୨ ଅକ୍ଟୋବରରୁ ବଢିବ ଏହି ବିଜନେସ୍‌ର ଡିମାଣ୍ଡ, ପ୍ରତ୍ୟେକ ମାସରେ ଇନ୍‌କମ୍‌ କରିପାରିବେ ୪୦ ରୁ ୫୦ ହଜାର

ମୋଦି ସରକାର ଆସନ୍ତା ୨ ଅକ୍ଟୋବରରୁ ଦେଶରେ ପ୍ଲାଷ୍ଟିକ୍‌ ପ୍ରଡକ୍ଟ ବ୍ୟାନ କରିବା ପାଇଁ ଅଭିଯାନ ଆରମ୍ଭ କରିବେ। ପ୍ରଦୂଷଣ କମ କରିବା ପାଇଁ ଭାରତ ସରକାର ଏହି ଉଦ୍ୟମ ସ୍ଥିର କରିଛନ୍ତି। ସରକାରଙ୍କର ଏହି ନିଷ୍ପତି ଦ୍ୱାରା ପ୍ଲାଷ୍ଟିକ୍‌ର ବ୍ୟବସାୟଠପ୍‌ ହେବା ସହ ଅନ୍ୟ କୌଣସି ବ୍ୟବସାୟ ବଢିବ। ଯଦି ଆପଣ ମଧ୍ୟ କେଔଣସି ନୂଆ ବିଜନେସ୍‌ କରିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖାସ୍‌ ବିଜନେସ୍‌ ଆରମ୍ଭ କରିବାର ଅପ୍ସନ ରହିଛି। ଅଳ୍ପ ଟଙ୍କା ଖର୍ଚ୍ଚରେ ଆରମ୍ଭ ହୋଇପାରୁଥିବା ବିଜନେସ୍‌ ବିଷୟରେ ଭାବୁଥିଲେ ଝୋଟ ବ୍ୟାଗ ତିଆରି କରିବାର ବିକଳ୍ପ ଅତ୍ୟନ୍ତ ଲାଭଦାୟକ ହେବ। ଦେଶର ଅନେକ ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାନ ହେବା ପରେ ଝୋଟ ବ୍ୟାଗର ଚାହିଦା ବଢିବାରେ ଲାଗିବ। ଏଥିରେ ଆପଣ କମ ଟଙ୍କା ଖର୍ଚ୍ଚ କରି ଝୋଟର ବ୍ୟାଗ ତିଆରି କରିବା ସହ ଭଲ ଆୟ ମଧ୍ୟ କରିପାରିବେ।

ମିନିଷ୍ଟ୍ରି ଅଫ୍‌ ଟେକ୍ସଟାଇଲ୍ସ ହ୍ୟାଣ୍ଡିକ୍ରାଫ୍ଟ ଡିଭିଜନଙ୍କ କହିବା ଅନୁଯାୟୀ, ଯଦି ଆପଣ ଗୋଟିଏ ଝୋଟ ବ୍ୟାଗ ତିଆରି କରିବା ପାଇଁ ଗୋଷ୍ଟି ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୫ଟି ସିଲେଇ ମେସିନ୍‌ କିଣିିବାକୁ ପଡ଼ିବ। ଏହି ମେସିନ୍‌ ପାଇଁ ଆପଣଙ୍କୁ ପାଖାପାଖି ୯୦ ହଜାର ଖର୍ଚ୍ଚ କରିବାକୁ ପଡ଼ିବ। ଏହାବ୍ୟତୀତ ଆପଣଙ୍କୁ ପାଖାପାଖି ୧ଲକ୍ଷ ୪ ହଜାର ଟଙ୍କାର ଓ୍ଵାର୍କିଂ କୈପିଟଲର ଆବଶ୍ୟକତା ପଡ଼ିବ। ଅନ୍ୟ ଖର୍ଚ୍ଚ ଯେଉଁଥିରେ ଫିକ୍ସଡ୍‌ ଅସେଟ୍‌, ଅପରେଟିଂ ଖର୍ଚ୍ଚ ଏହିସବୁ ପାଇଁ ପାଖାପାଖି ୫୮ ହଜାର ଟଙ୍କାର ଖର୍ଚ୍ଚ ଲାଗିବ। ସମୁଦାୟ ପ୍ରୋଜେକ୍ଟରେ ୨.୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଏହି ପ୍ରୋଜେକ୍ଟ ତିଆରି କରିବା ପାଇଁ ଆପଣଙ୍କୁ ଲୋନ୍‌ ମଧ୍ୟ ମିଳିବ। ଏଥିରେ ଗୋଟିଏ ମାସର ର ମ୍ୟାଟେରିଆଲ, ଗୋଟିଏ ମାସର ବେତନ ମଧ୍ୟ ସାମିଲ ରହିବ। ଏହି ପ୍ରେଜେକ୍ଟ ପାଇଁ ଆପଣନ୍ୟାସନାଲ ସେଣ୍ଟର ଫର୍‌ ଜୁଟ୍‌ ଡାଇଭରସିଫିକେସନ୍‌ ପକ୍ଷରୁ ୬୫ ପ୍ରତିଶତ ଟଙ୍କା ଲୋନ୍‌ ଏବଂ ୨୫ ପ୍ରତିଶତ ଟଙ୍କା ମୁକ୍ତ ଲୋନ୍‌ ସୁବିଧା ପାଇପାରିବେ। ବାକି ୨୫ ହଜାର ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ। ଏତିକି ଅର୍ଥରେ ହିଁ ଆପଣଙ୍କ କାମ ଆରମ୍ଭ ହୋଇପାରିବ।

ଏହାସହ ପଢନ୍ତୁ: ଏହି ବ୍ୟାଙ୍କ କରୁଅଛି ୧୦୦୦ ଗ୍ରାମୀଣ ‘ଲୋନମେଳା’ ର ଆୟୋଜନ, ଆପଣ ମଧ୍ୟ ଉଠାଇପାରିବେ ଲାଭ

ଯଦି ଆପଣ ଏହି ପ୍ରୋଜେକ୍ଟରେ କାମ କରିବା ପାଇଁ ଗୋଷ୍ଠି ତିଆରି କରିବାକୁ ଚାହୁଁଚନ୍ତି ତେବେ ଆପଣ ୯ ହଜାର ସପିଂ ବ୍ୟାଗ୍‌, ୬ ହଜାର ଲେଡିଜ୍‌ ବ୍ୟାଗ୍‌, ୭୫୦୦ ସ୍କୁଲ୍‌ ବ୍ୟାଗ୍‌, ୯ ହଜାର ଜେଣ୍ଟସ୍‌ ବ୍ୟାଗ୍‌, ୬ହଜାର ଝୋଟର ବମ୍ବୁ ଫୋଲ୍ଡର ପ୍ରଡକ୍ସନ କରିପାରିବେ। ଆପଣ ବର୍ଷସାରା ମ୍ୟାଟେରିଆଲ୍ସ, ଡେପ୍ରିସିଏସନ, ବ୍ୟାଙ୍କ ଇଣ୍ଟରନେଟ୍‌ ଆଦି ଉପରେ ପାଖାପାଖି ୨୭.୯୫ ଲକ୍ଷ ଟଙ୍କା ଖର୍ଚ୍ଚ ଆସିବ। ଆପଣଙ୍କ ସେଲ୍ସ ରେଭେନ୍ୟୁ ୩୨.୨୫ ଲକ୍ଷ ହେବ। ଏହିପରି ବର୍ଷ ଭିତରେ ଆପଣଙ୍କ ଅପରେଟିଂ ପ୍ରଫିଟ୍‌ ୪.୩୦ ଲକ୍ଷ ଟଙ୍କା ହେବ। ପ୍ରତ୍ୟେକ ମାସରେ ଆପଣ ପାଖାପାଖି ୩୬ ହଜାର ଟଙ୍କା ଆୟ କରିପାରିବେ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

4 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

29 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

33 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

36 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

42 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

54 mins ago