦୦ କିଲୋଗ୍ରାମରୁ ଅଧିକ ଟ୍ରେଲର ସହ ଟାଇଙ୍ଗ ମୋଡରେ ସାମ୍ନାକୁ ଆସିଛି । ଯାହା କମ୍ପାନୀ ଦ୍ୱାରା ଘୋଷିତ ହୋଇଥିବା ୧୦ ହଜାର ପାଉଣ୍ଡରୁ ମଧ୍ୟ ଅଧିକ । ତେବେ ଏହାର ମଡେଲ ମଧ୍ୟ ଜବରଦସ୍ତ ରହିଥିବାର ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.