ମାର୍କେଟକୁ ଆସିଲା ନୂଆ ସ୍କୁଟର Suzuki Avenis , ଜାଣନ୍ତୁ କଣ ରହିଛି ଖାସ୍‌

ସୁଜୁକି ବାଇକକୁ ଦେଶର ଯୁବକମାନେ ବହୁତ ପସନ୍ଦ କରନ୍ତି କିନ୍ତୁ ବଜାରରେ ସୁଜୁକି ସ୍କୁଟରର ମଧ୍ୟ ଚାହିଦା ରହିଛି । ଏହି ସମୟରେ ସୁଜୁକି ଏହାର ନୂଆ ସ୍କୁଟର Suzuki Avenisକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ସ୍କୁଟରରେ କମ୍ପାନୀ ଅନେକ ଆଧୁନିକ ଫିଚର ଦବା ସହିତ ଷ୍ଟାଇଲିସ୍ ଲୁକ୍ ମଧ୍ୟ ଦେଇଛି । ଏହି ସ୍କୁଟର ଟିଭିଏସ୍ ଜୁପିଟରକୁ ଟକ୍କର ଦେବ ।

କମ୍ପାନୀ ସୁଜୁକିର ଏହି ନୂଆ ସ୍କୁଟରକୁ ୧୨୫ ସିସି ସେଗମେଣ୍ଟରେ ଲଞ୍ଚ କରିଛି । ନୂଆ ଡିଜାଇନ୍ ସହିତ କମ୍ପାନୀ ଏହି ସ୍କୁଟରରେ ନୂଆ ରଙ୍ଗ ମଧ୍ୟ ଯୋଡିଛି । ଏହା ସହିତ କମ୍ପାନୀ ଏହି ସ୍କୁଟରରେ ୧୨୪.୩ ସିସି ୪ ଷ୍ଟ୍ରୋକ BS6 ଇଞ୍ଜିନ୍ ଯୋଗାଇ ଦେଇଛି । ଏଥିରେ ଆଡଭାନ୍ସ ଫ୍ୟୁଲ୍‌ ଇଞ୍ଜେକ୍ସନ୍ ଟେକ୍ନୋଲୋଜି ମଧ୍ୟ ବ୍ୟବହାର ହୋଇଛି ।

ସୁଜୁକି ସ୍କୁଟରର ଫିଚର ମଧ୍ୟ ବଢ଼ିଆ ରହିଛି । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ସିଷ୍ଟମ୍ ଅଛି । ଏହା ସହିତ ସ୍କୁଟରରେ ଟର୍ନ ବାଏ ଟର୍ନ ନେଭିଗେସନ୍ ସହିତ ETA, କଲ୍ ଏବଂ SMS ଆଲର୍ଟ, ଇଞ୍ଜିନ୍ ଷ୍ଟାର୍ଟ ସହିତ ଏଲଇଡି ଲାଇଟ୍ ଅଛି । କେବଳ ଏତିକି ନୁହେଁ ସ୍କୁଟରରେ ସିବିଏସ୍, USB ସକେଟ୍, ସାଇଡ୍ ଷ୍ଟାଣ୍ଡ ଇଣ୍ଟରଲକ୍ ମଧ୍ୟ ରହିଛି । Suzuki Avenis ସ୍କୁଟରରେ ମଧ୍ୟ ୨୧.୮ ଲିଟରର ଏକ ଫ୍ୟୁଲ୍‌ ଟ୍ୟାଙ୍କ ଅଛି । ଏହା ବ୍ୟତୀତ କମ୍ପାନୀ ଏଥିରେ ୧୨ ଇଞ୍ଚ ଟାୟାର ମଧ୍ୟ ବ୍ୟବହାର କରିଛି ।

ସୁଜୁକି ଏହାର ନୂଆ ସ୍କୁଟରର ଏକ୍ସ ସୋ’ରୁମ୍ ଦାମକୁ ୯୨ ହଜାର ଟଙ୍କା ରଖିଛି । ଏଥି ସହିତ ଭାରତୀୟ ବଜାରରେ ଏହି ସ୍କୁଟର ହୋଣ୍ଡା ଆକ୍ଟିଭା ୧୨୫ ଏବଂ ଟିଭିଏସ୍ ଜୁପିଟର ପରି ସ୍କୁଟରକୁ ଟକର ଦେବ ।

You might also like