ଲଞ୍ଚ ହେଲା ନୂଆ Hero Destini 125, ନୂଆ ଡିଜାଇନ୍ ସହ ମିଳିବ ଆଡ଼ଭାନ୍ସ ଫିଚର୍ସ

ଭାରତୀୟ ବଜାରରେ ନୂଆ Hero Destini 125 ଲଞ୍ଚ କରାଯାଇଛି । ଏହା ଗତ ବର୍ଷ ବଜାରରେ ଆରମ୍ଭ କରାଯାଇଥିଲା । ହିରୋ ମୋଟୋକର୍ପରୁ ଏହା ଏକ ନୂଆ ଏବଂ ଆଧୁନିକ ୧୨୫cc ସ୍କୁଟର । ଏହି ନୂଆ Hero Destini 125 ସ୍କୁଟର ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଅନେକ ଆଡ଼ଭାନ୍ସ ଫିଚର୍ସ ସହିତ ଅଣାଯାଇଛି । ଏହାକୁ ତିନୋଟି ଟ୍ରିମରେ ଉପସ୍ଥାପିତ କରାଯାଇଛି । ତେବେ ଆସନ୍ତୁ ଜାଣିବା ନୂଆ Hero Destini 125 କେଉଁ ଫିଚର୍ସ ସହିତ ଅଣାଯାଇଛି ।
ଇଞ୍ଜିନ୍:
ସମାନ ପୁରୁଣା ୧୨୪.୬cc ଏୟାର-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର ନୂଆ Hero Destini 125 ରେ ବ୍ୟବହୃତ ହୋଇଛି ଯାହା ୯ PS ପାୱାର ଏବଂ ୧୦.୪ Nm ଟର୍କ ଜେନେରେଟ କରେ । ହିରୋ ଏହାକୁ ଏକ ନୂଆ CVT ସହିତ ଅପଡେଟ୍ କରିଛନ୍ତି ।
ଫିଚର୍ସ:
ଏକ ନୂଆ ଡିଜାଇନ୍ ସହିତ ନୂଆ Hero Destini 125 ସ୍କୁଟର ଲଞ୍ଚ କରାଯାଇଛି । ଏଥିରେ H-insignia ସହିତ ଏକ ଷ୍ଟାଇଲିସ୍ ଏଲଇଡି ହେଡଲାଇଟ୍ ସେଟଅପ୍ ଅଛି । ଇଲ୍ୟୁମିନେଟେଡ୍ ଷ୍ଟାର୍ଟ ବଟନ୍ ସହିତ ଏହାର ଟର୍ନ ଇଣ୍ଡିକେଟର୍ସ ଅଛି । ଏହା ଆଗରେ ୧୯୦mm ଡିସ୍କ ବ୍ରେକ୍, ବଡ଼ ୧୨-ଇଞ୍ଚର ଫ୍ରଣ୍ଟ ଏବଂ ରିୟର ହ୍ଵିଲ୍ସ, ହିରୋ ର i3S ଷ୍ଟପ୍ / ଷ୍ଟାର୍ଟ ଫିଚର୍ସ ସହିତ ଏକ ଚଉଡା ପଛ ଟାୟାର ପାଇଥାଏ ।
କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ ନୂତନ ଡେଷ୍ଟିନୀ ଏକ ଲିଟର ପେଟ୍ରୋଲରେ ୫୯ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେବ । ଏହାର ଟପ୍-ସ୍ପେକ୍ ZX + ଟ୍ରିମ୍ ରେ ଟର୍ନ-ଟୁ-ନେଭିଗେସନ୍ ପ୍ରଦାନ କରାଯାଇଛି ।
ଦାମ୍:
ନୂତନ Hero Destini 125 ତିନୋଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି । ଯାହାକି VX, ZX ଏବଂ ZX + । VX ଟ୍ରିମକୁ ତିନୋଟି କଲର୍ ଅପ୍ସନରେ ଅଣାଯାଇଛି: Eternal White, Regal Black and Groovy Red । ଏହାର ZX ଟ୍ରିମ୍ ଦୁଇଟି କଲର ଅପ୍ସନ Cosmic Blue ଏବଂ Mustique Magentaକୁ ଅଣାଯାଇଛି । ଏଥି ସହିତ, ଏହାର ZX + ଟ୍ରିମ୍ Eternal White ଏବଂ Regal Black କଲର୍ ସହିତ ଲଞ୍ଚ କରାଯାଇଛି । ଏହାର ଟପ୍ ଭାରିଆଣ୍ଟରେ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଅଛି ।
VX ର ଏକ୍ସ ଶୋ’ରୁମ୍ ମୂଲ୍ୟ ୮୦,୪୫୦ ଟଙ୍କା
ZX ର ଏକ୍ସ ଶୋ’ରୁମ୍ ମୂଲ୍ୟ ୮୯,୩୦୦ ଟଙ୍କା
ZX + ର ଏକ୍ସ ଶୋ’ରୁମ୍ ମୂଲ୍ୟ ୯୦,୩୦୦ ଟଙ୍କା
ଭାରତୀୟ ବଜାରରେ ୧୨୫cc ସ୍କୁଟର ସେଗମେଣ୍ଟରେ ନୂଆ Hero Destini 125 ର ପ୍ରତିଦ୍ୱନ୍ଦିତା ସିଧାସଳଖ Suzuki Access 125, Yamaha Fascino 125, Activa 125 ଏବଂ TVS Jupiter 125 ସହିତ ହେବ ।