ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ୧୮ ମାସର ବକେୟା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀକୁ ପୁଣିଥରେ ଖୁସି ଖବର ମିଳିପାରେ। ସରକାର ମହଙ୍ଗା ଭତ୍ତା ବଢାଇଥିବା ବେଳେ ଏବେ ବକେୟା ମହଙ୍ଗା ଭତ୍ତା(୧୮ ମାସ) ଦେବାକୁ ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ରୀୟ କର୍ମଚାରୀ ଅନେକ ଦିନ ହେଲାଣି ଏହି ବକେୟା ମହଙ୍ଗା ଭତ୍ତା ପାଇଁ ଦାବି କରିଆସୁଥିଲେ।

ଖବର ମୁତାବକ, ସରକାରୀ ଆଗାମୀ ମାସରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା ଦେଇପାରନ୍ତି। କେନ୍ଦ୍ର କର୍ମଚାରୀ ଲଗାତାର ସରକାରଙ୍କ ଠାରୁ ଜାନୁଆରୀ ୨୦୨୦ରୁ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ବାକି ପଡିଥିବା ମହଙ୍ଗା ଭତ୍ତା ପାଇଁ ଦାବି କରିଆସୁଥିଲେ। ଏହା ପୂର୍ବରୁ ଅନେକ ଖବର ଆସିଥିଲା କି ସରକାରୀ କର୍ମଚାରୀଙ୍କ ଖାତାରେ ବକେୟା ମହଙ୍ଗା ଭତ୍ତା ବାବଦରେ ୨ ଲକ୍ଷ ଟଙ୍କା ଜମା କରିବେ। କିନ୍ତୁ ଏଯାଏଁ କର୍ମଚାରୀ ଏହାକୁ ଅପେକ୍ଷା କରିଛନ୍ତି।

ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଜେଏସଏମ ସହିତ ବୈଠକ କରିଥିଲା। ଯେଉଁଥିରେ କର୍ମଚାରୀଙ୍କୁ ବକେୟା ମହଙ୍ଗା ଭତ୍ତା ପେମେଣ୍ଟ କରିବା ପାଇଁ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ଡିଏ ବଢିଥିବା ବିଷୟରେ ଚର୍ଚ୍ଚା ହୋଇଥିଲା। ଏବେ ସରକାରୀ କର୍ମଚାରୀଙ୍କ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି। କିନ୍ତୁ ଏଆଇସିପିଆଇ ଅନୁସାରେ ଏହା ଅଗଷ୍ଟରେ ଆଉ ୫ କିମ୍ବା ୬ ପ୍ରତିଶତ ବଢିପାରେ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ସରକାର କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା ହୋଲ୍ଡ କରି ରଖିଛନ୍ତି। ଏପର୍ଯ୍ୟନ୍ତ କର୍ମଚାରୀଙ୍କୁ ଏହି ବାବଦରେ ପଇସା ମିଳିନାହିଁ। ଖୁବଶୀଘ୍ର ଏହି ପଇସା ମିଳିବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଜାରି ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.