ଭାରତରେ ଖୁବଶୀଘ୍ର ଆସିବାକୁ ଯାଉଛି ପ୍ରଥମ ଇଲେକ୍ଟ୍ରିକ୍ ସ୍ପୋର୍ଟ କାର୍ MG Cyberster, ଫିଚର୍ସ ବି ଜବରଦସ୍ତ
ପ୍ରିମିୟମ୍ ସେଲ୍ସ ଚ୍ୟାନେଲ୍ MG Select ଜାନୁଆରୀ ୨୦୨୫ ରେ ଏହାର ପ୍ରଥମ ପ୍ରଡ଼କ୍ଟ ଶୋକେସ୍ କରିବାକୁ ଯାଉଛି । ଏହି ସେଲ୍ସ ଚ୍ୟାନେଲ ମାଧ୍ୟମରେ ବିକ୍ରି ହେବାକୁ ଥିବା ପ୍ରଥମ କାର ହେଉଛି Cyberster । ଭାରତରେ ସାଇବରଷ୍ଟର ପୂର୍ବରୁ ପ୍ରଦର୍ଶିତ ହୋଇସାରିଛି ଏବଂ ବର୍ତ୍ତମାନ ଏହାକୁ ଲଞ୍ଚ କରାଯାଇପାରିବ । MG ସାଇବରଷ୍ଟର ଏକ ଫ୍ୟୁଚରିଷ୍ଟିକ୍ ଏବଂ ହାଇ-ପରଫରମାନ୍ସ ଇଭି । ଏହା ପ୍ରଥମ ଇଲେକ୍ଟ୍ରିକ୍ ସ୍ପୋର୍ଟ କାର୍ ହେବ, ଯାହା ଆସିବା ପରେ ଖୁବ ଫେମସ୍ ହେବ ବୋଲି ଆଶା କରାଯାଉଛି ।
MG ସିଲେକ୍ଟ ଇଲେକ୍ଟ୍ରିକ୍ କାରଗୁଡିକର ଏକ ସିରିଜ୍ ସହ ଆସିବ ଯେଉଁଥିରେ ଇଭି ସହିତ ହାଇବ୍ରିଡ୍ ଏବଂ ପ୍ଲଗ୍-ଇନ୍ ହାଇବ୍ରିଡ୍ ସାମିଲ ରହିବ । MG ସାଇବରଷ୍ଟରର ଡିଜାଇନ୍ ବହୁତ ଆକର୍ଷଣୀୟ ଏବଂ ଆଧୁନିକ ଅଟେ । ଏଥିରେ ୭୭kWh ଲିଥିୟମ୍ ଆୟନ ବ୍ୟାଟେରୀ ପ୍ୟାକ୍ ରହିବ, ଯାହା ଗୋଟିଏ ଚାର୍ଜରେ ୫୦୦-୫୮୦ କିଲୋମିଟର ଦୂରତା ଦେବାରେ ସକ୍ଷମ ହେବ । ଏହି ଇଲେକ୍ଟ୍ରିକ୍ ସ୍ପୋର୍ଟ କାରର ଓଜନ ୧,୯୮୪ କିଲୋଗ୍ରାମ ହେବ । ଏହାର ଲମ୍ବ ୪୫୩୩ ମିମି, ମୋଟେଇ ୧୯୧୨ ମିମି ଏବଂ ଉଚ୍ଚତା ୧୩୨୮ ମିମି ହେବ । ଏହି କାର ଘଣ୍ଟା ପ୍ରତି ୦-୧୦୦ କିଲୋମିଟରକୁ ମାତ୍ର ୩. ୨ ସେକେଣ୍ଡରେ ତ୍ୱରାନ୍ୱିତ ହେବ ।
ଡିଜାଇନ୍ ଏବଂ ଫିଚର୍ସ:
ସାଇବରଷ୍ଟରର ଡିଜାଇନ୍ ବହୁତ ଆକର୍ଷଣୀୟ ଏବଂ ଆଧୁନିକ ହେବାକୁ ଯାଉଛି । ଏକ ସ୍ପୋର୍ଟସ୍ କାରର ଏଲିମେଣ୍ଟସ୍ ସହିତ ଏହାକୁ ଏକ ଫ୍ୟୁଚରିଷ୍ଟିକ୍ ଟଚ୍ ମଧ୍ୟ ଦିଆଯିବ । ଫିଚର୍ସ ଭାବରେ, ଆପଣ ସାର୍ପ ଲାଇନ୍ସ, ଲୋ-ରାଇଣ୍ଡିଙ୍ଗ ପ୍ରୋଫାଇଲ୍, ଆଡଭାନ୍ସ ଏଲଇଡି ଲାଇଟିଂ ସିଷ୍ଟମ୍ ଏବଂ ଏରୋଡାଇନାମିକ୍ ସେପ୍ ପାଇବାକୁ ଯାଉଛନ୍ତି । MG ସାଇବରଷ୍ଟରକୁ ଏକ ଭିନ୍ନ ଡିଜାଇନ୍ ସହିତ ଉପସ୍ଥାପିତ କରାଯିବ ଯାହା ସ୍ପୋର୍ଟ୍ସ ଏବଂ ଲଗଜରୀୟସ୍ ଲୁକ୍ ସହିତ ଆସେ ।
ଆକର୍ଷଣୀୟ ଲାଲ କଲରରେ ଉପସ୍ଥାପିତ ଏହି ସ୍ପୋର୍ଟ୍ସ କାରର ଲୁକ୍ ଏବଂ ଡିଜାଇନ୍ ଅନେକ ପୁରୁଣା ସ୍ପୋର୍ଟ୍ସ କାର ସହିତ ସମାନ । ଆପଣ ଏହି ସ୍ପୋର୍ଟ୍ସ କାରର କ୍ୟାବିନରେ ପର୍ଯ୍ୟାପ୍ତ ସ୍ଥାନ ପାଇବାକୁ ଯାଉଛନ୍ତି ଯାହା କେବଳ ଦୁଇଟି ସିଟ୍ ସହିତ ଆସେ । ଏଥିରେ ୧୯ ରୁ ୨୦ ଇଞ୍ଚ ଡାଇମଣ୍ଡ କଟ୍ ଆଲଏ ହ୍ଵିଲ୍ ଅଛି । ଏହି MG ସ୍ପୋର୍ଟସ୍ କାରରେ ଏକ ଭର୍ଟିକାଲ୍ ଇନଫୋଟେନ୍ମେଣ୍ଟ୍ ସିଷ୍ଟମ୍ ସହିତ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ପାଇଁ ତିନୋଟି ସ୍କ୍ରିନ ଅଛି, ଯେଉଁଥିରେ ୱାୟରଲେସ୍ ଆପଲ୍ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ ମଧ୍ୟ ଅଛି ।