ଖାଉଟିଙ୍କ ପାଇଁ ଖୁସି ଖବର, ସୋରିଷ ତେଲରେ ବଡ ଧରଣର ହ୍ରାସ

ମହଙ୍ଗା ସମୟରେ ସାଧାରଣ ଲୋକଙ୍କ ପାଇଁ କିଛିଟା ଭଲ ଖବର ଆସିଛି । ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହୋଇଥିବା ଏକ୍ସସାଇଜ ଡ୍ୟୁଟିକୁ କଟାଯିବା ପରେ ଏବେ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି । କହିରଖିବା ଉଚିତ ହେବକି ଏକ୍ସାଇଜ ଡ୍ୟୁଟି କମ କରାଯିବା ପରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯.୫ ଟଙ୍କା କମାଇ ଦିଆଯାଇଛି । ଆଉ ଏବେ ସୋରିଷ ତେଲ ଦରକୁ କମାଇ ଦିଆଯାଇଛି । ଇଣ୍ଡୋନେସିଆ ବଜାରରେ ଖାଇବା ତେଲ ମୂଲ୍ୟ ବଢିବା ପରେ ଏହାର ପ୍ରଭାବ ଦେଶର ବଜାର ଉପରେ ପଡିଛି । ଗତ ସପ୍ତାହରେ ଅଧିକାଂଶ ତେଲ ଆଦିରେ ମୂଲ୍ୟ କମ ହୋଇଥିବା ନେଇ ଲକ୍ଷ କରାଯାଇଥିଲା । ଯାହା ଫଳରେ ସୋରିଷ ତେଲ ମୂଲ୍ୟ ଲିଟର ପ୍ରତି ୪୦ ଟଙ୍କା ପର୍ଯ୍ୟନ୍ତ କମାଇ ଦିଆଯାଇଛି । ଖାଇବା ତେଲ ମୂଲ୍ୟରେ ଏବେ ପର୍ଯ୍ୟନ୍ତ ଏହା ବଡ ଧରଣର ହ୍ରାସ ଭାବରେ ଧରାଯାଉଛି ।

ସୂତ୍ର ମୁତାବକ ଗତ ସପ୍ତାହ ତୁଳନାରେ ସୋରିଷ ତେଲ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ପାଖାପାଖି ହ୍ରାସ ପାଇ ୭୬୧୫ ଟଙ୍କା ରୁ ୭୫୧୫ ଟଙ୍କାରେ ପହଂଚିଛି । ଯେବେକି ସୋରିଷ ତେଲ ୨୫୦ ଟଙ୍କା କମି ୧୫
କିଲୋ ପ୍ରତି ୧୫ ହଜାର ୫୦ ଟଙ୍କାରେ ପହଂଚିଛି । ଯେବେକି ସୋରିଷ ପକ୍କି ଘାନି ଓ କଚି ଘାନି ତେଲ ଦର ଯଥାକ୍ରମେ ୪୦ ଟଙ୍କା କମିଛି । ସୂତ୍ର ଅନୁଯାୟୀ ବିଦେଶୀ ବଜାରରେ ସୋୟାବିନ ଦାନା ଓ ସୋୟାବିନ ତେଲ ମୂଲ୍ୟରେ ବି ହ୍ରାସ ଘଟିଛି । ସୋୟାବିନ ଦାନା ମୂଲ୍ୟ ୭ ହଜାର ୨୫ ଟଙ୍କାରୁ ୭ ହଜାର ୧୨୫ ଟଙ୍କା ଓ ଖୋଲା ସୋୟାବିନ କ୍ୱିଣ୍ଟାଲ ପ୍ରତି ୬ ହଜାର ୭୨୫ ଟଙ୍କାରୁ ୬ ହଜାର ୮୨୫
ଟଙ୍କାରେ ପହଂଚିଛି । ଅନ୍ୟ ପକ୍ଷରେ କଚି ପାଵୋଲିଭ ତେଲ ୫୦୦ ଟଙ୍କା କମି କ୍ୱିଣ୍ଟାଲ ପ୍ରତି ୧୪ ହଜାର ୮୫୦ଟଙ୍କାରେ ପହଂଚିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.