ମାର୍କେଟରେ ଏହି ବାଇକର ଚାହିଦା ବେଶ ଅଧିକ, ସେଲ୍ ହେଲାଣି ୫ ଲକ୍ଷରୁ ଅଧିକ ବାଇକ୍

ରୟାଲ୍ ଏନଫିଲ୍ଡ ବାଇକ୍ ଭାରତୀୟ ବଜାରରେ ବେଶ୍ ଲୋକପ୍ରିୟ । ଏହି ବ୍ରିଟିଶ ବ୍ରାଣ୍ଡର ମୋଟରସାଇକେଲର ଚାହିଦା ବଜାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରୟାଲ୍ ଏନଫିଲ୍ଡ ହଣ୍ଟର୍ 350 ଏହାର ସେଲ୍ ସହିତ ଏକ ନୂତନ ମାଇଲଷ୍ଟୋନ୍ ହାସଲ କରିଛି । ଏହି ବାଇକର ପାଞ୍ଚ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇସାରିଛି । ଅଗଷ୍ଟ ୨୦୨୨ରେ ହଣ୍ଟର୍ 350 ଭାରତୀୟ ବଜାରରେ ପ୍ରବେଶ କରିଥିଲା ।

ଫେବୃଆରୀ ୨୦୨୩ ସୁଦ୍ଧା, ଏହି ମୋଟରସାଇକେଲର ଏକ ଲକ୍ଷ ୟୁନିଟ୍ ବିକ୍ରି ହୋଇଗଲା । ଆଗାମୀ ୫ ମାସରେ ଆଉ ଏକ ଲକ୍ଷ ୟୁନିଟ୍ ବିକ୍ରି ହୋଇଥିଲା । ଭଲ ସେଲ୍ ହେତୁ ରୟାଲ୍ ଏନଫିଲ୍ଡର ଏହି ବାଇକ୍ ବ୍ରାଣ୍ଡର ସବୁଠାରୁ ଲୋକପ୍ରିୟ ମୋଟରସାଇକେଲରେ ପରିଣତ ହୋଇଛି । ବ୍ରାଣ୍ଡର ସବୁଠାରୁ ସୁଲଭ ମୋଟରସାଇକେଲ ମଧ୍ୟରୁ ରୟାଲ୍ ଏନଫିଲ୍ଡ ହଣ୍ଟର୍ 350 ଅନ୍ୟତମ ।

ଏହି ବାଇକ୍ ର ଏକ୍ସ ଶୋ’ରୁମ୍ ମୂଲ୍ୟ ୧. ୫ ଲକ୍ଷରୁ ଆରମ୍ଭ ହୋଇ ୧. ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । ଭାରତ ବ୍ୟତୀତ ବ୍ରିଟିଶ ଅଟୋମେକର୍ସର ଏହି ବାଇକ୍ ଇଣ୍ଡୋନେସିଆ, ଜାପାନ, କୋରିଆ, ଥାଇଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ UK ସମେତ ଅନେକ ଦେଶରେ ବିକ୍ରି ହୁଏ । ଏହା ବ୍ୟତୀତ ମେକ୍ସିକୋ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲରେ ମଧ୍ୟ ଏହି ବାଇକର ଚାହିଦା ବେଶ ଅଧିକ ରହିଛି ।

Hunter 350 ପାୱାର ଏବଂ ମାଇଲେଜ:

ଏହି ରୟାଲ୍ ଏନଫିଲ୍ଡ ମୋଟରସାଇକେଲରେ ୩୪୯cc, ସିଙ୍ଗଲ୍ ସିଲିଣ୍ଡର, ୪-ଷ୍ଟ୍ରୋକ, ଏୟାର-ଅଏଲ କୁଲ୍ଡ ଇଞ୍ଜିନ ଅଛି । ଯାହା ସହିତ ଫୁଏଲ୍ ଇଞ୍ଜେକ୍ସନ ସିଷ୍ଟମ ମଧ୍ୟ ସଂଲଗ୍ନ ହୋଇଛି । ହଣ୍ଟର୍ 350 ରେ ସ୍ଥାପିତ ଏହି ଇଞ୍ଜିନ୍ ୬,୧୦୦ rpm ରେ ୨୦.୨ bhp ପାୱାର ପ୍ରଦାନ କରେ ଏବଂ ୪,୦୦୦ rpm ରେ ୨୭ Nm ଟର୍କ ଜେନେରେଟ କରେ ।

ବାଇକରେ ସ୍ଥାପିତ ଇଞ୍ଜିନ୍ ସହିତ ଏକ ୫-ସ୍ପିଡ୍ ଗିଅର ବକ୍ସ ମଧ୍ୟ ଉପଲବ୍ଧ । ଏହି ରୟାଲ୍ ଏନଫିଲ୍ଡ ମୋଟରସାଇକେଲର ARAI ସାର୍ଟିଫିକେଟ୍ ମାଇଲେଜ୍ ହେଉଛି ୩୬.୨ କିଲୋମିଟର । ଏହି ବାଇକ୍ ୧୩ ଲିଟର ଫୁଏଲ୍ କାପାସିଟି ସହିତ ଆସିଥାଏ । ଯାହାଫଳରେ ଟ୍ୟାଙ୍କ ଭରିବା ପରେ ଏହାକୁ ସହଜରେ ୪୬୮ କିଲୋମିଟର ଦୂରତା ପର୍ଯ୍ୟନ୍ତ ଚଲାଯାଇପାରିବ ।

You might also like