ଆସନ୍ତାବର୍ଷ ଭାରତରେ ଦୌଡିବ ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲାର ଇଲେକ୍ଟ୍ରିକ୍ କାର୍, ଜାନୁଆରୀରୁ ହୋଇପାରେ ବୁକିଂ

ଟେସ୍ଲାର ଇଲେକ୍ଟ୍ରିକ କାର୍ ଆସନ୍ତା ବର୍ଷ ୨୦୨୧ ଭାରତ ସଡ଼କରେ ଦୌଡିବ। କେନ୍ଦଅ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି। ହାଇଫାଇ ଇଲେକ୍ଟ୍ରିକ କାର ଲୋକଙ୍କ ପାଇଁ ନେଇ ଆସୁଛି ଆମେରିକାର ବଡ଼ କମ୍ପାନୀ ଟେସ୍ଲା। ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ବିକଶିତ କରିଥିବା ଇଲେକ୍ଟ୍ରିକ୍ କାର ଭାରତରେ ମଧ୍ୟ ଉପଲବ୍ଧ ହେବ। ୨୦୨୧ ଜୁନରେ ଏହି କାର ଭାରତୀୟ ବଜାରରେ ମଧ୍ୟ ମିଳିପାରିବ ବୋଲି ସୂଚନା ମିଳିଛି।

ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଥିବା ବେଳେ କାର ପାଇଁ ବୁକିଂ ଜାନୁଆରୀରୁ ଆରମ୍ଭ କରିପାରେ କମ୍ପାନୀ। କମ୍ପାନୀ ସେଡାନ୍ ମଡେଲ୍-୩ ଜରିଆରେ ଭାରତରେ ଡେବ୍ୟୁ କରିବ ବୋଲି ଜାଣିବାକୁ ମିଳିଛି। ଏଥିରେ ୬୦ Kwh ର ଲିଥିୟନ ଇଅନ ବ୍ଯାଟେରୀ ପ୍ଯାକ ଦିଆଯାଇଛି। ପ୍ରକାଶିତ ଏକ ଖବର ଅନୁଯାୟୀ, ଟେସ୍ଲା କାରର ଏହି ମଡେଲର ଭାରତୀୟ ବଜାରରେ ଦାମ ୫୫ରୁ ୬୦ ଲକ୍ଷ ଟଙ୍କା ରହିବ। ବୁକିଂ ପାଇଁ ୭୩ ହଜାର ଟଙ୍କା ଦେବାକୁ ପଡ଼ିବ। ସେଥିପାଇଁ ଭାରତ ସରକାର ସବୁ ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରିକ ଚାର୍ଜିଂ କିୟୋକ୍ସ ଲଗାଇବାକୁ ଯୋଜନା ଆରମ୍ଭ କରୁଛନ୍ତି।

elon musk

ସେପଟେ କମ୍ପାନୀ ସିଇଓ ଏଲନ ମସ୍କ ମଧ୍ୟ ଟ୍ବିଟ୍ କରିଛନ୍ତି। ଅକ୍ଟୋବରରେ ଟ୍ବିଟ୍ କରି ମସ୍କ କହିଥିଲେ, କମ୍ପାନୀ ୨୦୨୧ରେ ଭାରତରେ ଏଣ୍ଟ୍ରି କରିବ। ରିପୋର୍ଟ ଅନୁସାରେ ଟେସ୍ଲା ଭାରତରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫ୍ୟାସିଲିଟି ସ୍ଥାପନ କରିବାକୁ ଯୋଜନା କରୁଛି। ୨୦୨୧ରେ ଟେସ୍ଲାର ଇଲେକ୍ଟ୍ରିକ୍ କାର ଲଞ୍ଚ ହେବାକୁ ଯାଉଥିବା ବେଳେ ଜାନୁଆରୀରେ ବୁକିଂ ଆରମ୍ଭ ହୋଇପାରେ। ତେବେ ଏନେଇ ଗ୍ରାହକଙ୍କ ମନରେ ଉତ୍କଣ୍ଠା ବଢ଼ୁଥିବା ମଧ୍ୟ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.