ଅତିଶୀଘ୍ର ବଢିବ ଟ୍ରେନରେ ମିଳୁଥିବା ଖାଦ୍ୟ ପାନୀୟ ଦର

ନିୟମିତ ଭାବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର । ଏଣିକି ଟ୍ରେନରେ ମିଳୁଥିବା ଚାହା ଓ ଖାଦ୍ୟର ଦାମ ଅତିଶୀଘ୍ର ବଢିବାକୁ ଯାଉଛି । ଏହାକୁ ନେଇ ରେଳବାଇର ଖାଦ୍ୟ ପାନୀୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ଏକ ନୋଟିସ ଜାରି କରାଯାଇଛି । ନୋଟିସ ଅନୁସାରେ ଦେଶର କିଛି ମୁଖ୍ୟ ଟ୍ରେନ ଯେପରିକି ରାଜଧାନୀ, ଦୁରନ୍ତ, ଶତାବ୍ଦୀ ଟ୍ରେନରେ ଜଳଖିଆ, ଲଞ୍ଚ ଓ ଚାହାର ଦାମ ବଢାଯିବା ନେଇ ଏକ ନିଷ୍ପତି ହୋଇଛି । ଟିକଟ କଟା ଯାଉଥିବା ସମୟରେ ହିଁ ଏବାବଦର ଅର୍ଥ ସଂଗ୍ରହ କରାଯିବ ।

ଏହା ସହ ପଢନ୍ତୁ : ବର୍ତ୍ତମାନ ସବୁ ବର୍ଗର ଲୋକମାନେ ପାଇପାରିବେ ମାଗଣା ଗ୍ୟାସ କନେକ୍ସନ, ସରକାର ଜାରି କଲେ ଅଧିସୂଚନା

ଏହି ଟ୍ରେନ ଗୁଡିକ ବ୍ୟତୀତ ଅନ୍ୟ ଟ୍ରେନ ଗୁଡିକରେ ମଧ୍ୟ ଖାଦ୍ୟର ଦାମ ଅତିଶୀଘ୍ର ବଢାଯିବ ବୋଲି ସୂଚନା ମିଳିଛି । ଏକ ସମ୍ବାଦ ପତ୍ର ତଥ୍ୟ ଅନୁଯାୟୀ ଆସନ୍ତା ୧୫ ଦିନ ଭିତରେ ନୂଆ ନିୟମକୁ ଅପଡେଟ କରାଯିବା ସହ ୪ ମାସ ପରେ ଏହାକୁ ଲାଗୁ କରାଯିବ । ଏହା ପୂର୍ବରୁ ୨୦୧୪ ମସିହାରେ ଟ୍ରେନ ଖାଦ୍ୟ ପାନୀୟର ଦର ବୃଦ୍ଧି କରାଯାଇଥିଲା । ରେଳବାଇ ବୋର୍ଡ ଅନୁଯାୟୀ, ଆଇଆରସିଟିସି ଓ ବୋର୍ଡ ତରଫରୁ ଗଠିତ ହୋଇଥିବା ମେନୁ ତାରିଫ କମିଟିର ସୁପାରିଶ ପରେ ଦର ବଢାଯିବା ନେଇ ନିଷ୍ପତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.