ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tesla, ଜାଣନ୍ତୁ କ’ଣ ରହିଛି ଖାସ୍

ଏଲୋନ୍ ମସ୍କଙ୍କ କମ୍ପାନୀ Tesla ର ଭାରତୀୟ ବଜାରରେ ଏଣ୍ଟ୍ରି ଖବର ଲଗାତାର ଆସୁଛି । Tesla ଭାରତରେ ଏକ ଶୋରୁମ୍ ଖୋଲିବା ପାଇଁ ମୁମ୍ବାଇରେ ଏକ ସ୍ଥାନ ମଧ୍ୟ ଫାଇନାଲ୍ କରିଛି । କିନ୍ତୁ ଭାରତ ପୂର୍ବରୁ ଏଲୋନ ମସ୍କ ସାଉଦି ଆରବରେ ପାଦ କଖିବାକୁ ଯାଉଛନ୍ତି । Tesla କମ୍ପାନୀର ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ଯେ ଏହି ବ୍ରାଣ୍ଡର କାରଟି ଏପ୍ରିଲ୍ ୧୦ରେ ସାଉଦି ଆରବରେ ଲଞ୍ଚ ହେବ ।
ତେଲ ଉତ୍ପାଦନକାରୀ ଦେଶ ଭାବରେ ଜଣାଶୁଣା ଦେଶରେ ଏଲୋନ ମସ୍କଙ୍କ କମ୍ପାନୀ ଏକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ଇଲେକ୍ଟ୍ରିକ୍ କାର୍ ସେଲ୍ ୧% ରୁ ଟିକିଏ ଅଧିକ । Tesla ର ଇଲେକ୍ଟ୍ରିକ୍ କାରଗୁଡିକର ଏହି ଲଞ୍ଚ ଇଭେଣ୍ଟ ଏପ୍ରିଲ ୧୦ ସାଉଦି ଆରବର ରାଜଧାନୀ ରିୟାଦରେ ଅନୁଷ୍ଠିତ ହେବାକୁ ଯାଉଛି ।
Tesla ଏବେ ୟୁରୋପ୍ ଏବଂ ବିଶ୍ବର ଅନ୍ୟାନ୍ୟ ଦେଶରେ ଏହାର କାର ସେଳ୍ କରୁଛି । ଗତ ବର୍ଷ କମ୍ପାନୀର ସେଲ୍ ୧% ହ୍ରାସ ପାଇଥିଲା । Tesla ର କାରଗୁଡିକ ଚୀନ୍ କାର ସହିତ ଟକ୍କର କରନ୍ତି । ଏକ ରିପୋର୍ଟ ଅନୁଯାୟୀ, ଚୀନ୍ କମ୍ପାନୀ BYD ୨୦୨୪ ମସିହାରେ ସେଲରେ Tesla କୁ ପଛରେ ପକାଇ ଦେଇଛି । BYD ୨୦୨୪ ମସିହାରେ ୧୦୭ ବିଲିୟନ୍ ଡଲାର ମୂଲ୍ୟର ଇଲେକ୍ଟ୍ରିକ୍ ଏବଂ ହାଇବ୍ରିଡ୍ କାର୍ ସେଲର ଆକଳନ କରିଛି । ସେହିଭଳି Tesla ୯୮ ବିଲିୟନର ଡଲାର ମୂଲ୍ୟର କାର୍ ସେଲ୍ କରିଛି ।
ଏଲୋନ ମସ୍କଙ୍କ କମ୍ପାନୀ Tesla ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଏଣ୍ଟ୍ରି କରିପାରେ । ରିପୋର୍ଟ ଅନୁଯାୟୀ, ଭାରତରେ ସବୁଠାରୁ ଶସ୍ତା Tesla କାରର ମୂଲ୍ୟ ୩୫ ରୁ ୪୦ ଲକ୍ଷ ଟଙ୍କା ମଧ୍ୟରେ ରହିବ । ଆମେରିକାରେ ଏହି ବ୍ରାଣ୍ଡର କାରର ମୂଲ୍ୟ ୩୫ ହଜାର ଡଲାରରୁ ଆରମ୍ଭ ହୁଏ । ଯଦି ଅଟୋମେକରମାନେ ଏହି ଇଲେକ୍ଟ୍ରିକ୍ କାରଗୁଡିକୁ ୨୫ ଲକ୍ଷ ଟଙ୍କା ମଧ୍ୟରେ ଭାରତକୁ ଆଣନ୍ତି, ତେବେ Tesla ର କାରଗୁଡିକ ଅନ୍ୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀଗୁଡିକ ସହିତ ଟକ୍କର କରିପାରିବେ ।