ଭାରତର ନୂଆ ଏୟାରଲାଇନ ‘Akasa Air’ର ସଞ୍ଚାଳନ ଆରମ୍ଭ, ମୁମ୍ବାଇ-ଅହମ୍ମଦାବାଦ ପାଇଁ ଉଡ଼ିଲା ପ୍ରଥମ ବିମାନ

ଆକାସା ଏୟାର ରବିବାର ନିଜର ସେବା ଆରମ୍ଭ କରିଛି। ଏହାର ପ୍ରଥମ ବିମାନ ମୁମ୍ବାଇ-ଅହମ୍ମଦାବାଦ ପାଇଁ ଉଡ଼ାଣ ଭରିଛି, ଯାହାକୁ ଉଡ୍ଡୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତର ଏହି ନୂଆ ଏୟାରଲାଇନ ଖ୍ୟାତନାମା ନିବେଶକ ତଥା ଷ୍ଟକ୍‌ ବ୍ରୋକର ରାକେଶ ଝୁନ୍‌ଝୁନ୍‌ଓ୍ଵାଲାଙ୍କ କମ୍ପାନୀ।

ଏୟାରଲାଇନର ଏହି ଉଡ଼ାଣ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଉଡ଼ାଣ ପାଇଁ ଗତ ଜୁଲାଇ ୨୨ରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ଯାଇଥିଲା। ଏହାର ପ୍ରାରମ୍ଭିକ ନେଟ୍‌ଓ୍ଵାର୍କ ଅହମ୍ମଦାବାଦ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଚ୍ଚିରେ ରହିଛି। ଆକାସା ଏୟାରର ଏୟାରଲାଇନ କୋଡ୍‌ ରହିଛି QP। ଏହାର ୨୮ଟି ଉଡ଼ାଣ ଅଗଷ୍ଟ ୭ରୁ ପ୍ରତି ସପ୍ତାହରେ ମୁମ୍ବାଇ ଓ ଅହମ୍ମଦାବାଦ ଭିତରେ ଉଡ଼ାଣ ଭରିବ।

ପରେ ଅଗଷ୍ଟ ୧୩ରୁ ଏୟାରଲାଇନ ଅତିରିକ୍ତ ୨୮ଟି ସାପ୍ତାହିକ ଉଡ଼ାଣ ବେଙ୍ଗାଲୁରୁରୁ କୋଚ୍ଚି ମଧ୍ୟରେ ପରିଚାଳନା କରିବ। ସମସ୍ତଙ୍କ ପାଇଁ ଟିକେଟ୍‌ ତତ୍କାଳ ପ୍ରଭାବ ସହିତ ବିକ୍ରି ଲାଗି ଉପଲବ୍ଧ ରହିଛି। ଏହି ଏୟାରଲାଇନର ବିଜନେସ୍‌କୁ ଝୁନ୍‌ଝୁନ୍‌ଓ୍ଵାଲାଙ୍କ ସହ ଏୟାରଲାଇନ କ୍ଷେତ୍ରର ଜଣାଶୁଣା ଆଦିତ୍ୟ ଘୋଷ ଓ ବିନୟ ଦୁବେ ଦେଖୁଛନ୍ତି।

କମ୍ପାନୀକୁ ସିଭିଲ୍‌ ଆଭିଏସନ ନିର୍ଦ୍ଦେଶାଳୟ ଅର୍ଥାତ୍‌ DGCAରୁ ଜୁଲାଇ ୭ରୁ ଉଡ଼ାଣ ଲାଗି ମଞ୍ଜୁରୀ ମିଳିଥିଲା। ଏହାର ୧ ମାସ ପରେ ଅର୍ଥାତ୍‌ ୭ ଅଗଷ୍ଟରେ ଆଜି ପ୍ରଥମ ବିମାନ ଉଡ଼ିଛି। ଏହି ସମୟରେ ରାକେଶ ଝୁନ୍‌ଝୁନ୍‌ଓ୍ଵାଲା ବିମାନବନ୍ଦରରେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.